ନାଭିରେ ଏହି ତେଲକୁ ଲଗାନ୍ତୁ ମୂଳରୁ ଶେଷ ହେବ ଏହି 2ଟି ରୋଗ, (Health Tips)

ଆମ ଶରୀରର ନାଭି ହେଉଛି ସେଣ୍ଟର ପଏଣ୍ଟ ଯାହା ସାହା ଆମ ଶରୀରର ନର୍ଭ ଶିଷ୍ଟମ ଯୋଡି ହୋଇଥାଏ । ଏଣୁ ନାଭି ସଫା ରଖିବା ବହୁତ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ସ୍କିନରେ ଗ୍ଲୋ ଆସିବା ସହ ଶରୀର ଫୁର୍ତ୍ତି ରହିବ । ଏଥିପାଇଁ ଆପଣଙ୍କୁ ଅଯଥା ଖର୍ଚ୍ଚ କରିବାକୁ ପଡିବ ନାହି । ନାଭିରେ ରାତିରେ ଶୋଇବା ସମୟରେ ଏହି ତେଲର କିଛି ବୁନ୍ଦା ପକାନ୍ତୁ । ନାଭି ରେ ପ୍ରତିଦିନ ଦେଶୀ ଘିଅ ବା ବାଦାମ ରୋଗନ ତେଲ ପକାଇ ସୋଇବେ ତେବେ ଏହା ପ୍ରଜାନନ କ୍ଷମତା ବୃଦ୍ଧି କରାଇଥାଏ ।

ଏହା ସହ ଶରୀର ସୁସ୍ଥ ହେବା ସହ ପୁରୁଷଙ୍କ ଶୂକ୍ରାଣୁ ମଧ୍ୟ ସୁସ୍ଥ ରହିଥାଏ । ମହିଳାଙ୍କର ପ୍ରଜାନନ କ୍ଷମା ବଢିଥାଏ । ସ୍କିନରେ ଯଦି କୌଣସି ଆଲର୍ଜି ବା କଳା ଦାଗ ରହିଛି ତେବେ କିଛି ଦିନ ନାଭିରେ ଲେମ୍ବୁର ତେଲ ବା ନିମର ତେଲ ପକାନ୍ତୁ । ଏହା ସହ ନାଭିରେ ତେଲ ଲଗାଇବା ଦ୍ଵାରା ସୁନ୍ଦରତା ବୃଦ୍ଧି ପାଇବା ସହ ଅନେକ ସାରା ଫାଇଦା ମିଳିଥାଏ ।

ଯଦି ନାଭିରେ ନଡିଆ ତେଲ ଲଗାଇବେ ତେବେ କେଶ ଝଡିବା ବନ୍ଦ ହେବ, ଶରୀରରେ ଫୁର୍ତ୍ତି ଆସିବ, କେଶ ମଜବୁତ ହେବ ଓ ଆଖି ଜନିତ ସମସ୍ଯା ଦୂର ହେବ । ଯେମିତିକି ଆଖି ଜ୍ଵଳନ ହେବା, କମ ଦେଖାଯିବା ଇତ୍ୟାଦି । ନାଭିରେ ନଡିଆ ତେଲ ପକାଇ ଏହାକୁ କିଛି ସମୟ ରହିବାକୁ ଦିଅନ୍ତୁ । ଏହା ପରେ ତେଲ ନାଭି ଭିତରକୁ ଯିବା ପରେ ଏହାକୁ ଚାରିଆଡେ ମାଲିସ କରନ୍ତୁ ।

ଶୋଇବା ପୂର୍ବରୁ ୪ରୁ ୫ ବୁନ୍ଦା କ୍ୟାଷ୍ଟର ତେଲ ଲଗାଇବା ଦ୍ଵାରା ଜଏଣ୍ଟ ପେନ ସମସ୍ଯା ଦୂର ହୋଇଥାଏ । ନାଭିରେ ନିମ ତେଲ ୩ରୁ ୪ ବୁନ୍ଦା ଲଗାଇଲେ ସ୍କିନରେ ଥିବା ବ୍ରଣ ବା କଳାଦାଗ ଦୂର ହୋଇଥାଏ । ଯଦି ଆପଣଙ୍କର ଚେହରା ରେ ଗ୍ଲୋ ନାହିଁ ବା ବୁଢାପା ଆସିଛି ତେବେ ଶୋଇବା ପୂର୍ବରୁ ନାଭିରେ ବାଦାମ ରୋଗନ ତେଲ ଲଗାନ୍ତୁ ।

ଏହା ଦ୍ଵାରା ସ୍କିନ ସଫ୍ଟ ହେବା ସହ ସୁନ୍ଦରତାରେ ଚମକ ଆସିବ । ଏହି ତେଲରେ ଭିଟାମିନ-ଇ ରହିଥାଏ ଯାହା ଦ୍ଵାରା ଆଖି ଓ ବ୍ରେନ ସୁସ୍ଥ ରହିଥାଏ । ସୋରିଷ ତେଲ ନାଭିରେ ଲଗାଇଲେ ଯେଉଁ ମାନଙ୍କର ଓଠ ଡ୍ରାଏ ହୋଇଥାଏ ବା ସ୍କିନ ଡ୍ରାଏ ହୋଇଥାଏ ତେବେ ଏହା ଦୂର ହେବ । ଯଦି ଆପଣ ମୋଟାପଣ କାରଣରୁ ଚିନ୍ତାରେ ଅଛନ୍ତି ବା ଆଁଠୁ ଗଣ୍ଠି ବିନ୍ଧା ହେଉଛି ତେବେ ନାଭିରେ ଜ୍ୟାତନ ତେଲ ମାଲିସ କରନ୍ତୁ ।

ଅନେକ ଲୋକଙ୍କୁ ପ୍ରାୟତ ଥଣ୍ଡା କାଶ ଲାଗି ରହିଥାଏ । ଏହି କ୍ଷେତ୍ରରେ ନାଭିରେ କିଛି ଦିନ ଆଲକୋହଳ ଲଗାନ୍ତୁ । ଦୁଇରୁ ତିନି ଦିନ ମଧ୍ୟରେ ଆପଣଙ୍କୁ ଫରକ ଦେଖାଯିବ । ସପ୍ତାହକୁ ଅଦଳ ବଦଳ କରି ବାଦାମ ରୋଗନ ତେଲ, ଦେଶୀ ଘିଅ ଲଗାଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *