ମୂଷାକୁ ଘରୁ ବହର କରିବାର ଜବରଦସ୍ତ ଉଅପାୟ… ଆଉ ଭୁଲରେ ବି ଘରର ମୁହଁ ମାଡିବେନି ମୂଷା- Remove Rats

କୁହା ଯାଏ କି ଘରେ ମଣିଷ ବାସ ନ କଲେ ସେହି ଘରକୁ ବିଭିନ୍ନ ଯିବ ଜନ୍ତୁ ସେହି ଘରେ ବସବାସ କରି ଥାନ୍ତି । ତେବେ ସେହି ଭଳି କିଛି ଜୀବ ଅଛନ୍ତି ଯେଉଁ ମାନେ କି ମଣିଷ ଥିବା ଅବସ୍ଥାରେ ମଧ୍ୟ ସେମାନେ ଘରେ ବସବାସ କରି ଥାନ୍ତି । ତେବେ ସେହି ଭଳି କିଛି ଜୀବ ହେଉଛନ୍ତି ମୂଷା । ମୂଷା ଯଦି ଘରେ ହୋଇ ଥାନ୍ତି ତେବେ ଆପଣଙ୍କ ଜୀବନ ଯାପନ ବହୁତ କଷ୍ଟକର ହୋଇ ଯାଇ ଥାଏ । କାରଣ ମୂଷା ଆପଣଙ୍କ ଘରର ପ୍ରତେକ ଜିନିଷ କୁ କାଟି ଦେଇ ଥାନ୍ତି ।

ଯାହା ଫଳରେ ଅନେକ ଲୋକ ନିଜ ଘରୁ ମୂଷା କୁ ତଡିବା ପାଇଁ ବିଭିନ୍ନ ମାର୍କେଟ ରୁ ମିଳିଥିବା ମୂଷା ମରା ଔଷଧ , ଅଠା ଆଦି କିଣି ଥାନ୍ତି । କିନ୍ତୁ ଏହା କରିବା ଦ୍ୱାରା ସେହି ମୂଷା ମାନେ ସେହି ଖାଦ୍ୟ ବା ସେହି ଅଠା ଖାଇ ଆମ ଖାଦ୍ୟ ଉପରେ ଚାଲି ଥାନ୍ତି ତେବେ ଏହା ଆମ ର ସ୍ୱାସ୍ଥ୍ୟ ଖରାପ ହୋଇ ଥାଏ ।

ତେଣୁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ରେ ମୂଷା କୁ ଘରୁ ବିଦା କରି ପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ଥିବା ସାମଗ୍ରୀ ରେ ହିଁ ଆମେ ଏହି ଉପାୟ କରି ପାରିବେ । ତେବେ ଏଥିପାଇଁ ଅଟ, ଲଙ୍କା ଗୁଣ୍ଡ, ଓ ଗୋଲମରିଚ ।

ପ୍ରଥମେ ଆପଣ ଏକ ଚାମଚ ଅଟା ନେବେ ଏଥିରେ ଦେଢ଼ ଚାମଚ ଲଙ୍କା ଗୁଣ୍ଡ ମିଶାଇ ଦେବେ । ଏହାକୁ ମିଶାଇ ଦେବେ । ଏଥିରେ ଗୋଲମରିଚ କୁଟିକି ବା ସେହିଭଳି ଗୋଟାଏ ମିଶାଇ ଦେବେ । ଏହି ମିଶ୍ରଣ କୁ ଶୁଖିଲା ମିଶାଇ ଦେବେ ।

ଏହାକୁ ଆପଣ କିଛି ଦିନ ପାଇଁ ମଧ୍ୟ ରଖି ପାରିବେ । ଏହାକୁ ଆପଣ ମୂଷା ଆସିବା ସ୍ଥାନ ରେ ବିଞ୍ଚି ଦେବେ । ମୂଷା ମାନଙ୍କ ନାକ ଓ ପାଟି ଦୁଇଟି ଜାଗା ବହୁତ ସୂକ୍ଷ୍ମ ହୋଇ ଥାଏ । ତେଣୁ ମୂଷା ମାନଙ୍କୁ ଲଙ୍କା ଗୁଣ୍ଡ ଭଲ ଲାଗି ନ ଥାଏ ।

ତେଣୁ ଏହା ରଖିବା ଦ୍ୱାରା ମୂଷା ସେହି ସ୍ଥାନ ଛାଡି ପଳାଇ ଥାନ୍ତି । କିନ୍ତୁ ସେହିଭଳି ରାସାୟନିକ ଜିନିଷ ଖାଦ୍ୟ ଦ୍ରବ୍ୟ ପାଇଁ ଖରାପ ହୋଇ ଥାଏ । ତେଣୁ କେବେବି ମୂଷା ମାରିବା ପାଇଁ ଆପଣ ସେହି ମାର୍କେଟ ରୁ ମିଳୁଥିବା ଜିନିଷ କୁ ଆଣି ବ୍ୟବହାର କରନ୍ତୁ ନାହିଁ ।

ଏହି ଭଳି ଘରୋଇ ଉପଚାର ର ବ୍ୟବହାର କରନ୍ତୁ । ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କୌଣସି ହାନି କାରକ ହୋଇ ନ ଥାଏ । ଯାହା ଦ୍ଵାରା ଆପଣ ରାସାୟନିକ ଦ୍ରବ୍ଯ ଠାରୁ ମଧ୍ୟ ଦୂରେଇ କି ରହିବେ । ତେବେ ଏହି ଉପାୟ ଆପଣ ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *