ସତରେ ନାରୀ କେତେ ମହାନ୍! ଆଜି ଏହି ଫୋଟୋ ପଛର ସତ୍ୟତା ଜାଣି କାନ୍ଦି ପକାଇବେ ଆପଣ

ନାରୀକୁ କେହି ଚିହ୍ନି ପାରନ୍ତି ନାହିଁ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ନାରୀ ମନ କଥା କେବଳ ନାରୀ ଜାଣିଥାଏ କିନ୍ତୁ ଏହି ନାରୀ ମମତା ସାଗର ହୋଇଥାଏ ଏବଂ ସବୁବେଳେ ନିଜ ସନ୍ତାନ ପାଇଁ ଭଲ କଥା ଭାବିଥାଏ । ନାରୀ ଜୀବନ ଅନ୍ୟ ସମସ୍ତଙ୍କ ଜୀବନ ସୁଧାରିବାରେ ଲାଗିଥାଏ ନାରୀ ବାପ ଏବଂ ଶଶୁର ଘର ମାନ ସମ୍ମାନ ବଞ୍ଚାଇବା ପାଇଁ ସବୁ କାମ କରିଥାଏ ଯାହା ଦ୍ଵାରା ସମସ୍ତେ ଖୁସି ହୋଇପାରିବେ ନାରୀ ମା, ଝିଅ,ସ୍ତ୍ରୀ ଏବଂ ଅନ୍ୟ ବହୁତ ସମ୍ପର୍କ ପାଇଥାଏ ଯାହାକୁ ସେ ସଜାଇ ରଖେ ନିଯ ବ୍ୟବହାର ଏବଂ କର୍ମ ଦ୍ଵାରା । ଆଜି ଆମେ ଆପଣଙ୍କୁ ନାରୀ ଗୋଟେ ଏମିତିକା ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କ ଆଖିରୁ ଲୁହ ବାହାରିବ ।

Image Courtesy: Google

ୟୁରୋପ ଦେଶ ଗୋଟେ ରାଜା ଥିଲେ ସେ କୌଣସି ଅପରାଧ ପାଇଁ ଗୋଟେ ବୁଢା ଲୋକକୁ ମୃତ୍ୟୁ ଦଣ୍ଡ ଦେଇଥିଲେ କିନ୍ତୁ ଏହି ମୃତ୍ୟୁ ଫାଶି ବା ଅନ୍ୟ କାରଣରୁ ହବ ନାହିଁ ବୋଲି କୁହା ଯାଇଥିଲା । ସେନିକ ମାନଙ୍କୁ ଏହା ଆଦେଶ ଦିଆ ଯାଇଥିଲା ଯେ ବୃଦ୍ଧ ବ୍ୟକ୍ତି ପାଖରେ କୌଣସି ପ୍ରକାର ଖାଦ୍ୟ ପଦାର୍ଥ ବା ପାଣି ବୁନ୍ଦେ ମଧ୍ୟ ଦିଆ ଯିବ ନାହିଁ ଓ ବୃଦ୍ଧ ବ୍ୟକ୍ତି ଭୋକ ଓପାସରେ ମୃତ୍ୟୁ ବରଣ କରିବ ।

Image Courtesy: Google

ସେହି ଅପରାଧୀର ଗୋଟେ ଝିଅ ଥିଲା ଯିଏ ରାଜାଙ୍କୁ ଆନୁରୋଧ କଲା ଯେ ତାଙ୍କୁ ତା ପିତା ଅନ୍ତିମ ସମୟରେ ଦେଖା କରିବା ପାଇଁ ଅନୁମତି ଦିଆ ଯାଉ, ରାଜାକୁ ଝିଅ ଉପରେ ଦୟା ଆସିଲା ଓ ରାଜା ଏହା ପାଇଁ ଅନୁମତି ପ୍ରଦାନ କଲେ ଏହା ପରେ ଯୁବତୀ ଜଣ ସବୁ ଦିନ ନିଜ ପିତାଙ୍କୁ ଦେଖା କରିବା ପାଇଁ ଯାନ୍ତି ଓ ତାଙ୍କୁ ତାଙ୍କ ପିତା ପାଖକୁ ଯିବା ଆଗରୁ ସୈନିକମାନେ ଭଲ ଭାବରେ ଯାଞ୍ଚ ମଧ୍ୟ କରନ୍ତି ଯାହା ଫଳରେ ସେ ନିଜ ପିତା ପାଇଁ କୌଣସି ଖାଦ୍ଯ ଜିନିଷ ନେଇକି ଯାଇ ପାରନ୍ତି ନାହିଁ ଭାଗ୍ୟ ବସ ଯୁବତୀଙ୍କର ଗୋଟେ ଛୋଟ ପୁଅ ଥିଲା ଯିଏ କେବଳ ସ୍ତନ ପାନ କରୁଥିଲା ଓ ସ୍ଵସ୍ଥ ସବଳ ଥିଲା । ଯୁବତୀ ଜଣ ଭାବିଲେ ଯଦି ମୁଁ ମୋ ପିତାଙ୍କୁ ସ୍ତନ ପାନ କରାଏ ତେବେ ମୋ ପିତା ସ୍ଵସ୍ଥ ହୋଇପାରିବେ ।

Image Courtesy: Google

ଏହି କଥା ଭାବି ଝିଅ ପିତାକୁ ସ୍ତନ ପାନ କରିବା ପାଇଁ କହିଲା କିନ୍ତୁ ପିତା ମନା କଲା । କିନ୍ତୁ କିଛି ଦିନ ମନେଇଲା ପରେ ବୃଦ୍ଧ ବ୍ୟକ୍ତି ସ୍ତନ ପାନ ପାଇଁ ମାନିଗଲେ, ଏହା ପରେ ସବୁ ଦିନ ବୃଦ୍ଧ ବ୍ୟକ୍ତି ନିଜ ଝିଅ ଠାରୁ ସ୍ତନ ପାନ କଲେ ତାଙ୍କ ଏହି କାର୍ଯ୍ୟ ଦ୍ଵାରା ବୃଦ୍ଧ ବ୍ୟକ୍ତି ଦୁର୍ବଳ ହାବା ଜାଗାରେ ସ୍ଵସ୍ଥ ହବାକୁ ଲାଗିଲେ ଯେତେବେଳେ ଦୁଇ ମାସ ପରେ ମଧ୍ୟ ବୃଦ୍ଧ ବ୍ୟକ୍ତିଙ୍କୁ କିଛି ହେଲା ନାହିଁ ସେତେବେଳେ ଏହି କଥା ରାଜାଙ୍କ କାନରେ ପଡିଲା ଓ ରାଜା ଝିଅ ଉପରେ ନଜର ରଖିବା ପାଇଁ କହିଲେ ଯାହା ପରେ ସୈନିକମାନେ ଝିଅ ଉପରେ ନଜର ରଖିଲେ ଓ ଝିଅ ଧରା ପଡିଗଲା । ଏହା ପରେ ଝିଅକୁ ମଧ୍ୟ କାରାଗାରରେ ରଖା ଗଲା, କିଛି ଧର୍ମ ଗୁରୁଙ୍କ କଥା ମାନି ଶାସକ ଜଣେ ଝିଅ ବଳିଦାନକୁ ବୁଝି ପାରିଲେ ଓ ବାପ ଝିଅ ଦୁହିଙ୍କୁ ମୁକ୍ତ କରିଦେଲେ, ତେବେ ନାରୀର କେତେ ରୂପ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *