ଗୋଟେ ପର୍ସନାଲ କଥା, ଯାହା କେହି ଯାନୀ ନାହାନ୍ତି…. Rajeswariଙ୍କୁ ନେଇ କିଛି ଏମିତି କହିଲେ Naina Das

ବନ୍ଧୁଗଣ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାଏଙ୍କ ଦେହାନ୍ତ ଖବର ଶୁଣିବା ପରେ ଅଭିନେତ୍ରୀ ନେନା ଦାସ ରାଜେଶ୍ଵରୀ ଙ୍କ ପରଲୋକ କୁ ଦୁଖିତ ହେବା ସହ ତାଙ୍କ ବିଷୟରେ କିଛି ମହତ୍ଵ ପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ରାଜେଶ୍ଵରୀ ଙ୍କ ସହ ତାଙ୍କର ଅଧିକ ଦେଖା ସାକ୍ଷାତ ହୋଇପାରୁ ନ ଥିଲା । କାରଣ ସେ ଦୀର୍ଘ ଦିନ ହେବ ବମ୍ବେ ରେ ରହୁଥିଲେ । ରାଜେଶ୍ଵରୀ ଭୂବନେଶ୍ବର ରେ ରହୁଥିଲେ । ରାଜେଶ୍ଵରୀ ବହୁତ ଷ୍ଟ୍ରଙ୍ଗ ମେଣ୍ଟାଲିଟି ର ମଣିଷ ଥିଲେ ଆଉ ପଜେଟିଭ ଚିନ୍ତାଧାରା ମଧ୍ୟ ତାଙ୍କର ରହିଥିଲା । ସେ ଇଶ୍ଵର ବିଶାସୀ ଥିଲେ ।

ବିଶେଷ କରି ମହାପ୍ରଭୁ ଜଗନ୍ନାଥ ଙ୍କର ବଡ ଭକ୍ତ ଥିଲେ । ଡାକ୍ତର ତାଙ୍କୁ କହିଥିଲେ ବହୁତ କମ ଦିନ ସମୟ ରହିଛି ତା ପରେ ବି ସବୁ କିଛି ଇଗନୋର କରି ମିରାକିଲ ଭାବେ ବଞ୍ଚୁଥିଲେ ବୋଲି ନେନା ଦାସ କହିଛନ୍ତି । ରାଜେଶ୍ଵରୀ ନିଜର ଦୃଢ ମନୋବଳ ପାଇଁ ଦୀର୍ଘ ୪ ବର୍ଷ ବଞ୍ଚି ପାରିଛନ୍ତି କ୍ୟାନ୍ସର ରୋଗରେ ପୀଡିତ ହେବା ପରେ ।

ଆହୁରି ଆଗକୁ ନେନା ଦାସ କହିଛନ୍ତି କି ରାଜେଶ୍ଵରୀ ବହୁତ ସାହାଜ୍ଯକାରୀ ସ୍ଵଭାବର ମଣିଷ ଥିଲେ । ବ୍ଯକ୍ତିଗତ ଭାବେ ମେଡିକାଲ କେସ ରେ ସେ ତାଙ୍କୁ ସଜେଷ୍ଟ କରିଛନ୍ତି ବୋଲି ନେନା ଦାସ କହିଛନ୍ତି । ଯାହା ବିଷୟରେ କେହି ଜାଣି ନାହାନ୍ତି । ଆଜି ରାଜେଶ୍ଵରୀ ଥାନ୍ତୁ କି ନ ଥାନ୍ତୁ କିନ୍ତୁ ମୁଁ ସବୁବେଳେ ରାଜେଶ୍ଵରୀ ଙ୍କ ପାଖରେ ସବୁବେଳେ କୃତଜ୍ଞତା ରହିବି ବୋଲି ନେନା ଦାସ କହିଛନ୍ତି ।

ଯେଉଁଠି ରାଜେଶ୍ଵରୀଙ୍କର ମେଡିକାଲ ରେ ଚିହ୍ନା ଥିଲା ସେଠାରେ ସେ ନେନା ଦାସ ଙ୍କୁ ଗାଇଡ କରିବା ସାହାଜ୍ଯ କରିବା ଭଳି କାମ କରିଛନ୍ତି । ରାଜେଶ୍ଵରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନେନା ଦାସ । ରାଜେଶ୍ଵରୀ ବେସୀ କଷ୍ଟ ପାଇ ନାହାନ୍ତି କାରଣ ତାଙ୍କର ଯେଉଁ ଭଳି ମେଣ୍ଟାଲିଟି ଥିଲା ସେଥିପାଇଁ ସେ ଖୁସିରେ ଖୁସି ରେ ଏ ଦୁନିଆରୁ ବିଦାୟ ନେଇଛନ୍ତି ବୋଲି ନେନା ଦାସ ମତ ଦେଇଛନ୍ତି ।

ମୋତେ ଦୁଖ ଲାଗୁଛି କି ତାଙ୍କ ସ୍ଵାମୀ ଏତେ ସଂଘର୍ଷ କରିଛନ୍ତି ରାଜେଶ୍ଵରୀଙ୍କ ପାଇଁ ବୋଲି ନେନା କହିଛନ୍ତି । ରାଜେଶ୍ଵରୀଙ୍କ ସ୍ଵାମୀ ଜଣେ ବହୁତ ଭଲ ମଣିଷ ଅଟନ୍ତି । କାରଣ ସେ ନିଜ ସ୍ତ୍ରୀ ଙ୍କ ସହ ବହୁତ ସଂଘର୍ଷ କରିବା ସହ ସହଯୋଗ ମଧ୍ୟ କରିଛନ୍ତି । ଜୀବନରେ ଖୁସି ରେ ବଞ୍ଚିବା ପାଇଁ ରାଜେଶ୍ଵରୀ ଙ୍କ ସ୍ଵାମୀ ବହୁତ ଚେଷ୍ଟା କରିଛନ୍ତି ।

ରାଜେଶ୍ଵରୀ ଙ୍କ ସ୍ଵାମୀ ଙ୍କ ବିଷୟରେ ନେନା କହିଛନ୍ତି କି ଆମ ମାନଙ୍କର ଶବ୍ଦ ବା ସାନ୍ତ୍ଵନା ତୁମ ପାଖରେ କିଛି ବି ନୁହେଁ ତେଣୁ ଧର୍ଯ୍ୟ ଧରିବାକୁ ହେବ ଆଗକୁ କେମିତି ତୁମେ ଖୁସିରେ ରୁହ ଭଗବାନ କରନ୍ତୁ ତୁମେ ଭଲରେ ରୁହ ଏତିକି ମୋର ଆଶା ଆଉ ଇଚ୍ଛା । ରାଜେଶ୍ଵରୀଙ୍କ ଆତ୍ମାର ସଦଗତି ପାଇଁ ମୁଁ ଆନ୍ତରିକତାର ସହ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି ସେ ସ୍ବର୍ଗରେ ବାସ କରନ୍ତୁ ଖୁସିରେ ରୁହନ୍ତୁ ବୋଲି ନେନା ଦାସ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ନେନା ଦାସଙ୍କ ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *