ନବରାତ୍ରିର ୯ ଦିନ ଏହି ୯ଟି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ- ପ୍ରସନ୍ନ ହେବେ ମା’, ବଦଳିବ ଭାଗ୍ୟ, ମିଳିବ ସୁଖ ସମୃଦ୍ଧି

ନବରାତ୍ରିର ପର୍ବ ୨୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଓ ଏହି ସମୟରେ ମା ଦୂର୍ଗାଙ୍କୁ ୯ଟି ରୂପରେ ପୂଜା କରିବା ଦ୍ଵାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ । ନବରାତ୍ରିର ସମସ୍ତ ଦିନ ମା’ଙ୍କର ଏକ ରୂପ ସହ ଜଡିତ ହୋଇଥାଏ । ନବରାତ୍ରି ସମୟରେ କେଉଁ ଦିନ ମା’ଙ୍କର କେଉଁ ରୂପକୁ ପୂଜା କରାଯାଇଥାଏ ଓ ସେହି ଦିନ କେଉଁ ରଙ୍ଗର କପଡା ପିନ୍ଧିବା ଶୁଭ ହୋଇଥାଏ । ଚାଲନ୍ତୁ ସେହି ବିଷୟରେ ଜାଣିବା ।

ନବରାତ୍ରିର ପ୍ରଥମ ଦିନ –

ଶୈଳପୁତ୍ରୀ – ନବରାତ୍ରିର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କର ପୂଜା କରାଯାଇଥାଏ ଓ ମାତା ଶୈଳପୁତ୍ରୀଙ୍କର ପସନ୍ଦିତା ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଆପଣ ନବରାତ୍ରି ପ୍ରଥମ ଦିନ ହଳଦିଆ ରଙ୍ଗର କପଡା ପିନ୍ଧନ୍ତୁ ଓ ମା’ଙ୍କୁ ହଳଦିଆ ଜିନିଷ ଅର୍ପଣ କରନ୍ତୁ ।

ନବରାତ୍ରିର ଦ୍ଵିତୀୟ ଦିନ –

ବ୍ରହ୍ମଚାରିଣୀ – ନବରାତ୍ରିର ଦ୍ଵିତୀୟ ଦିନ ମା ବ୍ରହ୍ମଚାରିଣୀଙ୍କୁ ଅର୍ପଣ ଅଟେ । ବ୍ରହ୍ମଚାରିଣୀ ମା’ଙ୍କୁ ସବୁଜ ରଙ୍ଗ ବହୁତ ପ୍ରିୟ ଅଟେ । ସେଥିପାଇଁ ଆପଣ ନବରାତ୍ରିର ଦ୍ଵିତୀୟ ଦିନ ସବୁଜ ରଙ୍ଗର କପଡା ପିନ୍ଧନ୍ତୁ ।

ନବରାତ୍ରିର ତୃତୀୟ ଦିନ –

ମା ଚନ୍ଦ୍ରଘଣ୍ଟା – ନବରାତ୍ରିର ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଇଥାଏ ଓ ମା ଚନ୍ଦ୍ରଘଣ୍ଟାଙ୍କୁ ହାଲୁକା ମାଟିଆ ରଙ୍ଗ ବହୁତ ପ୍ରିୟ ଅଟେ । ସେଥିପାଇଁ ମାତା ଚନ୍ଦ୍ରଘଣ୍ଟାଙ୍କର ପୂଜା କରିବା ସମୟରେ ହାଲୁକା ମାଟିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ନବରାତ୍ରିର ଚତୁର୍ଥ ଦିନ –

କୂଷ୍ମାଣ୍ଡା ମା – ନବରାତ୍ରିର ଚତୁର୍ଥ ଦିନ କୂଷ୍ମାଣ୍ଡା ମା’ଙ୍କର ଆରାଧନା କରାଯାଇଥାଏ  ଓ ମା’ଙ୍କୁ କମଳା ରଙ୍ଗ ବହୁତ ପସନ୍ଦ ଅଟେ । ସେଥିପାଇଁ ଆପଣ ଏହି ଦିନ କମଳା ରଙ୍ଗର କପଡା ପିନ୍ଧନ୍ତୁ ।

ନବରାତ୍ରିର ପଞ୍ଚମ ଦିନ –

ସ୍କଂଦମାତା – ନବରାତ୍ରିର ପଞ୍ଚମ ଦିନ ମାତା ସ୍କଂଦମାତାଙ୍କର ହୋଇଥାଏ ଓ ସ୍କଂଦମାତାଙ୍କୁ ଧଳା ରଙ୍ଗ ଭଲ ଲାଗେ । ସେଥିପାଇଁ ସ୍କଂଦମାତାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏମିତି କୁହାଯାଏ କି ସ୍କଂଦମାତା ମୋକ୍ଷର ଦ୍ଵାରା ଖୋଲି ଦିଅନ୍ତି ।

ନବରାତ୍ରିର ଷଷ୍ଠ ଦିନ –

ମାଂ କାତ୍ୟାୟନୀ – ନବରାତ୍ରିର ଷଷ୍ଠ ଦିନ ମାତା କାତ୍ୟାୟନୀ ସହ ଜଡିତ ଅଛି ଓ ମାତା କାତ୍ୟାୟନୀଙ୍କୁ ନାଲି ରଙ୍ଗ ପସନ୍ଦ ଅଟେ । ସେଥିପାଇଁ ଆପଣ ମାତାଙ୍କର ପୂଜା କରିବା ସମୟରେ ନାଲି ରଙ୍ଗର କପଡା ଅର୍ପଣ କରନ୍ତୁ ।

ନବରାତ୍ରିର ସପ୍ତମ ଦିନ –

କାଳରାତ୍ରି – କାଳରାତ୍ରି ମାତାଙ୍କର ପୂଜା ନବରାତ୍ରିର ସପ୍ତମ ଦିନ କରାଯାଇଥାଏ ଓ ଏହି ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନାଲି ରଙ୍ଗର କପଡା ପିନ୍ଧିବା ଶୁଭ ହୋଇଥାଏ ।

ନବରାତ୍ରିର ଅଷ୍ଟମ ଦିନ –

ମହାଗୌରୀ – ନବରାତ୍ରିର ଅଷ୍ଟମ ଦିନ ମହାଗୌରୀଙ୍କର ପୂଜା କରାଯାଇଥାଏ ଓ ମା’ଙ୍କୁ ଗୋଲାପି ରଙ୍ଗ ଭଲ ଲାଗେ । ସେଥିପାଇଁ ଆପଣ ବି ଗୋଲାପି ରଙ୍ଗର କପଡା ନିଜ ପାଇଁ ବାଛନ୍ତୁ ।

ନବରାତ୍ରି ର ନବମ ଦିନ –

ସିଦ୍ଧିଦାତ୍ରୀ – ନବରାତ୍ରିର ଶେଷ ଦିନ ମାତା ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଇଥାଏ ଓ ମା ସିଦ୍ଧିଦାତ୍ରୀଙ୍କୁ ବାଇଗଣି ରଙ୍ଗ ବହୁତ ପସନ୍ଦ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *