ଶ୍ଵଶୁରଘର ଲୋକଙ୍କ ଉପରେ ଗାଡି ଚଢାଇଦେଲା ଜ୍ଵାଇଁ, ସ୍ଵାମୀଙ୍କ ନାଁରେ ଅଭିଯୋଗ ଆଣି କଣ କହୁଛନ୍ତି ସ୍ତ୍ରୀ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଦାଂପତ୍ଯ ଜୀବନରେ ଲାଗିଥିବା ବିବାଦକୁ କେନ୍ଦ୍ର କରି ସମ୍ବଲପୁର ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ବାସର ଘର ପରିବାର ଲୋକ ମାନଙ୍କୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରି ପୋଲିସ ହେପାଜତରେ ଆଇନଜୀବୀ । ତେବେ ଏହି ଘଟଣା ବାବଦରେ ପୀଡ଼ିତା ମହିଳା ଜଣକ କହିଛନ୍ତି କି ସେ ମେଣ୍ଟାଲି ପ୍ରିପାର ହୋଇ ଆସିଥିଲେ ନିଜ ସ୍ବାମୀଙ୍କୁ ବୁଝାଇବା ପାଇଁ କେମିତି ଭାବରେ ବୁଝାମଣା କରିବେ ଆଉ ପିଲା ମାନଙ୍କୁ ପାଠ ପଢାଇବା ପାଇଁ । ସେ ଯେତେବେଳେ ଆସିଥିଲେ ପାର୍କ କୁ ସେହି ସମୟରେ ପ୍ରେସିଡେଣ୍ଟ ନ ଥିଲେ ।

ସେତେ ବେଳକୁ ତାଙ୍କ ଶ୍ଵଶୁର ଘର ଲୋକେ ମହିଳାଙ୍କ ଭାଇଙ୍କୁ ଉଡାଇ ସାରିଲେଣି । ତାଙ୍କ ବାପାଙ୍କୁ ମଧ୍ୟ ମାରିଦେଲେ । ମହିଳା ଜଣକ କହିଛନ୍ତି ତାଙ୍କର ବିବାହ ୨୦୧୩ ଜାନୁଆରୀ ୨୨ ତାରିଖରେ ଆରେଞ୍ଜ ମ୍ୟାରେଜ ହୋଇଥିଲା । ତାଙ୍କର ସ୍ଵାମୀଙ୍କ ସହ କଳହ ହେବା କାରଣରୁ ସେ ଗତ ୬ ମାସ ହେବ ବାହାରେ ନିଜ ପିଲାଙ୍କୁ ଧରି ରହୁଛନ୍ତି ।

ଆଗକୁ ପୀଡ଼ିତା ମହିଳା କହିଛନ୍ତି କି ତାଙ୍କ ସ୍ଵାମୀ ତାଙ୍କୁ ମାରି ମୁଣ୍ଡ ଫଟାଇ ଦେଇଥିଲେ । ଏହ ପରେ ସେ ତାଙ୍କ ବାପା ଘରକୁ ଡାକି ତାଙ୍କ ଘରକୁ ଚାଲି ଯାଇଥିଲେ । ସେ ଆଜି ତାଙ୍କ ସ୍ଵାମୀଙ୍କୁ ନ କହି ଦେଖା କରିବାକୁ ଆସିଥିଲେ । କାରଣ ଯେତେବେଳେ ବି କହିକି ଆସିଥାନ୍ତି ତାଙ୍କ ସ୍ଵାମୀ ଫେରାର ହୋଇ ଯାଇଥାନ୍ତି ।

ଏମିତିକି ତାଙ୍କ ସ୍ଵାମୀ ଆଗରୁ ଆଡଭୋକେଟ ଲକ୍ଷ୍ମୀ ନାରାୟଣ ଙ୍କ ଦ୍ଵାରା କହି ସାରିଛନ୍ତି କି ମୋର ସ୍ତ୍ରୀ ପିଲା ଛୁଆ କିଛି ଦରକାର ନାହି ସେମାନଙ୍କୁ ମୁଁ ଗାଡି ଚାପି ମାରି ଦେବୀ ବୋଲି ପୀଡ଼ିତା କହିଛନ୍ତି । ଯାହାକୁ ଆଜି ସେ କରିକି ଦେଖାଇଛନ୍ତି । ଆଦି ପୀଡ଼ିତା ଙ୍କ ସହ ତାଙ୍କ ଛୁଆ ଆଜି ତାଙ୍କ ସହ ଥାନ୍ତେ ତେବେ ତାଙ୍କ ସ୍ଵାମୀ ନିଶ୍ଚିନ୍ତ ଭାବେ ମାରି ଦେଇଥାନ୍ତେ ।

ତେବେ ମହିଳା ଜଣକ ଏବେ ନ୍ୟାୟ ପାଇଁ ଦାବି କରିଛନ୍ତି । ତାଙ୍କ ପିଲାଙ୍କର ଭରଣପୋଷଣ ଦେବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ସେ ଦାବି କରିଛନ୍ତି । ସେ ନିଜର ପିଲାଙ୍କର ଭବିଷ୍ୟତ ଆଗକୁ କେମିତି ଭଲରେ ରହିବ ଆଉ ସେ ନିଜ ଲାଇଫ୍କୁ ସେଟଲ କରିବେ ସେଥିପାଇଁ ସେ ଦାବି କରିଛନ୍ତି । ପୀଡତା ମହିଳାଙ୍କ ବାପା କହିଛନ୍ତି ସେ ତାଙ୍କ ଝିଅ ସହ ଆସିଥିଲେ ଜ୍ଵାଇଁ ସହ କଥା ହେବା ପାଇଁ ।

କିନ୍ତୁ ଯେତେବେଳେ ଜ୍ଵାଇଁ ଶ୍ଵଶୁରକୁ ଦେଖିଲେ ଗାଡି ଚଢାଇ ତାଙ୍କୁ ପଳାଇ ଗଲା । ଏମିତିକି ତାଙ୍କ ସହ ଆସିଥିବା ପୁତୁରାଙ୍କୁ ମଧ୍ୟ ଗାଡି ଚଢାଇ ଦେଇଛନ୍ତି ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ସେମାନେ ଆସିଥିଲେ ଆଜି କଥା ହୋଇ କିପରି ପିଲାଙ୍କୁ ଭଡା ଘରେ ରଖିବା ସହ ପାଠ ପଢା ହୋଇପାରିବ ସେ ନେଇ ଆଲୋଚନା କରିବା ପାଇଁ ।

କିନ୍ତୁ ଦେଖିଲା ବେଳକୁ ପୀଡ଼ିତାଙ୍କ ସ୍ଵାମୀ ଏମିତି କାଣ୍ଡ ଘଟାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *