ଆଜି ଆମେ ଆପଣଙ୍କୁ ଗୋଟେ ଆୟୁର ବେଦିକ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ଵାରା ମୂଷାକୁ ଆପଣ ଘରୁ ବାହାର କରି ପାରିବେ । ମୂଷାକୁ ନକାରାତ୍ମକ ଊର୍ଜା ବା ଶକ୍ତିର ସଂକେତ କୁହାଯାଏ ଏବଂ ଯେଉଁ ଘରେ ମୂଷା ବାସ କରନ୍ତି ସେହି ଘର ଲୋକଙ୍କର ନୈତିକ ଏବଂ ଭୌତିକ ବିକାଶ ହୋଇନଥାଏ । ମୂଷା ଘରେ ମଇଳା ଏବଂ ଦରିଦ୍ରାତାକୁ ଜନ୍ମ ଦେଇଥାନ୍ତି ଯାହା କାରଣରୁ ଘରେ ଦରିଦ୍ରତା ଆସିଥାଏ ଏବଂ ସେହି ଘର ଲୋକଙ୍କର ଉନ୍ନତି ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସହଜ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ମୂଷାକୁ ଘରୁ ବାହାର କରି ପାରିବେ ।
୧. ପେପରମିଣ୍ଟ ତେଲ :
ତେବେ ଆପଣ ମାନେ ପେପରମିଣ୍ଟ ତେଲ ବିଷୟରେ ବେସ ଭଲ ଭାବରେ ଜାଣିଥିବେ ତେବେ ପେପରମିଣ୍ଟ ତେଲ ଗନ୍ଧ ବହୁତ ହାର୍ଡ ହୋଇଥାଏ । ଏହି ତେଲ ଗନ୍ଧକୁ ମୂଷା ମାନେ ସହି ପାରନ୍ତି ନାହିଁ ଓ ଘର ଛାଡି ପଳାଇ ଥାନ୍ତି ତେବେ ଏହା ପାଇଁ ଆପଣଙ୍କୁ ଗୋଟେ ସରଳ ଉପାୟ କରିବାକୁ ହବ ଆପଣଙ୍କୁ ତୁଳାର ଛୋଟ ଛୋଟ ଗୁଲା କରି ଏଥିରେ ପେପରମିଣ୍ଟ ତେଲ ଢାଳି ଏହାକୁ ମୂଷା ରହିବା ସ୍ଥାନରେ ରଖି ଦିଅନ୍ତୁ ଦେଖିବେ ଏହାର ଗନ୍ଧ ପାଇଲା ମାତ୍ରେ ମୂଷା ଘର ଛାଡି ପଳାଇବେ ।
୨. ଲଙ୍କା ପାଉଡର :
ତେବେ ଆପଣ ମାନଙ୍କ ସମସ୍ତଙ୍କ ଘରେ ଲଙ୍କା ପାଉଡର ଥିବ, ଆଜି ଆମେ ଆପଣଙ୍କୁ ଲଙ୍କା ପାଉଡର ଏମିତି ଗୋଟେ ଉପାୟ କହିବୁ ଯାହା ଆପଣ ଆଗରୁ କେବେ ଶୁଣି ନଥିବେ,ତେବେ କିଛି ଶୁଖିଲା ଅଟାରେ ଲଙ୍କା ପାଉଡର ଗୋଳେଇ ଦିଅନ୍ତୁ ଏହା ପରେ ଏହି ମିଶ୍ରଣକୁ ମୂଷା ଯାଉଥିବା ବା ଆସୁଥିବା ଜାଗାରେ ରଖି ଦିଅନ୍ତୁ, ମୂଷା ମାନଙ୍କର ସୁଙ୍ଘିବା ଶକ୍ତି ଅଧିକ ଥାଏ ତେବେ ଏହି ମିଶ୍ରଣକୁ ସୁନିଘିବା ପରେ ମୂଷା ପୀଡା ପାଇଥାନ୍ତି ଓ ଆପଣଙ୍କ ଘର ଛାଡି ପଳାନ୍ତି ତେବେ ଛୁଆଙ୍କୁ ଏହି ମିଶ୍ରଣ ଠାରୁ ଦୂରେଇ ରଖନ୍ତୁ ।
୩. ତେଜ ପତ୍ର :
ତେବେ ଆମେ ସମସ୍ତେ ଏହା ଜାଣିଛୁ ଯେ ତେଜ ପତ୍ର ରୋଷେଇ ରେ ବ୍ୟବହାର କରା ଯାଇଥାଏ କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯେ ତେଜ ପତ୍ର ଦ୍ଵାରା ମୂଷାକୁ ମଧ୍ୟ ଦୂର କରା ଯାଇ ପାରେ । ତେବେ ରାତିରେ ଶୋଇଲା ବେଳେ କିଛି ତେଜ ପତ୍ର ଜଳାଇ ଏହାକୁ ଘର ଭିତରେ ରଖି କବାଟ ଝରକା କିଛି ସମୟ ପାଇଁ ବନ୍ଦ କରି ଦିଅନ୍ତୁ ଏମିତି କରିବା ଦ୍ଵାରା ତେଜ ପତ୍ର ଗନ୍ଧ ପୁରା ରୁମରେ ବ୍ୟାପିଯିବ ଯାହା ପରେ ଘର ମୂଷା ଘର ଛାଡି ପଳାଇବେ ତେବେ ଏହି ଉପାୟ ଆପଣଙ୍କ ପାଇଁ ବହୁତ ସହଜ ରହିବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।