କ୍ଷୀର ପିଇବାର ସଠିକ ସମୟ, କେମିତି ପିଇବେ, କେତେ ପିଇବେ ? କେଉଁ ସମୟରେ ପିଇବେ ? ଜାଣନ୍ତୁ କଣ କହୁଛନ୍ତି Doctor

ଆପଣ ମାନେ ଜାଣିଥିବେ କ୍ଷୀରରେ ଭିଟାମିନ-ଏ,କେ, ବି-୧୨ ପ୍ରଚୁର ପରିମାଣରେ ରହିଛି । କ୍ଷୀରରେ କ୍ୟାଲସିୟମ, ଆଇରନ, ଫସଫରସ, ପୋଟାସିୟମ ରହିଥାଏ ଯାହା ହାଡକୁ ମଜବୁତ ରଖିବାରେ ସାହାଜ୍ଯ କରିଥାଏ । କ୍ଷୀରର ଅଧିକ ମାତ୍ରାରେ ସେବନ କରିଲେ ଅନେକ ସମସ୍ୟା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କ୍ଷୀର ପିଇବାର ସଠିକ ସମୟ ଓ କଣ ସବୁ ଫାଇଦା ଓ ନୁକସାନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଦୈନିକ କେତେ ମାତ୍ରାରେ କ୍ଷୀର ପିଇବା ଉଚିତ : ଦୈନିକ ଗୋଟେ ରୁ ଦୁଇ ଗ୍ଳାସ କ୍ଷୀର ସେବନ କରିବା ଉଚିତ । ଯେଉଁ ମାନେ ଜିମ ବା ବ୍ୟାୟାମ କରୁଛନ୍ତି ସେମାନେ ଅଧିକ ମାତ୍ରାରେ କ୍ଷୀର ସେବନ କରି ପାରିବେ ।

୨- କ୍ଷୀର ପିଇବାର ସଠିକ ସମୟ : ଦୈନିକ ରାତିରେ ଶୋଇବା ସମୟରେ କ୍ଷୀର ର ସେବନ କରିବା ଉଚିତ । କିନ୍ତୁ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ବା ଶୋଇବାର ଏକ ଘଣ୍ଟା ପୂର୍ବରୁ କ୍ଷୀରର ସେବନ କରିବା ଉଚିତ ।

୩- କ୍ଷୀର ପିଇବାର ସଠିକ ଉପାୟ : କ୍ଷୀରରେ ହଳଦୀ ପକାଇ ସେବନ କରିଲେ ଆମ ଶରୀରର ପାଇଁ ଲାଭଦାୟକ ହୋଇଥାଏ । ଏହା ଛଡା ଚେହେରାରେ ଚମକ ଆସିବା ସହ ହାଡ ମଜବୁତ ହୋଇଥାଏ । ଏହା ଛଡା ହଳଦୀ ମିଶାଇ କ୍ଷୀର ସେବନ କରିଲେ ଲିଭର ମଜବୁତ ହୋଇଥାଏ । କାରଣ ହଳଦୀ ଏକ ଆୟୁର୍ବେଦିକ ଔଷଧ ଭାବେ କାମ କରିଥାଏ । କ୍ଷୀରରେ ଚିନି ନ ପକାଇ ଗୁଡ, ମହୁ ମିଶାଇ ସେବନ କରି ଅପରିବେ ।

୪- କ୍ଷୀର ପିଇବା ପୂର୍ବରୁ ବା ଆଗରୁ କଣ ଖାଇବା ଅନୁଚିତ : କ୍ଷୀର ପିଇବା ପୂର୍ବରୁ ବା ଆଗରୁ ଖଟା ଫଳ ବା ଆଚାରର ସେବନ କରିବା ଅନୁଚିତ । ଏହା ଦ୍ଵାରା ଏସିଡିଟି ଆଦି ସମସ୍ୟା ହୋଇଥାଏ । ଏହା ଛଡା ଯଦି ମାଛ ସେବନ କରାଯାଏ ତେବେ ସ୍କିନ ସହ ଜଡିତ କିଛି ସମସ୍ଯା ହୋଇପାରେ ।

୫- କେଉଁ ମାନେ କ୍ଷୀର ସେବନ କରିବେ ନାହି : ଯେଉଁ ମାନଙ୍କର ସର୍ଜରୀ ହୋଇଥିବେ ସେମାନେ କ୍ଷୀର ସେବନ କରିବା ଅନୁଚିତ । ଏହା ଦ୍ଵାରା କ୍ଷତ ଜଲ୍ଦି ସୁଖେ ନାହିଁ । ଏହା ଛଡା ଯେଉଁ ମାନଙ୍କର ମୁହଁରେ କୌଣସି ଦାଗ ବା ବ୍ରଣ ଥିବ ସେମାନେ କମ କ୍ଷୀର ସେବନ କରିବା ଉଚିତ ।

୬- କ୍ଷୀର ପିଇବାର ଫାଇଦା କଣ : ଦୈନିକ କ୍ଷୀରରେ ମହୁ ମିଶାଇ ସେବନ କରିଲେ ଦାନ୍ତ ଓ ହାଡ ମଜବୁତ ହୋଇଥାଏ । ଯଦି କବଜ ହୋଇଥାଏ ତେବେ ଗରମ କ୍ଷୀରର ସେବନ ଦ୍ଵାରା ପାଚନ କ୍ରିୟା ଠିକ ଭାବେ ହୋଇଥାଏ । ରାତିରେ କ୍ଷୀର ପିଇ ଶୋଇଲେ ନିଦ ଭଲ ହେବା ସହ ଶରୀର ସୁସ୍ଥ ରହିଥାଏ । କ୍ଷୀରରେ ଥିବା ଭିଟାମିନ-ବି୧୨ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଏହା ଛଡା ହୃଦୟ ରୋଗୀଙ୍କ ପାଇଁ କ୍ଷୀରର ସେବନ ଫାଇଦା ହୋଇଥାଏ । ଏହା ଛଡା ମୁହଁରେ ଗ୍ଲୋ ଆସିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *