ମୁଁ ଜଣଙ୍କୁ ଭଲ ପାଏ, ଆଉ ତାଙ୍କ ଛଡା କାହାକୁ ବାହା ହେବି ନାହିଁ… ଦେଖନ୍ତୁ କାହା କଥା କହୁଛନ୍ତି Rani Panda

ବନ୍ଧୁଗଣ ଆପଣ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ବିବାଦ ଘେରରେ ଘେରି ହୋଇ ରହିଥାନ୍ତି । ଗତ କିଛି ଦିନ ତଳେ ଜଣେ ଲୋକଙ୍କୁ ଠାରୁ ପଇସା ଆଣିଥିବାର କଥା ଭିଡିଓରେ କହିଥିଲେ ଯାହାକୁ ନେଇ ସେହି ବ୍ୟକ୍ତି ଜଣକ ତାଙ୍କୁ ଧମକ ଦେଉଥିବାର ମଧ୍ୟ ରାଣୀ ପଣ୍ଡା କହିଥିଲେ । ବର୍ତ୍ତମାନ ସମୟରେ ପୁଣି ଥରେ ସେହି କଥାକୁ ନେଇ କିଛି ମତ ରଖିଛନ୍ତି ରାଣୀ ପଣ୍ଡା । ସେ କହିଛନ୍ତି ଯାହା ଠାରୁ ସେ ପଇସା ନେଇଛନ୍ତି ତାକୁ ନିଶ୍ଚିନ୍ତ ଭାବେ ଫେରାଇବେ ।

ଯେଉଁ ବ୍ୟକ୍ତିଙ୍କ ଠାରୁ ସେ ପଇସା ଆଣିଛନ୍ତି ତାକୁ କେବଳ ଭଲ ବନ୍ଧୁ ଭାବିବା ସହ ରେସପେକ୍ଟ କରୁଥିଲେ କାରଣ ସେ ତାଙ୍କର ଦୁଖ ସମୟରେ ତାଙ୍କୁ ସାହାଜ୍ଯ କରିଥିଲେ । ଆହୁରି ମଧ୍ୟ ରାନୀ ପଣ୍ଡା କହିଛନ୍ତି ସେ ଜଣଙ୍କୁ ହିଁ ଭଲ ପାଉଛନ୍ତି ଆଉ ତାଙ୍କ ଛଡା କାହାକୁ ବାହା ହେବେ ନାହି । ରାଣୀ ପଣ୍ଡା କେବେ ବି ସେହି ବ୍ୟକ୍ତିଙ୍କୁ ବା ପରିବାରକୁ ବଦନାମ କରିବାକୁ ଚାହୁଁ ନାହାନ୍ତି ।

ବ୍ୟକ୍ତି ଜଣକ ସେହିଭଳି ହଇରାଣ ଓ ଟର୍ଚର କରିଲେ ବୋଲି ବାଧ୍ୟ ହେଲେ ଗଣ ମାଧ୍ୟମରେ ଜଣାଇବାକୁ । ଏବେ ବି ମୁଁ ଚୋରୀ କରି ନାହି ବୋଲି ରାନୀ ପଣ୍ଡା କହିଛନ୍ତି । ଆଗକୁ ରାଣୀ ପଣ୍ଡା କହୁଛନ୍ତି କି ବ୍ୟକ୍ତି ଜଣକ ନିଜ ଜୀବନରେ ଶାନ୍ତିରେ ରୁହନ୍ତୁ ଆଉ ତାଙ୍କୁ ମଧ୍ୟ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ ।

ଯଦି ଏମିତି ନ ହୁଏ ତେବେ ଜାଣିବେ ତାଙ୍କ ପ୍ରତି କିଛି ସ୍ଵାର୍ଥ ରହିଛି ଯାହାକୁ ହାସଲ ନ କରିପାରିବାରୁ ବ୍ୟକ୍ତି ଜଣକ ଏତେ ଟେନସନ ଦେଉଛନ୍ତି ରାଣୀ ପଣ୍ଡାଙ୍କୁ । ଡାଇରେକ୍ଟ ନ ଦେଇ ଇନଡାଇରେକ୍ଟ ଟେନସନ ଦେଉଛନ୍ତି । ଯଦି ବ୍ୟକ୍ତି ଙ୍କ ପାଇଁ ବେପାରରେ ଘାଟା ହେଲା ବା ପ୍ରୋଫେସନାଲ ଲାଇଫରେ ହ୍ୟାମ୍ପର ହେଲା ବା କ୍ଯାରିୟର ବରବାତ ହେଲେ ତେବେ ସେଥିପାଇଁ ଦାୟୀ ହେବେ ସେହି ଅଜଣା ବ୍ୟକ୍ତି ।

ମୁଁ ବେହିମାନ ମଣିଷ ନୁହେଁ ବୋଲି ରାଣୀ ପଣ୍ଡା କହୁଛନ୍ତି । ଆଗକୁ ରାଣୀ ପଣ୍ଡା କହୁଛନ୍ତି ଆପଣ ଚାହିଁଲେ ଓ ବ୍ଯାଙ୍କ ଷ୍ଟେଟମେଣ୍ଟ ଚେକ କରିପାରିବେ ମୁଁ ପଇସା ଦେଉଛୁ କି ନାହି ଏବଂ ଦେବା ପାଇଁ ଇଚ୍ଛା କରୁଛି କି ନାହି ? ପଇସା ଦେଇଥିବା ବ୍ୟକ୍ତି ଜଣକ ରାଣୀଙ୍କୁ ମ୍ୟାରେଜ କରିବାକୁ ଚାହୁଁଥିଲେ ଯାହା ରାଣୀ ପଣ୍ଡା ଚାହୁଁ ନ ଥିଲେ ।

ମୁଁ ଚାହିଁଥିଲେ ତାଙ୍କ ପରିଚୟ ସହ ପୁରା ବାୟୋଡାଟା ଦେବା ସହ ଆଇନର ଆଶ୍ରୟ ନେଇପାରିଥାନ୍ତି ବୋଲି ରାଣୀ ପଣ୍ଡା କହିଛନ୍ତି । କିନ୍ତୁ ସେ ଏତେ ବି ଖରାପ ମଣିଷ ବା ଅବିବେକୀ ନୁହେଁ କି ବ୍ୟକ୍ତିଙ୍କୁ ବଦନାମ କରିବେ । କିନ୍ତୁ ବ୍ୟକ୍ତି ଜଣକ ତାଙ୍କୁ ପରୋକ୍ଷରେ ବଦନାମ କରିବାକୁ ଲାଗିଛନ୍ତି ।

ଆଗକୁ ଯଦି ତାଙ୍କ ପାଇଁ ରାଣୀଙ୍କର କିଛି ସମସ୍ଯା ହୁଏ ସେଥିପାଇଁ ବ୍ୟକ୍ତି ଓ ତାଙ୍କ ପରିବାର ଦାୟୀ ହେବେ । ବନ୍ଧୁଗଣ ଆପଣଙ୍କର ରାଣୀ ପଣ୍ଡାଙ୍କ ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *