କଥା କଥାରେ ହସୁଥିବା ମହିଳାଙ୍କ ଚରିତ୍ର ବିଷୟରେ କିଛି ଖାସ କଥା- Ajira Anuchinta

ଆମେ ସୁସ୍ଥ ଶରୀର ପାଇଁ କିଛି ନା କିଛି ଯୋଗ ବ୍ୟାୟାମ ଆଦି କରିଥାଉ । ତେବେ ଏହି ଯୋଗ ବ୍ୟାୟାମ ଆଦି ମଧ୍ୟ ରେ ଏକ ଏକ୍ସରସାଇଜ ରହିଛି । ଯାହାକୁ କି ଆମେ ହସିବା ଦ୍ୱାରା କରିଥାଉ । ସକାଳୁ ସକାଳୁ ଜୋର ଜୋର ରେ ହସିବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଏହା ଡାକ୍ତର ମାନେ ମଧ୍ୟ ପରାମର୍ଶ କରିଥାନ୍ତି । ତେବେ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଯେତେବେଳେ କେହି ହସି ଥାନ୍ତି ବା ଆମେ ନିଜେ ହସି ଥାଉ ଖୁସି ହୋଇ ଥାଉ ତାହା ଆମର ମନ କୁ ପ୍ରସନ୍ନ କରି ଥାଏ ।

ତେବେ ଦୁନିଆ ରେ ବହୁତ ଭିନ୍ନ ଭିନ୍ନ ପ୍ରକାରର ନାରୀ ଓ ପୁରୁଷ ରହି ଥାନ୍ତି । ସମସ୍ତଙ୍କ ସ୍ଵଭାଵ ଅଲଗା ଅଲଗା ହୋଇ ଥାଏ । ତେବେ ଚାଣକ୍ୟ ପୁରାଣ ରେ ଉଭୟ ନାରୀ ଓ ପୁରୁଷଙ୍କ ବିଷୟରେ ଅନେକ କଥା ବର୍ଣିତ ଅଛି । ତେବେ ଆପଣ ଜାଣିଥିବେ ଲୋକଙ୍କ ଚାଲି ଚଳଣ , ବ୍ୟବହାର ଆଦିରୁ ସେମାନଙ୍କ ସ୍ଵଭାଵ ସମ୍ପର୍କ ରେ ଜଣା ପଡି ଥାଏ ।

ତେବେ ସେହି ମଧ୍ୟ ରୁ ହସ କୁ ନେଇ ମଧ୍ୟ ନାରୀ ବା ପୁରୁଷଙ୍କ ସ୍ଵଭାଵ ସମ୍ପର୍କରେ ଜାଣି ହୋଇଥାଏ । ବିଭିନ୍ନ ପ୍ରକାରର ହାସ୍ୟ ଶୈଳୀ ରହିଥାଏ । ତେବେ ସମସ୍ତେ କେବେବି କୌଣସି ଏକ ପ୍ରକାରର ଶୈଳୀ ରେ ହସି ନ ଥାନ୍ତି । ତେବେ ଯେଉଁ ନାରୀ ବା ପୁରୁଷ ମୁହଁ ବନ୍ଦ କରି ହସିଥାନ୍ତି ସେମାନେ ବହୁତ ନିର୍ଦୟ ହୋଇ ଥାନ୍ତି ।

ସେମାନେ କେବେବି କାହାର ସୁଖ ଦେଖି ପାରନ୍ତି ନାହିଁ । ସେମାନେ ସର୍ବଦା ଅନ୍ୟ ମାନଙ୍କ ଶତ୍ରୁ ପାଲଟି ଥାନ୍ତି । ଏମାନେ ବହୁତ କୁଟିବାଦୀ ହୋଇ ଥାନ୍ତି । ସେହି ଭଳି କଥା କଥା ରେ ହସୁଥିବା ନାରୀ ବା ପୁରୁଷ । ସାଧାରଣତଃ ଆମେ ସମସ୍ତେ କୌଣସି କୌତୁହଳ ବା କୌଣସି ହାସ୍ୟ କଥା ରେ ହସି ଥାଉ ।

ତେବେ ଯେଉଁ ମାନେ କୌଣସି ହାସ୍ୟ କଥା ନ ଥାଇ ହସିଥାନ୍ତି ବା ଛୋଟ ଛୋଟ କଥା ରେ ହସି ଥାନ୍ତି । ସେମାନେ ବହୁତ ନିରୀହ ସ୍ଵଭାଵ ର ହୋଇ ଥାନ୍ତି । ସେମାନେ ବହୁତ ଭଲ ସ୍ଵଭାଵ ର ହୋଇ ଥାନ୍ତି । ଏମାନଙ୍କର ପର ଲୋକଙ୍କ ସହ କୌଣସି ଶତ୍ରୁତା ରହି ନ ଥାଏ । କିନ୍ତୁ ଏହି ହସ ପାଇଁ ଏମାନେ ଅନେକ ଲୋକଙ୍କର ଅପ୍ରିୟର ପାତ୍ର ହୋଇ ଥାନ୍ତି ।

କଥା କଥା ରେ ଜୋରେ ହସୁଥିବା ନାରୀ ବା ପୁରୁଷ । ଯେଉଁ ନାରୀ ବା ପୁରୁଷ କୌଣସି କଥା ରେ ବହୁତ ଜୋରେ ହସି ଥାନ୍ତି । ତେବେ ସେମାନଙ୍କ ସ୍ଵଭାଵ ଭଲ ହୋଇ ନ ଥାଏ । କେବେବି ଅତି ଜୋରେ କଥା ବା ହସିବା ଉଚିତ ନୁହେଁ । ଏହା ଅଶୁଭତ୍ୱ ର ଲକ୍ଷଣ ହୋଇ ଥାଏ । ତେଣୁ କେବେବି ଏପରି ହସିବା ଉଚିତ ନୁହେଁ । ସେ ନାରୀ ହୁଅନ୍ତୁ ବା ପୁରୁଷ ।

Leave a Reply

Your email address will not be published. Required fields are marked *