ଯେତେବେଳେ ନଣନ୍ଦ ଠାରୁ ରାଗି ଯାଇଥିଲେ ମାତା ପାର୍ବତୀ, ତେବେ ଭୋଲେନାଥଙ୍କୁ କହିଲେ ‘ନିଜର ଭଉଣୀକୁ ଛାଡି କରି ଆସ’

ଭଗବାନ ଶିବ ସୃଷ୍ଟିର ବିନାସକ ଅଟନ୍ତି । ଭଗବାନ ଶିବ ନା ହିଁ ଜନ୍ମ ହୋଇଛନ୍ତି ଏବଂ ନା ହିଁ ତାଙ୍କର ମୁର୍ତ୍ୟୁ ସମ୍ଭବ ଅଟେ । ଭଗବାନ ଶିବଙ୍କର ମହିମା ଏବଂ ତାଙ୍କର କ୍ରୋଧର ବହୁତ କାହାଣୀ ବି ଆପଣମାନେ ଶୁଣିଥିବେ କିମ୍ବା ପଢିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ ବିଷୟରେ କହିବାକୁ ଯାଉଛୁ, ତାହା ବିଷୟରେ ଆପଣମାନେ କେବେ ବି ଜାଣି ନ ଥିବେ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଅଛି ?

ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କର ଭଉଣୀ ବିଷୟରେ କହିବାକୁ ଯାଉଛୁ । ମାନେ ମାତା ପାର୍ବତୀଙ୍କର ନଣନ୍ଦ । ଯାହାଙ୍କ ସହିତ ପାର୍ବତୀଙ୍କର ଝଗଡା ମଧ୍ୟ ହୋଇଥିଲା ।

କିଏ ଅଟନ୍ତି ଭଗବାନ ଶିବଙ୍କର ଭଉଣୀ ?

ବାହାଘର ପରେ ଭଗବାନ ଶିବ ପାର୍ବତୀଙ୍କୁ ନେଇ କୈଳାଶ ନେଇ ଆସିଲେ । ଏହା ପରେ ଭଗବାନ ଶିବଙ୍କୁ ମାତା ପାର୍ବତୀ କହିଲେ କି ଆପଣଙ୍କ ପାଖରେ ତ କୌଣସି ଭଉଣୀ ନାହାନ୍ତି, କିନ୍ତୁ ମୋତେ ମୋର ନଣନ୍ଦ ଦରକାର । ଏମିତିରେ ଭଗବାନ ଶିବ ନିଜର ଶକ୍ତି ବଳରେ ଏକ ନାରୀକୁ ତିଆରି କରିଲେ, ଯିଏକି ବହୁତ ଅଧିକ ମୋଟି ଥିଲେ ଏବଂ ମାତା ପାର୍ବତୀଙ୍କୁ କହିଲେ ଏହି ହେଉଛନ୍ତି ମୋର ଭଉଣୀ ଏବଂ ତୁମର ନଣନ୍ଦ । ଭଗବାନ ଶିବ କହିଲେ ଏହାର ନାମ ଅସାବରୀ ଦେବୀ ଅଟେ ଏବଂ ଆଜି ଠାରୁ ସେ ତୁମ ସହିତ ରହିବେ ।

ନଣନ୍ଦ ପାଇ ବହୁତ ଖୁସି ହୋଇଥିଲେ ମାତା ପାର୍ବତୀ

ମାତା ପାର୍ବତୀ ନଣନ୍ଦଙ୍କୁ ପାଇ ବହୁତ ଖୁସି ହୋଇଥିଲେ । ଏହା ପରେ ସେ ଅସାବରୀଙ୍କୁ ବହୁତ ଭଲ ଭଲ ଭୋଜନ ଖାଇବାକୁ ଦେଲେ ଏବଂ ତାଙ୍କର ବହୁତ ସେବା କରିଲେ । ଭଗବାନ ଶିବ ପାର୍ବତୀଙ୍କୁ ନଣନ୍ଦ ଦେବା ପୂର୍ବରୁ ପଚାରିଥିଲେ କି କଣ ତୁମେ ନଣନ୍ଦ ସହିତ ରହି ପାରିବ ନା ନାହିଁ, ଏଥିରେ ମାତା ପାର୍ବତୀ ହଁ କହିଥିଲେ । ଭାଉଜ ଏବଂ ନଣନ୍ଦ ମଧ୍ୟରେ ବହୁତ ମସ୍ତି ଚାଲିଥିଲା ଏହା ମଝିରେ ଅସାବରୀ ଏକ ଦୁଷ୍ଟାମି କରିଲେ ।

ଭଗବାନ ଶିବଙ୍କର ଭଉଣୀ ଭାଉଜଙ୍କ ସହିତ କରିଲେ ଦୁଷ୍ଟାମି

ଅସାବରୀଙ୍କର ସ୍ଵଭାବ ବହୁତ ଚଞ୍ଚଳ ଥିଲା, ଯେଉଁ କାରଣରୁ ସେ ନିଜର ଭାଉଜ ସହିତ ଏକ ଦୁଷ୍ଟାମି କରି ପକାଇଲେ । ଅସାବରୀ ନିଜର ଭାଉଜଙ୍କୁ ନିଜର ଗୋଇଠିରେ ଲୁଚାଇ ଦେଲେ, ଯାହାପରେ ମାତା ପାର୍ବତୀ ରାଗି ଯାଇଥିଲେ ହେଲେ କିନ୍ତୁ ଅସାବରୀ ତାଙ୍କୁ ବାହାର କରୁ ନଥିଲେ । କିନ୍ତୁ ଯେତେବେଳେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଖୋଜିଲେ ସେତେବେଳେ ଯାଇ ଅସାବରୀ ମାତା ପାର୍ବତୀଙ୍କୁ ବାହାର କରିଲେ ।

ଅସାବରୀଙ୍କୁ ଶଶୁର ଘରକୁ ପଠାଇବା ପାଇଁ କହିଲେ

ଅସାବରୀଙ୍କ ଏହି ଦୁଷ୍ଟାମିରେ ମାତା ପାର୍ବତୀ ରାଗି ଯାଇଥିଲେ ଏବଂ ସେ କହିଲେ କି ଆପଣ ନିଜର ଭଉଣୀକୁ ଶଶୁର ଘରକୁ ପଠେଇ ଦିଅନ୍ତୁ । ଏମିତିରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ରାଗିଥିବାର ଦେଖି ଅସାବରୀଙ୍କୁ ଗାୟବ କରି ଦେଲେ । ସେବେଠୁ ଭାଉଜ ଏବଂ ନଣନ୍ଦ ମଧ୍ୟରେ ଛୋଟ ମୋଟ ଝଗଡା ହେଉ ଥାଏ ।

ଆପଣଙ୍କୁ ଭଗବାନ ଶିବ, ମାତା ପାର୍ବତୀ ଏବଂ ଅସାବରୀଙ୍କର କାହାଣୀ କେମିତି ଲାଗିଲା ତଳେ ଥିବା କମେଣ୍ଟ ବକ୍ସରେ ଲେଖନ୍ତୁ । ଏହିଭଳି ମଜାଦାର କାହାଣୀ ପାଇବା ପାଇଁ ଆମ ପେଜକୁ ଲାଇକ, ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *