ସନ୍ଦେହ ପାଇଁ ପୁଣି ଚାଲିଗଲା ଆଉ ଗୋଟେ ଜୀବନ ! କଣ ଅଛି ଏହି ଆତ୍ମହତ୍ୟା ପଛର ରହସ୍ୟ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଭୁବନେଶ୍ଵର ଜିଜିପି କଲୋନୀର ଭଗବତ ସନ୍ଧାନରେ ଭଡା ଘରେ ରହୁଥିଲେ ପ୍ରଜ୍ଞାପରମିତା ଦାସ ବୟସ ୩୩ ବର୍ଷ । ନିଜ ସ୍ବାମୀଙ୍କ ସହ ବେଶ ଖୁସିରେ ରହୁଥିଲେ । କିନ୍ତୁ ଗୋଟିଏ ସେକେଣ୍ଡରେ ଉଜୁଡିଗଲା ସୁନାର ସଂସାର । ବନ୍ଦ ଘର ଭିତରୁ ମିଳିଲା ପ୍ରଜ୍ଞାଙ୍କ ଝୁଲନ୍ତା ମୃତ ଦେହ । ପଡୋଶୀଙ୍କ କହିବ ଅନୁଯାୟୀ ପ୍ରଜ୍ଞା ଭୋଜି ଭାତ ଖାଇବାକୁ ନିଜ ସାମନା ଘରେ ଖାଇବା ପିଇବାର ଆୟୋଜନ କରିଥିଲେ । ବୁଧବାର ବିଳମ୍ବିତ ରାତିରେ ଭୋଜି ସରିବା ପରେ ପ୍ରଜ୍ଞାଙ୍କ ପରିବାର ପଡୋଶୀଙ୍କ ଘରେ ରାତି କଟାଇଥିଲେ ।

ପ୍ରଜ୍ଞା ତାଙ୍କ ସ୍ଵାମୀ ସତ୍ୟ ଓ ପୁଅ ଓ ପଡୋଶୀ ଘରେ ରହୁଥିବା ମହିଳା ସମ୍ପୃକ୍ତ ଘରେ ଉପସ୍ଥିତି ଥିଲେ । ଆଉ ହଠାତ ପ୍ରଜ୍ଞା ସକଳଉ ପଡୋଶୀ ଘରୁ ଦଉଡି ଦୌଡି ନିଜ ଘରକୁ ଆସିଥିଲେ । ଆଉ କିଛି ଭାବିବା ଆଗରୁ ରସି ଲଗାଇ ଆତ୍ମହତ୍ୟା କରାଇଥିଲେ । ସମସ୍ତଙ୍କ ସନ୍ଦେହ ସ୍ବାମୀଙ୍କ ଆଡକୁ ଯାଉଥିବା ବେଳେ ପ୍ରଜ୍ଞା ଙ୍କ ସ୍ଵାମୀ ସତ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଠିକ ଥିଲେ ବି ପ୍ରଜ୍ଞା କାହିଁକି ଆତ୍ମହତ୍ୟା କରିଲେ ? ଭୋଜି ଖାଇ ସାରିବା ପରେ ସକାଳୁ ସକାଳୁ କାହିଁକି ଆତ୍ମହତ୍ୟା କରିଲେ ପ୍ରଜ୍ଞା ନା ପ୍ରଜ୍ଞା ଙ୍କୁ ଆତ୍ମହତ୍ୟା କରିବା ପାଇଁ କିଏ ଉସ୍କାଇଥିଲା ? ପ୍ରଜ୍ଞା ର ମୃତ୍ୟୁ ପାଇଁ କିଏ ଦାୟୀ ? ଏଭଳି ନାନା ପ୍ରଶ୍ନ ଏବେ ଉଠିବାରେ ଲାଗିଛି । ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି ।

ପୋଷ୍ଟ ମର୍ଡମ ରିପୋର୍ଟ ଆସିବା ପରେ ହତ୍ୟା ର କାରଣ କଣ ଜଣା ପଡିବ ବୋଲି ସୂଚନା ରହିଛି । ତେବେ ଏ ନେଇ ପ୍ରଜ୍ଞା ଙ୍କ ସ୍ଵାମୀ ସତ୍ୟ ପ୍ରତିକ୍ରିୟା ରଖିଛନ୍ତି କି ଦୁହିଙ୍କ ମଧ୍ୟରେ କିଛି ବି କଳହ ଲାଗି ନ ଥିଲା । କେବେ କେବେ ପରିବାରକୁ ନେଇ ପ୍ରଜ୍ଞା ଚିନ୍ତିତ ରହୁଥିଲେ କିନ୍ତୁ ତାଙ୍କ ପାଇଁ କେବେ ବି କଳହ ଲାଗି ନାହି ବୋଲି ସତ୍ୟ କହିଛନ୍ତି ।

ସତ୍ୟ ଆଗକୁ କହିଛନ୍ତି ଯେ କାହା ସହ ଅଧିକ ମିଶିବା କଣ ଭୁଲ କଥା । ଏପରି କିଛି ବି ନାହି ବୋଲି ସତ୍ୟ କହିଛନ୍ତି । ଏପରି ଧାରଣା ହେଉଛି ଲୋକ ମାନ କର କିନ୍ତୁ ଆମ ଭୀତରେ ସେମିତି କିଛି ନ ଥିଲା ବୋଲି ସତ୍ୟ ସ୍ପଷ୍ଟ କରିଛନ୍ତି । ଅନ୍ୟ ପକ୍ଷ ରେ ପ୍ରଜ୍ଞା ଙ୍କ ପଡୋଶୀ କହିଛନ୍ତି ପ୍ରଜ୍ଞା ବହୁତ ଭଲ ଝିଅ ଥିଲେ କାହା ସହ ଝଗଡା କରିବା ସେ ଆଜି ଯାଏଁ ଦେଖି ନାହାନ୍ତି ।

ତେବେ ସେ ଏମିତି ପଦକ୍ଷେପ କଣ ପାଇଁ ନେଲେ ପୋଲିସ ତଦନ୍ତ କରିବା ପରେ ଜଣା ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *