ନଈକୁ ଡେଇଁ ପଡିଲା ପ୍ରେମିକା, ଏମିତି ଜୀବନ ବଞ୍ଚାଇଲା ପ୍ରେମିକ… Video ହେଉଛି ଭାଇରାଲ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରେମ ହେଉଛି ଶାଶ୍ଵତ । ଥରେ ଯିଏ ଯାହାକୁ ମନ ଦେଇଛି ହୃଦୟ ଦେଇଛି ସିଏ ଜାଣିଛି ପ୍ରେମର ମହତ୍ଵ କଣ ରହିଛି । ଆଉ କଥାରେ ବି ଅଛି ପ୍ରେମ କାହା ସହ କେତେବେଳେ ହେବ ତାହା କେହି ପାରିବେ ନାହି । ଆଉ ପ୍ରେମ ହେଲେ ଝାଡା ହେବା ସ୍ଵାଭାବିକ କଥା ଅଟେ । ଯାହା ପାଇଁ ଭଲ ପାଇବା ଥାଏ ତାହା ସହ ଝଗଡା ମଧ୍ୟ ହୁଏ । ପ୍ରେମରେ ପ୍ରେମୀ ଯୁଗଳ ଏମିତି କିଛି କରି ଦେଇଥାନ୍ତି ଯାହା ସେମାନଙ୍କର ପ୍ରେମ ସମ୍ପର୍କକୁ ଆହୁରି ଗଭୀର କରିଥାଏ । ଆଉ ଏମିତି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ପ୍ରେମିକ ଆଉ ପ୍ରେମିକା ମଧ୍ୟରେ କୌଣସି କାରଣରୁ ଝଗଡା ହେବାରୁ ରାଗି ଯାଇ ପ୍ରେମିକା ଜଣକ ନଦୀ କୁ ଡେଇଁ ପଡିଥିଲା । କିନ୍ତୁ ପ୍ରେମିକାଙ୍କୁ ବଞ୍ଚାଇବାକୁ ପ୍ରେମିକ ଜଣକ ତାଙ୍କ ପଛରେ ନଈ କୁ ଡେଇଁ ପଡିଲେ । ଆଉ ପ୍ରେମିକ ନିଜର ପ୍ରେମିକାଙ୍କର ଜୀବନ ମଧ୍ୟ ବଞ୍ଚାଇଲେ । ଏହି ଦୃଶ୍ୟ ଆପଣ ମାନ ଏହି ଭିଡିଓ ରେ ଦେଖି ଅପରିବେ ।

କେମିତି ପ୍ରେମିକା ନଈ ଭିତରେ ପାଣି ରେ ବୁଡି ରହି ନିଜ ପ୍ରେମିକଙ୍କୁ ଜାବୁଡି ଧରିଛନ୍ତି । ଆଉ ପ୍ରେମିକ ମଧ୍ୟ ତାଙ୍କୁ ଜାବୁଡି ଧରିଛନ୍ତି । ଆଉ ପ୍ରେମିକାଙ୍କୁ କୁଳ କୁ ଆଣିବାକୁ ଚେଷ୍ଟା କରୁଛନ୍ତି ପ୍ରେମିକ ଜଣକ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରଣୁଆ ରେ । ଏହି ଅଞ୍ଚଳ ରେ ରହୁଥିବା ନିଜ ପ୍ରେମିକଙ୍କୁ ଭୁବନେଶ୍ଵର ରୁ ଦେଖା କରିବାକୁ ଆସିଥିଲେ ।

କିନ୍ତୁ କୌଣସି କାରଣ ରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଝଗଡା ହେବ କାରଣରୁ ରାଗି ଯାଇ ରଣୁଆ ବଜାର ରୁ ଚାଲି ଚାଲି ଆସି ଖଇନିଭଅଣ୍ଡ ପୋଲ ଉପରୁ ଡେଇଁ ପଡିଥିଲେ ପ୍ରେମିକା । ଆଉ ପ୍ରେମିକ ଡେଇଁ ପଡିବା ଦେଖି ପ୍ରେମିକ ଜଣକ ମଧ୍ୟ ନଈ ଭିତରକୁ ତାଙ୍କ ପଛରେ ଡେଇଁ ପଡିଥିଲେ ତାଙ୍କୁ ଉଧାର କରିବା ପାଇଁ । ଆଉ ଏହି ଭିଡିଓ ରେ ନିଜ ପ୍ରେମିକାଙ୍କ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି ।

ପ୍ରେମିକ ନିଜର ପ୍ରେମିକ ଙ୍କୁ ନଈ ଭିତରୁ ବଞ୍ଚାଇବାର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ କେଉଁ କାରଣ ପାଇଁ ପ୍ରେମିକା ନଈ ଭିତରକୁ ଡେଇଁବାକୁ ନିସ୍ପତି ନେଲେ ତାହା ବିଷୟରେ ପ୍ରେମିକ ଜଣକ ଏ ଯାଏଁ କିଛି କହି ନାହାନ୍ତି । ଏହା ସହ ଏହି ଘଟଣା କୁ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇ ନାହି ।

କିନ୍ତୁ ସୋସିଆଲ ମିଡିଆରେ ଏହି ଭିଡିଓ ଟି ଖୁବ ଭାଇରାଲ ହେବ ସହ ଦୁହିଙ୍କର ପ୍ରେମ ସମ୍ପର୍କ କୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ପ୍ରେମ କାହାଣୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *