ନାଗାଲାଣ୍ଡ ର ଏ ଭୟାନକ ସତ୍ୟ ବିଷୟରେ ଜାଣିଲେ ଆପଣ ଚକିତ ହେଇଯିବେ

ନାଗାଲାଣ୍ଡ ଭାରତ ଦେଶ ଅନ୍ତର୍ଗତ ଏକ ଛୋଟ ସୁନ୍ଦର ରାଜ୍ୟ, ଯାହାର ରାଜଧାନୀ କୋହିମା । ଏହାର କ୍ଷେତ୍ରଫଳ ୧୬୫୭୮ ବର୍ଗ କି.ମି । ଏଇ ରାଜ୍ୟ ରେ ନାଗା ପାହାଡ଼ ମଧ୍ୟ ରହିଛି, ଯାହାର ସବୁଠୁ ଉଚ୍ଚ ଶିଖର ୧୨୬୦୦ ଫୁଟ ଅଟେ । ନାଗାଲାଣ୍ଡ ର ଇତିହାସ ତଥା ଆଦିବାସୀ ସଂସ୍କୃତି ବିଶ୍ଵରେ ବିଖ୍ୟାତ । ନାଗାଲାଣ୍ଡ ର ସୁନ୍ଦରତା, ଖାଦ୍ୟ, ପାଣିପାଗ, ପୋଷାକ ଓ ଏହାର ସଂସ୍କୃତି ପର୍ଯ୍ୟଟକ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରେ ।

ରାଜ୍ୟ ର ମୁଖ୍ୟ ଫସଲ ଚାଉଳ, ମକ୍କା, ଗହମ ଓ ଡାଲି ଅଟେ ଓ ପ୍ରମୁଖ ନଦୀ ଗୁଡିକ ହେଲା ଧନସିରି, ଦୋୟାଙ୍ଗ, ଦିଖୁ ଓ ଝାଂଶି ।

ଏହି ରାଜ୍ୟ ର ରାଜକୀୟ ପଶୁ ଗୟଳ ଓ ବୃକ୍ଷ ଆଲ୍ଡର୍ , ଏହା ଏକ ପର୍ବତୀୟ କ୍ଷେତ୍ର ଓ ଏଠି ସମତଳ ଭାଗ ବହୁତ କମ୍ । ଏହା ପର୍ବତୀୟ ରାଜ୍ୟ ହେଇଥିବାରୁ ଏଠାରେ ପ୍ରାକୃତିକ ସୁନ୍ଦରତା ରହିଛି । ଏଠାରେ  ପାହାଡ଼ ଓ ବଣ ଜଙ୍ଗଲ ଥିବାରୁ ପାଗ ଭଲ ରହେ ଓ ଅଧିକ ଗରମ ହୁଏନି । ଗରମ ରେ ତାପମାତ୍ରା ନ୍ୟୁନତମ ୧୬ ଡିଗ୍ରୀ ଓ ଅଧିକତମ ୩୧ଡିଗ୍ରୀ ଯାଏ ରହେ ଏବଂ ଥଣ୍ଡା ପାଗରେ ୪ଡିଗ୍ରୀ ରୁ ୨୪ ଡିଗ୍ରୀ ଯାଏ ରହେ । ମେ ମାସ ସେପ୍ଟେମ୍ବର ରେ ବର୍ଷା ହୁଏ,ବର୍ଷା ୧୮୦୦ ରୁ ୨୫୦୦ ମି.ମି ମାନେ ୧୭ ରୁ ୧୦୦ ଇଞ୍ଚ୍ ହୋଇଥାଏ ।

 

ଏହାର ସୀମାରେ ପଶ୍ଚିମ ଓ ଉତ୍ତର ରେ ଆସମ୍, ପୂର୍ବ ମିଆଁମାର, ଉତ୍ତର ରେ ଅରୁଣାଚଳ ପ୍ରଦେଶ, ଦକ୍ଷିଣ ରେ ମଣିପୁର ଅବସ୍ଥିତ । ଏଠି ବହୁତ ପ୍ରକାର ର ଜନଜାତି ବାସ କରନ୍ତି , ପୁରୁଣା ସମୟରେ ବହୁତ ଯୋଦ୍ଧା ଥିଲେ ଓ ଶତ୍ରୁ ର ମୁଣ୍ଡ କାଟିବା ଏଠିକାର ପରମ୍ପରା ଥିଲା । ନାଗା ଜୀବନ ର ଏକ କେନ୍ଦ୍ରୀୟ ବିଶେଷତା ପୁଣ୍ୟ ର ଭୋଜି ହୁଏ ସେଥିରେ ବହୁତ ରସମ୍ ଥିବା ସହ ଗୟଳ ର ବଳି ଦିଆଯାଏ ।

ନାଗାଲାଣ୍ଡ ଭାରତ ର ମୁଖ୍ୟ ଆଦିବାସୀ କ୍ଷେତ୍ର ଏଠାର ଅଦ୍ଭୁତ ପାହାଡ଼, ଘାଟି, ଝରଣା, ଘନ ଜଙ୍ଗଲ ଓ ସମୃଦ୍ଧ ବନ୍ୟ ଜୀବନ ପ୍ରତି ଲୋକ ମାନଙ୍କୁ ଆକର୍ଷିତ କରିଥାଏ, ଏଠାରେ ମହିଳା ମାନ ଙ୍କୁ ଅଧିକ ଉଚ୍ଚ ଓ ସମ୍ମାନଜନକ ସ୍ଥାନ ଦିଆଯାଏ । ଏଠି ବିଭିନ୍ନ ପ୍ରକାର ଜନଜାତି ଙ୍କ ଅଲଗା ଅଲଗା ପର୍ବ ପାଳିତ ହୁଏ ଓ ନାଗା ନୃତ୍ୟ, ସଙ୍ଗୀତ ଗୀତ, ଲୋକଗୀତ ରେ ଉଲ୍ଲାସ ର ଝଲକ୍ ମିଳେ ।

Leave a Reply

Your email address will not be published. Required fields are marked *