ମୋତେ ଖୋଜିବନି ମୁଁ ସ୍ୱଇଚ୍ଛାରେ… କିଛି ଏମିତି କହି Video ଛାଡିଲେ ନିଖୋଜ ଛାତ୍ରୀ

ନମସ୍କାର ବନ୍ଧୁଗଣ । ଶୁଭାସିନୀ ମଲ୍ଲିକ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଯାହାଙ୍କର ନିଖୋଜ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ସେଠାରେ ରହି ପାଠ ପଢୁଥିଲେ । ଜୁଲାଇ ୨ ତାରିଖରେ ଶୁଭାସିନୀ ହଷ୍ଟେଲ ରୁ ନିଜ ସ୍ବାଇଚ୍ଛା ରେ ପଳାଇ ଆସିଛନ୍ତି ବୋଲି ନିଜେ କହୁଛନ୍ତି ଏହି ଭିଡିଓ ରେ । ଶୁଭାସିନୀ ଆହୁରି ମଧ୍ୟ କହୁଛନ୍ତି କି ସେ ଆସିବା ପରେ ବହୁତ ଦ୍ଵନ୍ଦ ସୃଷ୍ଟି ହୋଇଛି ସୋସିଆଲ ମିଡିଆରେ କି ସେ କୁଆଡେ ଗଲେ କଣ ପାଇଁ ଗଲେ କିଛି ଏମିତି କଥା । ସେ ସମସ୍ତଙ୍କ ଦ୍ଵନ୍ଦ ଦୂର କରିବା ପାଇଁ ଲାଇଭ ଆସି ଏକ ଭିଡିଓ ସେୟାର କରିଛନ୍ତି ।

କାରଣ ସେ ଚାହୁଁ ନାହାନ୍ତି କି ତାଙ୍କ କଲେଜ, ଅଧ୍ୟକ୍ଷ, ପରିବାର ବର୍ଗ ସମସ୍ତେ ବହୁତ କଷ୍ଟ ପାଇ ସାରିଲେଣି । ଶୁଭାସିନୀ ଏହି ଭିଡିଓ ରେ କହିଛନ୍ତି ସେ ଗୋଟେ ପୁଅକୁ ଭଲ ପାଉଥିଲେ ଆଉ ତାଙ୍କ ସହ ହିଁ ଆସିଛନ୍ତି । ସେମାନେ ଦୁହେଁ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଉଥିଲେ ଯାହା ବିଷୟରେ ଦୁହିଙ୍କର ପରିବାର ଅବଗତ ଥିଲେ । କିନ୍ତୁ ତାଙ୍କ ପରିବାର ଲୋକେ ଦୁହିଙ୍କର ପ୍ରେମ କୁ ସ୍ଵୀକାର କରୁ ନ ଥିଲେ ।

କିନ୍ତୁ ସେମାନେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଛନ୍ତି ବୋଲି ଶୁଭାସିନୀ କହିଛନ୍ତି ଏହି ଭିଡିଓ ରେ । ଶୁଭାସିନୀଙ୍କ ପ୍ରେମିକଙ୍କ ମ୍ୟାରେଜ ଏହି ମାସ ୭ ତାରିଖରେ ସ୍ଥିର ହୋଇଥିଲା । ଯାହା ଶୁଣିବା ପରେ ଶୁଭାସିନୀ ଆଉ ରହି ପାରିଲେ ନାହି । ଶୁଭାସିନୀ ବହୁର ଅଧର୍ଯ୍ୟ ହୋଇ ପଡିଥିଲେ ।

ଏହା ପରେ ସେ ନିଜ ପ୍ରେମିକଙ୍କୁ ଫୋର୍ସ କରିଥିଲେ ତାଙ୍କୁ ସେଠାରୁ ନେଇ ଜୀବ ପାଇଁ । ଶୁଭାସିନୀ ତାଙ୍କ  ପ୍ରେମିକ ଙ୍କୁ କହିଥିଲେ ମୁଁ ତୁମ ବିନା ବଞ୍ଚିପାରିବି ନାହି ତ ମୋତେ ଏଠାରୁ ନେଇ ଯାଆ । ସେ ହିଁ ତାଙ୍କ ପ୍ରେମକି ଙ୍କୁ ବାଧ୍ୟ କରାଇ ଆଣିଛନ୍ତି । ଏଥିରେ କାହାର ବି ଭୁଲ ନାହି କି କାହାର ବି ହାତ ନାହି ବୋଲି ଶୁଭାସିନୀ କହିଛନ୍ତି ।

ସେ ନିଜର ସ୍ଵଇଚ୍ଛା ରେ ଆସିଛନ୍ତି ବୋଲି କହିଛନ୍ତି । ସେ ଯେଉଁ ଠାରେ ବି ଅଛନ୍ତି ବହୁତ ଖୁସି ରେ ଅଛନ୍ତି ତାଙ୍କ ମନରେ ଟିକେ ହେଲେ ବି ଦୁଖ ନାହି ବୋଲି ଶୁଭାସିନୀ କହିଛନ୍ତି । ତେଣୁ ତାଙ୍କ ପାଇଁ ଯେଉଁ ଦ୍ଵନ୍ଦ ସୃଷ୍ଟି ହୋଇଛି କି କୁଆଡେ ଗଲା କଣ ପାଇଁ ଗଲା ଦୟା କରି ସେଗୁଡିକ ଆଲୋଚନା କରନ୍ତୁ ନାହି ବୋଲି ଶୁଭାସିନୀ ଅନୁରୋଧ କରିଛନ୍ତି ।

ସେ କ୍ଷମା ଯାଚନ କରି ନିଜ କଲେଜର ଅଧ୍ୟକ୍ଷ ଙ୍କୁ କି ତାଙ୍କ ଯୋଗୁଁ ଏତେ ସବୁ ହୋଇଗଲା । ବାବା ପ୍ଳିଜ ଆଉ ସେମିତି କିଛି କର ନାହି ମୁଁ ମୋ ଦୁଖରେ ଦୁଖୀ ଆଉ ସୁଖରେ ସୁଖୀ ହୋଇ ରହିବି ବୋଲି ଶୁଭାସିନୀ ନିଜ ବାପା ଙ୍କୁ ଆକ୍ଷେପ କରି କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *