ମୁହାଁ ମୁହିଁ ହେବେ Ambani ଓ Adani, ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବନ୍ଧୁଗଣ ଦେଶରେ ବହୁତ ଜଲ୍ଦି ଆସିବାକୁ ଯାଉଛି 5G ସେବା । ବର୍ତ୍ତମାନ ୫-G ନିଲାମିରେ ଆଦାନି ଗ୍ରୁପ ର ଏଣ୍ଟ୍ରି ଦେଖିବାକୁ ମିଳିବ । ଏବେ ମୁହାଁମୁହିଁ ହେବେ ଅମ୍ବାନୀ ଓ ଆଦାନି । ଏ ନେଇ ଜୁଲାଇ ୨୬ ରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ପେକ୍ତ୍ରମ ନିଲାମି । ଜୁଲାଇ ୨୬ରେ ହେବାକୁ ଯାଉଥିବା ନିଲାମିରେ ଦେଶର ୨ ବିଗ କର୍ପୋରେଟ ହାଉସ ମୁହାଁମୁହିଁ ହେବେ ବୋଲି କୁହାଯାଉଛି । କାରଣ ଏହି ନିଲାମିରେ ଅଂଶଗ୍ରହଣ କରିବ ଆଦାନି ଗ୍ରୁପ । ରିପୋର୍ଟ ଅନୁଯାୟୀ ଦେଶରେ ଏହି ୨ ଗ୍ରୁପର ପ୍ରମୁଖ୍ୟ ଉଦ୍ୟୋଗପତି ମଧ୍ୟରେ ପୁର୍ବରୁ କୌଣସି କ୍ଷେତ୍ରରେ ସିଧାସଳଖ ବ୍ୟବସାୟିକ ପ୍ରତିଦ୍ଵନ୍ଦିତା ହୋଇ ନ ଥିଲା ।

ହେବାକୁ ଥିବା 5G ସ୍ପେକ୍ତ୍ରମ ନିଲାମରେ ମୁକେଶ ଆମ୍ବାନୀ ଓ ଗୌତମ ଆଦାନି ଗ୍ରୁପ ମଧ୍ୟରେ ଲଢେଇ ହେବ ବୋଲି ଜଣାପଡିଛି । ଆଦାନୀ ଗ୍ରୁପରେ ଏହି ଏହି ନିଲାମିରେ ଭାଗ  ନେବ ବୋଲି ଖୁଲମଖୁଲା ଘୋଷଣା କରିଛି । କିନ୍ତୁ ଆଦାନି ଗ୍ରୁପ ଟେଲିଫୋନ ଗ୍ରୁପରେ ପ୍ରବେଶ କରିବାକୁ ଚାହୁଁ ନାହି ।

ଏହି ସ୍ପେକ୍ତ୍ରମ ଗ୍ରୁପ ବିମାନ ବନ୍ଦର ଠାରୁ ଆରମ୍ଭ କରି ନିଜର ବ୍ୟବସାୟ କ୍ଷେତ୍ରରେ ଏକ ଘରୋଇ ନେଟୱାର୍କ ଭାବେ ବ୍ୟବହାର କରିବ ବୋଲି କହିଛି । ଆଦାନି ଗ୍ରୁପ ପକ୍ଷରୁ ଜାରି ହୋଇଥିବା ବୟାନ ପକ୍ଷରୁ କୁହାଯାଇଛି କି ଆମେ ବିମାନ ବନ୍ଦର,ମାଜିଷ୍ଟ୍ରିକ, ବିଦ୍ୟୁତ ଉତ୍ପାଦନ, ଟ୍ରାନ୍ସ ମିସନ, ବିତରଣ, ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବଢୁଥିବା ସାଇବର ସୁରକ୍ଷା ସହ ଘରୋଇ ନେଟୱାର୍କ ସମାଧାନ ଯୋଗାଇ ଦେବା ପାଇଁ ଏହି ନିଲାମିରେ ଭାଗ ନେବୁ ।

କିନ୍ତୁ ଅନ୍ୟ ପାଖରେ ଦେଖିବାକୁ ଗଲେ ଅମ୍ବାନୀଙ୍କ ରିଲାନ୍ସ ଜିଓ ସବୁଠାରୁ ବଡ କମ୍ପାନୀ ଭାବେ ଏବେ ତାର ଉପସ୍ଥିତି ଜାହିର କରି ସାରିଛି । ଦୂର ସଂଚାର କ୍ଷେତ୍ରରେ ୩ଟି କମ୍ପାନୀ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ନିଲାମରେ ଅଂଶଗ୍ରହଣ କରିବାକୁ ମଧ୍ୟ ଆଦେବାନ କରିଛନ୍ତି ।

ଏଥିରେ ଚତୁର୍ଥ ଆବେବନ କାରୀ ଭାବେ ଆଦାନ ଗ୍ରୁପ ରହିଛି । ଆଦାନି ଗ୍ରୁପ ନିକଟରେ ଲଙ୍ଗ ଡିଷ୍ଟାନ୍ସ, LED ଇ ଇଣ୍ଟରନ୍ୟାସନାଲ ଲଙ୍ଗ ଡିଷ୍ଟାନ୍ସ ଆଇନ LED ଲାଗି ଲାଇସେନ୍ସ ହାସଲ କରି ସାରିଛି । ଦୂର ସଞ୍ଚାର ସ୍ପେକ୍ଟରମ ନିଲାମ ୨୦୨୨ ଜୁଲାଇ ୨୬ ତାରିଖ ରେ ଅନୁଷ୍ଠିତ ହେବ । ଚଳିତ ବର୍ଷ 5G ନିଲାମିରେ ୪.୩ ଲକ୍ଷ କୋଟି ଟଙ୍କାର ୭୨ ଲକ୍ଷ ୯୭୮୫ ମେଗା ହର୍ଟ୍ସ ସ୍ପେକ୍ଟରମ ନିଲାମ କରାଯିବ ।

ତେବେ ଲୋକଙ୍କ କହିବା କଥା ହେଉଛି ଆଦି ଏହି ୨ ଉଦ୍ୟୋଗପତିଙ୍କ ମଧ୍ୟରେ ପୂର୍ବରୁ କୌଣସି ବ୍ୟବସାୟ କ୍ଷେତ୍ରକୁ ନେଇ ଲଢେଇ ହୋଇ ନାହି କିନ୍ତୁ ବର୍ତ୍ତମାନ ଏହି ୨ ଉଦ୍ଯୋଗପତି ମଧ୍ୟରେ ବିବାଦ ପାଇଁ ମଞ୍ଚ ସ୍ଥିର ହୋଇଛି । ତେବେ ଦେଖିବା ବାକି ରହିଲା ଏହି ୨ଟି ଗ୍ରୁପର ଉଦ୍ୟୋଗପତି ଆଗକୁ କେଉଁ ଭଳି ସ୍ଟେପ ନେଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *