ଆପଣଙ୍କୁ କୋଟିପତି କରିଦେବ ମୂଷା ଗାତର ମାଟି, ଶ୍ରୀ ଗଣେଶ ମା’ଲକ୍ଷ୍ମୀଙ୍କ ସହ ମିଶି କରିବେ ଧନ ବର୍ଷା, ବାସ କରନ୍ତୁ ଏହି ଉପାୟ-

ଆପଣ ଜାଣିଛନ୍ତି କି ଗୋଟିଏ ଯୋଡି ମୂଷା ଏକ ବର୍ଷ ମଧ୍ୟରେ ୮୦୦ ରୁ ୧୨୦୦ ପର୍ଯ୍ୟନ୍ତ ନିଜର ସଂଖ୍ୟା ବୁଦ୍ଧି କରି ପାରିବେ । ଗୋଟିଏ ମୂଷା ସାତ ଦିନ ପର୍ଯ୍ୟନ୍ତ ବିନା ଖାଦ୍ୟ ଓ ପାଣିରେ ବି ରହିପାରେ । ସେଥିପାଇଁ ଲୋକମାନେ ମୂଷାଙ୍କ ଆତଙ୍କ କାରଣରୁ ଚିନ୍ତିତ ଅଛନ୍ତି । ଘରେ ମୂଷା ଆସିବା କୌଣସି ଦିଗରେ ଭଲ ହୋଇ ନ ଥାଏ । ଏହା ଅଶୁଭ ବୋଲି କୁହାଯାଏ । ଘରେ ମୂଷା ଆସିବାର ଅର୍ଥ ଆପଣଙ୍କ ଘରେ ବିପଦ ଆସିବାର ଅଛି ଓ ସମସ୍ୟା ମଧ୍ୟ ଆସିବ ।

ଯଦି ଆପଣଙ୍କ ଘରେ ମୂଷା ଅଛି ତେବେ ତାକୁ ଘରୁ କେମିତି ଦୂର କରିବେ ଏହାକୁ ନେଇ ଆପଣ ବହୁତ ଚିନ୍ତିତ ମଧ୍ୟ ଥାନ୍ତି । । କାରଣ ମୂଷାକୁ ଘରୁ ବାହାର କରିବା ବି ବହୁତ ଜରୁରୀ ଅଟେ । ନଚେତ ଏମାନେ ଜୀବନରେ ସମସ୍ୟା ନେଇ ଆସନ୍ତି ଓ ରୋଗ ମଧ୍ୟ ନେଇ ଆସିଥାଏ ।

ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବୁ । ଯେଉଁଥିରେ ଆପଣ ମୂଷାକୁ ସହଜରେ ଘରୁ ବାହାର କରି ପାରିବେ । ଆମେ ଆପଣଙ୍କୁ ମୂଷା ଗାତର ମାଟିର ବି ଏକ ପ୍ରୟୋଗ କହିବୁ । ଯାହା ଆପଣଙ୍କ ଭାଗ୍ୟକୁ ଖୋଲିଦେବ । କହିଦେଉଛୁ କି ନାଲି ଲଙ୍କାକୁ ମୂଷାମାନେ ସହି ପାରନ୍ତି ନାହିଁ ।

ମୂଷା ଯିବା ଆସିବା ରାସ୍ତାରେ ଆପଣ ନାଲି ଲଙ୍କା ଓ ପାଉଡର କିମ୍ବା କଟା ପିଆଜ ରଖି ଦିଅନ୍ତୁ ଦେଖିବେ ମୂଷା ସେହି ସ୍ଥାନକୁ ଆଉ ଆସିବେ ନାହିଁ । ବର୍ଷା ଦିନରେ ମୂଷାମାନେ ବହୁତ ଉତ୍ତାପତ କରନ୍ତି । ଆପଣ ମୂଷା ଯୋଗୁ ଚିନ୍ତିତ ଅଛନ୍ତି ତେବେ ଏହି ସବୁ ଉପାୟକୁ ନିଶ୍ଚିତ କରନ୍ତୁ । କିନ୍ତୁ କହିଦେଉଛୁ କି ଏହି ମୂଷାମାନଙ୍କର ଗାତର ମାଟି ଆପଣଙ୍କ ସମସ୍ୟାର ଅନ୍ତ କରିବ ।

ଆପଣ ଏହି ମାଟି ଦ୍ଵାରା ଏକ ଛୋଟ ପ୍ରୟୋଗ କରି ନିଜ ଭାଗ୍ୟର ତାଲାକୁ ଖୋଲି ପାରିବେ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଗଣେଶଙ୍କ ବାହାନ ଅଟନ୍ତି ମୂଷା । ଆପଣ ମୂଷାକୁ ମାରନ୍ତୁ ନାହିଁ ଏହାକୁ ଆପଣ ଘରୁ ବାହର କରି ପାରିବେ । କିନ୍ତୁ ଯଦି ଆପଣଙ୍କୁ ମୂଷା ରହୁଥିବା ଗାତର ମାଟି ମିଳିଯିବ ତେବେ ସେହି ସ୍ଥାନର ଅଳ୍ପ ମାଟି ଆଣି ତାକୁ ଏକ ନାଲି କପଡାରେ ବାନ୍ଧି ଘରର ଯେ କୌଣସି ସ୍ଥାନରେ ଲୁଚାଇ ରାଖି ଦିଅନ୍ତୁ ।

ତେବେ ଆପଣଙ୍କ ଘରେ ଧନର ବର୍ଷା ହେବ । କାରଣ ମୂଷା ଧନ ଓ ସମୃଦ୍ଧିର ପ୍ରତୀକ ଅଟେ । କିନ୍ତୁ ଘରେ ମୂଷା ରହିବେ ତେବେ ଧୀରେ ଧୀରେ ଯେମିତି ସବୁ ଜିନିଷକୁ ସେମାନେ କାଟି ଦିଅନ୍ତି ଠିକ ସେହିଭଳି ସେମାନେ ଆପଣଙ୍କ ଜୀବନକୁ ବି ଧୀରେ ଧୀରେ କରି ଖରାପ କରିଦେବ । ଘରେ ମୂଷା ରଖନ୍ତୁ ନାହିଁ କିନ୍ତୁ ସେହି ମାଟିକୁ ଘରେ ଆଣି ରଖିବା ଦ୍ଵାରା ଆପଣଙ୍କ ଘରର ଧନ ଭଣ୍ଡରା ପରିପୂର୍ଣ ହୋଇଯିବ ।

Leave a Reply

Your email address will not be published. Required fields are marked *