ଆମେ ସମସ୍ତେ ଜାଣିଛେ କି ମୁଣ୍ଡବ୍ୟଥା ରୁ ମୁକ୍ତି ପାଇଁ ସବୁଠୁ ଆରାମ ଏବଂ ପ୍ରଭାବିତ କୌଣସି ଏକ ଔଷଧ ହିଁ ହୋଇ ପାରେ, ଯାହା ସେବନ କରିବାର କିଛି ସମୟ ରେ ହିଁ ଆପଣଙ୍କୁ ଆରାମ ମିଳିବ । କିନ୍ତୁ ବାରମ୍ବାର ଔଷଧ ସେବନ କରିଲେ ଆପଣଙ୍କୁ ଅନେକ ପ୍ରକାର କ୍ଷତି ହୋଇ ପାରେ । କିଛି ଲୋକ ମାନେ ମୁଣ୍ଡ ବିନ୍ଧାରୁ ରକ୍ଷା ପାଇଁ ଘରୋଇ ଉପଚାର ବା ଆୟୁର୍ବେଦିକ ଉପଚାର ମଧ୍ୟ କରି ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଥେରପି ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ମୁଣ୍ଡବ୍ୟଥା ସବୁଦିନ ପାଇଁ ଗାୟବ ହୋଇଯିବ ।
ତେବେ ଆସନ୍ତୁ ଜାଣିବା ଏହା ବିଷୟ ରେ ବିସ୍ତାରଭାବରେ । ଏହା କେଉଁ ସବୁ ଥେରାପି ଓ କେମିତି ଏହା ଆପଣଙ୍କୁ ମୁକ୍ତି ଦେଇ ପାରିବ ବିଣ୍ଡ ବ୍ୟଥାରୁ ।

ମସାଜ ଥେରେପି :
ମସାଜ ଥେରେପି ମୁଣ୍ଡବ୍ୟଥା ରୁ ମୁକ୍ତି ପାଇଁ ଏକ ଲୋକପ୍ରିୟ ଓ ପ୍ରଭାବିତ ଉପାୟ । ମୁଣ୍ଡବିନ୍ଧାର ଏକ ମୁଖ୍ୟ କାରଣ ହେଉଛି ଚିନ୍ତା । ଯାହା ଦ୍ଵାରା ମାଂସପେଶୀ ଉପରେ ପ୍ରାଭାବ ପଡେ ଓ ସେଥିପାଇଁ ମୁଣ୍ଡବିନ୍ଧା ହୋଇଥାଏ । ତେବେ ଏଥିରୁ ମୁକ୍ତି ପାଇଁ ଏକ ହେଲ୍ଦୀ ମସାଜ ନିତ୍ୟାନ୍ତ ଆବଶ୍ୟକ । ଯାହା କରିବା ଦ୍ଵାରା ଅପଣାଙ୍କ ରକ୍ତ ସଂଚାଳନ ଠିକ ହେବ ଓ ମୁଣ୍ଡ ବିନ୍ଧା ଧୀରେ ଧୀରେ କମିବ । ଆପଣ ମସାଜ ପାଇଁ ତେଲ ପ୍ରୟୋଗ କରି ପାରିବେ । ମସାଜ କଲେ ରକ୍ତ ପ୍ରଭାବ ଠିକ ଭାବେ ପ୍ରବାହିତ ହୁଏ ।
ଶିରୋଧାରା ଥେରେପି :
ଶିରୋଧାରା ଭାରତର ଏକ ମହାନ ଚିକିତ୍ସା ପଦ୍ଧତି, ଯାହା ମୁଣ୍ଡବ୍ୟଥା ପାଇଁ ବହୁତ ସାହାୟକ ଅଟେ । ଏହି ପଦ୍ଧତି ରେ ଏକ ପାତ୍ରରେ ତେଲର ଧାରା ଆପଣଙ୍କ ମୁଣ୍ଡ ଉପରେ ପକାଯାଏ, ଏବଂ ସେହି ତେଲ ଯେବେ ଆପଣଙ୍କ ମୁଣ୍ଡ ଉପରେ ପଡେ ସେହି ତେଲ ବୁନ୍ଦାର କମ୍ପନ ଧୀରେ ଧୀରେ ଆପଣଙ୍କୁ ଆରାମ ଦେଇ ଥାଏ । ଏହି ଥେରେପି ଦ୍ଵାରା ଆପଣ ମୁଣ୍ଡବ୍ୟଥାରୁ ମୁକ୍ତି ପାଇ ପାରିବେ ।
ଆକ୍ୟୁପ୍ରେସର ଥେରେପୀ :
ଆକ୍ୟୁପ୍ରେସର ଥେରାପି ମଧ୍ୟ ଆମ ମୁଣ୍ଡବ୍ୟଥା କୁ କମ କରିବାରେ ଆମୁକୁ ସାହାଯ୍ୟ କରେ । ଏହି ଥେରେପୀ ରେ ଡକ୍ଟର ଆପଣଙ୍କ ବେକ, କାନ୍ଧ ଏବଂ ଆପଣଙ୍କ ମୁଣ୍ଡ ର କିଛି ବିଶେଷ ଜାଗାରେ ଦବାବ ପାକଇଥାନ୍ତି । ଏହା ଛଡା ପାଦରେ ମଧ୍ୟ କିଛି ପଏଣ୍ଟ ଥାଏ ଯାହା ଉପରେ ପ୍ରେସର ପକାଇଲେ ମୁଣ୍ଡବ୍ୟଥା ରୁ ଆରାମ ମିଳେ ।
ସ୍ଟିମ ଥେରେପୀ :
ସ୍ଟିମ ଥେରେପୀ ବହୁତ ପ୍ରସିଦ୍ଧ ଅଟେ । ଏହା ମୁଣ୍ଡବ୍ୟଥା, ଥଣ୍ଡା ଓ ଫ୍ଲୁ ଆଦିରୁ ଆରାମ ଦେଇ ଥାଏ । ଏସେନସିଅଲ ତେଲ ସହ ବାମ୍ଫ ନେଲେ ଆପଣ ଏହି କଷ୍ଟରୁ ଆରାମ ପାଇପାରିବେ । ଲୈବେଣ୍ଡର ଓ ପିପରମିଂଟ ତେଲ ଉପଯୋଗ କଲେ ଆପଣ ଅତି ସହଜ ରେ ଏହି ସମସ୍ୟା ରୁ ମୁକ୍ତି ପାଇ ପାରିବେ ।
ଘରୋଇ ଉପାୟ ମୁଣ୍ଡବ୍ୟଥା କୁ ତୁରନ୍ତ କମ କରିବାରେ ସାହାଯ୍ୟ କରିପାରେ କିନ୍ତୁ ,ଏହା ଆମକୁ ମୁଣ୍ଡବ୍ୟଥା ରୁ ଅଧିକ ସମୟ ପର୍ଯ୍ୟନ୍ତ ଆରାମ ଦେଇ ନପାରେ । ସେଥିପାଇଁ ଯଦି ଆପଣ ଔଷଧ ର ସେବନ କରିବାକୁ ଚାହୁଁ ନାହାନ୍ତି ତେବେ ଉପରେ ଦିଆଯାଇଥିବା କୌଣସି ଉପଚାର କୁ ପ୍ରୟୋଗ କରି ମୁଣ୍ଡବ୍ୟଥା ରୁ ସବୁଦିନ ପାଇଁ ମୁକ୍ତି ପାଇ ପାରିବେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।