‘ମୁଁ କେବେ ଭାବି ନ ଥିଲି Rachna Banerjeeଙ୍କ ସ୍ଵର ହେବି ବୋଲି’.. କାହିଁକି ଏମିତି କହିଲେ Rakhi Das ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ତଥା ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ଦାସଙ୍କୁ ବେଶ ଭଲ ଭାବେ ଜାଣିଥିବେ । ରାକ୍ଷୀ ଫିଲ୍ମ ହେଉ ବା ମଞ୍ଚ କଳାକାର ବା ରେଡିଓ ଜାକି ରେ କାମ ସାରିଛନ୍ତି । ସବୁଠାରୁ ବଡ କଥା ହେଉଛି ସେ ଜଣେ ଓଡିଶୀ ଓ ଛଉ ନୃତ୍ଯୁଶିଳ୍ପୀ ଅଟନ୍ତି । ଏହା ସହ ସେ ଜଣେ ଡବିଙ୍ଗ କଳାକାର ପରଦା ପଛରେ ରହି ଦର୍ଶକ ମାନଙ୍କର ହୃଦୟ ଜିଣି ପଡ଼ିଛନ୍ତି । ବର୍ତ୍ତମାନ ସମୟରେ ଅଭିନେତ୍ରୀ ରାକ୍ଷୀ ଦାସ ଏକ ସାକ୍ଷାତକାର ରେ ଆସି ନିଜର କ୍ଯାରିୟର ବିଷୟରେ ଏମିତି କିଛି କଥା କହିଛନ୍ତି ଯାହା ଆପଣମାନେ ଆଗରୁ ଜାଣି ନ ଥିବେ ।

ରାକ୍ଷୀ ସାକ୍ଷାତକାର ରେ କହିଛନ୍ତି ଯେ ଆଜି ମୁଁ ଆପଣଙ୍କ ସାମନାକୁ ଆସିଛି ଆଉ ମୋତେ ବହୁତ ଖୁସି ଲାଗୁଛି । ଶିଶୁ କଳାକାର ଭାବେ ମୁଁ ପ୍ରଥମ ମେଗା ସିରିଏଲ ଆହୁତି ଯାହା ସିଧା ପ୍ରସାରଣ ଦୂରଦର୍ଶନରେ ହୋଇଥିଲା ସେଥିରେ ମୁଁ ପ୍ରଥମେ କାମ କରୁଥିଲି । ସେହି ସମୟରେ ତାପସ ଦାସଙ୍କ ଭଳି ଅନେକ କଳାକାରଙ୍କ ସହ କାମ କରି ସ୍ବୀକୃତିପ୍ରାପ୍ତ କଳାକାର ଥିଲେ ।

ଏହା ପରେ ସେ ଭଙ୍ଗା ସିଲଟ ଓ ମାଗୁଣିର ସଡକ ଭଳି ସିରିଏଲରେ ଅଭିନୟ କରିଛନ୍ତି । ବିଶେଷ କରି ପ୍ରଫୁଲ୍ଲ ମହାନ୍ତି ମୋତେ ସୁଯୋଗ ଦେଇଥିଲେ । ମୋ ବାପାଙ୍କର ବହୁତ ପ୍ରୋଶ୍ଚାହନ ଥିଲା ସେ ଅନେକ ପ୍ରୋଗାମରେ ମୋତେ ନେଇକି ଯାଉଥିଲେ । ଏହି କଥା ହେଉଛି ୧୯୮୫ ମସିହାର କଥା । ଏ ସବୁ ଭଗବାନ ଆଉ ବାପା ମାଙ୍କର ଆଶୀର୍ବାଦ ବୋଲି ମୋର ଆଶା ଆଉ ବିଶ୍ଵାସ ।

ଆମ ଓଡ଼ିଶାକୁ ଯେତେବେଳେ ଏଫଏମ ଷ୍ଟେସନ ଆସିଲା ସେହି ସମୟରେ ମୁଁ ଏଫେମରେ ଯାଏଁ କରିଥିଲି କିନ୍ତୁ କିଛି କାରଣ ବଶତା ଛାଡି ଦେଇଥିଲି । ଏହା ପରେ ରେଡ ଏଫଏମରେ ଚାକିରି କରିଛି ବହୁତ ବର୍ଷ । ପରେ ବିଗ ଏଫଏମରେ କାମ କରିବା ପାଇଁ ପୁଣି ରେଡିଓ ଚକଲେଟରେ କାମ କରିଲି ।

ରେଡିଓରେ ଗୋଟେ ଅଲଗା ଆନନ୍ଦ ବହୁତ ଖୁସି ଲାଗେ କାରଣ ଲୋକଙ୍କ ସହ ଡାଇରେକ୍ଟ କଥା ହେବାର ସୁଯୋଗ ଥାଏ ଆଉ ଲୋକଙ୍କର ଗାଳି ଓ ପ୍ରଶଂସା ଶୁଣିବାକୁ ମିଳିଥାଏ । ମୁଁ ଏବେ ମିସ କରୁଛି ରେଡିଓକୁ । ସେ ସିନେମାରେ ଅଭିନୟ କରିବାକୁ ଭଲ ପାଇଥାନ୍ତି । ରାକ୍ଷୀ କହିଛନ୍ତି ମୁଁ କେବେ ଭାବି ନଥିଲି ଯେ “ମୁଁ ରଚନା ବାନାର୍ଜୀଙ୍କର ସ୍ଵର ହେବି ଆଉ ଓଡିଶାରେ ଲୋକେ ମୋତେ ଭଲ ପାଇବେ ।

ରଚନା ବାନାର୍ଜୀଙ୍କ ସ୍ଵର ବୋଲି ମୋତେ ପରିଚୟ ମିଳିବ ମୁଁ କେବେ ଭାବି ନ ଥିଲି” । ଏଇଟା ହେଉ ହେଉ ହୋଇଗଲା । ମୋତେ ଅଭିନୟ କରିବାର ସୁଯୋଗ ସେତେବେଳେ ମିଳି ନ ଥିଲା ବୋଧେ ସେଥିପାଇଁ ମୋତେ ଡବିଙ୍ଗ କଳାକାର ରୂପେ କାମ ମିଳିଲା ।

ଅଭିନେତା ହର ପଟ୍ଟନାୟକ ମଧ୍ୟ ତାଙ୍କୁ ଡବିଙ୍ଗ କରିବାକୁ ଫୋନ କରିଥିଲେ । ସେ ଆଜି ଯେଉଁଠି ଅଛନ୍ତି ବହୁତ ସାରା ଲୋକଙ୍କର ଆଶୀର୍ବାଦ ହର ପଟ୍ଟନାୟକ, ସବ୍ୟସାଚୀ, ମିହିର ଦାସ ସମସ୍ତଙ୍କର ହାତ ରହିଛି । ବନ୍ଧୁଗଣ ଆପଣଙ୍କୁ ରାକ୍ଷୀ ଦାସ କେମିତି ଲାଗନ୍ତି ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *