ବିବାହିତ ମହିଳା ନବରାତ୍ରି ସମୟରେ କରନ୍ତୁ ନାହିଁ ଏହି ଭୁଲ- ନଚେତ ହୋଇପାରେ କ୍ଷତି

ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ନମ୍ବରାତ୍ରି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ନବରାତ୍ରି ବହୁତ ଧୂମଧାମରେ ପାଳନ କରାଯିବ । ଆମ ହିନ୍ଦୁ ମାନ୍ୟତା ଅନୁସାରେ ନବରାତ୍ରିର ଏହି ୯ ଦିନ ଅତ୍ୟନ୍ତ ଖାସ ଅଟେ । ଅନେକ ଲୋକ ଏହି ନବରାତ୍ରିରେ ଓଷା ଓ ବ୍ରତ ପାଳନ କରନ୍ତି । ୯ ଦିନ ପର୍ଯ୍ୟନ୍ତ ଉପବାସ କରି ମାଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି  । ତେବେ ଏହି ୯ ଦିନରେ ମାଙ୍କର ୯ଟି ଭିନ୍ନ ଭିନ୍ନ ରୂପକୁ ପୂଜାର୍ଚ୍ଚନା କରାଯାଏ ।

ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଏହି ୯ ଦିନ ରେ ପୂଜା ତ ସମସ୍ତେ କରନ୍ତି କିନ୍ତୁ କିଛି ସାମାନ୍ଯ ଭୁଲ ପାଇଁ ସେମାନଙ୍କର ଏତେ ପୂଜାର ଫଳ ସେମାନଙ୍କୁ ମିଳେ ନାହିଁ  ।

ଯେଉଁ ବ୍ୟକ୍ତି ଶ୍ରଦ୍ଧା ଭକ୍ତିରେ ମାଙ୍କୁ ପୂଜା କରନ୍ତି ମା ତାଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ସବୁବେଳେ ରଖନ୍ତି । କିନ୍ତୁ ବହୁତ ଥର ଏମିତି ହୁଏ କି ଅଜାଣତରେ କିଛି ଭୁଲ ହୋଇଯାଏ ଏବଂ ଆପଣଙ୍କ ସମ୍ପୁର୍ଣ୍ଣ ପୂଜା ବ୍ରତର ଫଳ ଆପଣଙ୍କୁ ମିଳେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ନବରାତ୍ରି ସମୟରେ ମହିଳା ମାନଙ୍କୁ କେଉଁ ସବୁ କଥା ପରତି ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ ।

ନବରାତ୍ରିର ପ୍ରତ୍ୟକ ଦିନ ମାଙ୍କ ମନ୍ଦିର ଯାଇ ପୂଜା କରନ୍ତୁ, ଏହା ବ୍ଯତୀତ ମହାଷ୍ଟମୀ ଦିନ ନିଜେ ଘରେ ମାଙ୍କର ବିଶେଷ ପୂଜା କରନ୍ତୁ । ଘରକୁ କୌଣସି ବ୍ରାହ୍ମଣ ଡାକି ଭଲଭାବେ ମାଙ୍କର ପୂଜା କରି ଘରେ ସୁଖ ଶାନ୍ତି ପାଇଁ ହୃଦୟରୁ ପ୍ରାର୍ଥନା କରନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇ ଆପଣଙ୍କୁ ବିଶେଷ ଫଳ ମିଳିବ ।

ତେବେ ଏହି ୯ଦିନ ଏହି ସବୁ କଥା ପ୍ରତି ଦିଅନ୍ତୁ ଧ୍ୟାନ:

ନବରାତ୍ରିର ୯ ଦିନ ବ୍ରହ୍ମଚର୍ଯ୍ୟା ପାଳନ କରି ଘରକୁ ଏହି ଦିନ ମାନଙ୍କରେ ପିଆଜ ରସୁଣ ଆଣନ୍ତୁ ନାହିଁ କି ଏହାର ସେବନ କରନ୍ତୁ ନାହିଁ ।

ଏହି ୯ ଦିନ ଆପଣ ନଖ, ଚୁଟି ବା ଦାଢି ଆଦି କାଟନ୍ତୁ ନାହିଁ । ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଆପଣ ଏହିସବୁ କରି ନିଅନ୍ତୁ । କାହିଁକି ନା ଏହି ୯ ଦିନ ଏହି ସବୁ କାମରୁ ନିବୃତ ରହିବା ପାଇଁ ଶାସ୍ତ୍ରରେ କୁହାଯାଇଛି ।

ନବରାତ୍ରି ସମୟରେ ମଦ ମାଂସ ର ସେବନ କରିଲେ ମା ରୁଷ୍ଟ ହୁଅନ୍ତି । କାହିଁକି ନା ଏହି ଖାଦ୍ଯ ହେଉଛି ରାକ୍ଷସ ମାନଙ୍କର । ସେଥିପାଇଁ ଏହି ସବୁ କୁ ତ୍ୟାଗ କରନ୍ତୁ ।

ଆପଣ ନବରାତ୍ରି ବ୍ରତ ପାଳନ କରନ୍ତୁ କି ନ କରନ୍ତୁ ତଥାପି ଏହି ସବୁ କଥା ମାନି ଚଳିଲେ ମାଙ୍କର ଅଶେଷ କୃପା ପ୍ରାପ୍ତି ହେବ ଓ ଜୀବନରେ ଥିବା ସବୁ ଦୁଖ କଷ୍ଟ ଦୂର ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *