ବଜେଟ୍- ୨୦୨୦, ଜାଣନ୍ତୁ କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ କିଣିଲେ ହେଇଯିବ ପକେଟ୍ ଖାଲି

କେନ୍ଦ୍ରୀୟ ଅର୍ଥ ବିଭାଗ ମନ୍ତ୍ରୀ ନିର୍ମଳା ସିତାରମଣ ଙ୍କ ଦ୍ଵାରା ୧ ଫେବୃଆରୀ ୨୦୨୦ ରେ ସାଂସଦ ରେ ଦାଖଲ କରା ଯାଇଥିବା ଏହି ବଜେଟ୍ ରେ ଲୋକ ଙ୍କୁ ଆରାମ ଦେବା ପାଇଁ ଚେଷ୍ଟା କରାଯାଇଛି । ସବୁ ଥର ପରି ମଧ୍ୟ ଏଥର ବି ବଜେଟ୍ ପରେ କିଛି ଜିନିଷ ଶସ୍ତା ଓ କିଛି ମାହଙ୍ଗା ରହିବ । ଆସନ୍ତୁ ଜାଣିବା ଆପଣ ଙ୍କ ଦୈନନ୍ଦିନ ଜୀବନ ଉପରେ ଏହାର ପ୍ରଭାବ କିପରି ପଡିବ ।

ଏ  ବଜେଟ୍ କୁ ଦାଖଲ ପାଇଁ ଅର୍ଥ ବିଭାଗ ମନ୍ତ୍ରୀ ଅଧିକ ଲମ୍ବା ଭାଷଣ ଦେଇଥିଲେ । ସେ ୧୧ ରୁ ଆରମ୍ଭ କରି ଅଢେଇ ଘଣ୍ଟା ରୁ ଅଧିକ ସମୟ କହିଥିଲେ ।

ଏହା ଆଗରୁ ଯଶବନ୍ତ ସିଂ ୨୦୦୩ ରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଇଥିଲେ । ଲୋକ ଙ୍କ ଏ ବଜେଟ୍ ରେ ବହୁତ ଆଶା ରହିଛି । ଆସନ୍ତୁ ଜାଣିବା କଣ ମାହଙ୍ଗା ଓ କେଉଁ ଜିନିଷ ଶସ୍ତା ହୋଇଛି ।

ବଜେଟ୍ ରେ କଣ ଶସ୍ତା

ଅର୍ଥ ମନ୍ତ୍ରୀ ବଜେଟ୍ ଦାଖଲ ପରେ ସୋୟା ପ୍ରୋଟିନ, ସୁଗାର ଓ ପ୍ଲାଷ୍ଟିକ-କେମିକାଲ ଶସ୍ତା ହୋଇଛି । ତାପରେ ଆମ ଦୈନନ୍ଦିନ ଜୀବନ ରେ ପ୍ରୟୋଗ ହେଉଥିବା ଟିଭି, ସୋଲାର ବ୍ୟାଟେରି ଇତ୍ୟାଦି ଶସ୍ତା ହେଇଛି । ତାସହ ନିଉଜ୍ ପ୍ରିଣ୍ଟ, ପ୍ଲାଣ୍ଟିନମ୍, ପ୍ଲାଷ୍ଟିକ ସିଟ୍ ଓ ଇଲେକ୍ଟ୍ରିକ୍ କାର ବ ବି ଶସ୍ତା ।

ବଜେଟ୍ ରେ କଣ ମାହଙ୍ଗା

 

ଏଥିରେ ଅଟ୍ଟୋ ପାର୍ଟ, ମେଡିକାଲ୍ ସରଞ୍ଜାମ, ଆସବାବ ପତ୍ର ମହଙ୍ଗା ହେଇଯାଇଛି । ଏହା ଦ୍ବାରା ଉପଭୋକ୍ତା ଙ୍କ ପକେଟ୍ ବା ରୋଜଗାର ଉପରେ ପ୍ରଭାବ ପଡ଼ିବ । ବଜେଟ୍ ପରେ ତମାଖୁ ସିଗାରେଟ୍, ଫ୍ରୁଟ ବିଅର୍, ମୋବାଇଲ, ଜୋତା ଓ ଚପଲ ,ଏମିତି କି ପାଣି ଫିଲଟର, କାଚ ଜିନିଷ, ପଙ୍ଖା ଓ ମିକ୍ସର ବି ମହଙ୍ଗା ହେଇଯାଇଛି ।

Leave a Reply

Your email address will not be published. Required fields are marked *