ମୋ ଜୀବନ ଆପଣଙ୍କ ହାତରେ, ମତେ ବଞ୍ଚେଇ ଦିଅନ୍ତୁ… ମୁଁ ବଞ୍ଚିବାକୁ ଚାହୁଁଛି, ଦେଖନ୍ତୁ କେମିତି ବିକଳ ନିବେଦନ କରୁଛନ୍ତି Pintu

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ସେ ଲିଭର ରୋଗରେ ପୀଡିତ ଥିବାରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇ ପଡିଛି । ଯାହା ପାଇଁ ତାଙ୍କ ପୁରା ପରିବାର ଏବେ ଆର୍ଥିକ ସହାୟତା କରିବାକୁ ସମଗ୍ର ଓଡିଶା ବାସୀ ଙ୍କୁ ନିବେଦନ ଜଣାଇଛନ୍ତି ।

ତେବେ ନିଜର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଗଣମାଧ୍ୟମକୁ କିଛି କହିଛନ୍ତି ପିଣ୍ଟୁ ନନ୍ଦ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ । ଅଭିନେତା ପିଣ୍ଟୁ ନନ୍ଦ କହିଛନ୍ତି ଯେ “ଡାକ୍ତର କହୁଛନ୍ତି ତୁରନ୍ତ ଲିଭର ଟ୍ରାନ୍ସପ୍ଳାଣ୍ଟ ଦରକାର । ଚିକିତ୍ସା କେମିତି ଚାଲିଛି ତାହା ବିଷୟରେ କହିବାକୁ ଗଲେ ମୁଁ କୀଟ ହସ୍ପିଟାଲ ରେ ଚିକିତ୍ସିତ ହେଉଛି ।

ଏଠାକୁ ଆସିଲେ ଆସ୍ଵସ୍ତି ମୋତେ ଲାଗେ । ମୋର ଟ୍ରାନ୍ସପ୍ଳାଣ୍ଟ ପାଇଁ ଅର୍ଥର ଅଭାବ ରହିଛି । ଯାହା ଚିକିତ୍ସାରେ ବାଧକ ସୃଷ୍ଟି କରିଛି । ମୋତେ 6 ରୁ 7 ମାସ ହେବ ଜଣ୍ଡିସ ହୋଇଥିଲା । ସେଥିପାଇଁ ମୋର ଇନଫେକସନ ହୋଇଗଲା ମୁଁ ଜାଣି ପାରିଲି ନାହି । ମୋର ପ୍ରଥମରୁ ଜଣ୍ଡିସ ହେବାର କିଛି ଲକ୍ଷଣ ଦେଖାଗଲା ନାହି । ପରେ ଯେବେ ଜାଣିଲି ତା ପରେ ଚିକିତ୍ସା ହେଲି ଆଉ ଭଲ ହୋଇକି ଯାଇଥିଲି ।

ମୋତେ କେବଳ ଓଡିଶାବାସୀ ଆଶୀର୍ବାଦ କରନ୍ତୁ ମୁଁ ଯେମିତି ଭଲ ହୋଇ ଘରକୁ ଫେରିଯିବି । ମୁଁ ନିଶ୍ଚୟ ପ୍ରତିଶ୍ରୁତି ଦେଉଛି ଯଦି ଆପଣଙ୍କର ସଦଇଚ୍ଛା ଆଉ ଭଲ ପାଇବା ରହିଲା ମୁଁ ନିଶ୍ଚୟ ଫେରିକି ଯିବି । ଯଦି ଅର୍ଥର ସମାଧାନ ହୋଇଯାଏ ତେବେ ଲିଭର ଟ୍ରାନ୍ସପ୍ଳାଣ୍ଟ ହୋଇଯାଏ ନିଶ୍ଚୟ ଭଲ ହୋଇ ଘରକୁ ଫେରିବି । ଯଦି ଆର୍ଥିକ ସାହାଜ୍ଯ ଆପଣ ମାନେ କରନ୍ତି ତା ହେଲେ ମୁଁ ଉପକୃତ ହେବି ।

ଓଡିଆ ଚଳଚିତ୍ର ମୋର ପରିବାର । ଦୀର୍ଘ 27 ବର୍ଷ ହେବ ମୁଁ ଏଠାରେ କମ କରୁଛି । ଟିଭି ଆସୋସିଏସନ ମୋର ଭାଇ ଭଉଣୀ ମୋର ପରିବାର ସେମାନେ ପ୍ରାଣପ୍ରଣେ ଲାଗିଛନ୍ତି ମୋତେ ଭଲ କରିବା ପାଇଁ । ସମସ୍ତେ ମୋ ପାଇଁ ଏତେ କଷ୍ଟ କରୁଛନ୍ତି । ଆଗକୁ ତାଙ୍କୁ ଯେମିତି ମୋ ପାଇଁ କଷ୍ଟ ଅଧିକ ନ କରିବାକୁ ପଡୁ ଏତିକି ମୋର ନିବେଦନ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *