ଏହି ଗାଁରେ ମଣିଷ ସହ ପରିବାର ସଦସ୍ୟ ଭଳି ରୁହନ୍ତି ସାପ, ଅହୀରାଜକୁ ପୂଜା କରନ୍ତି ଗ୍ରାମବାସୀ… ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେଲାଭଳି ଏହି Video

ନମସ୍କାର ବନ୍ଧୁଗଣ, ଭାରତରେ ଏମିତି ଅନେକ ଗାଁ ରହିଛି ଯାହା କିଛି ନିଆରା ପରମ୍ପରା ଓ ପରିଷ୍କାର ପରିଚ୍ଛନତା ପାଇଁ ପ୍ରସିଦ୍ଧ ଅଟେ । ପ୍ରତେକ ଗାଁ ରେ ରହିଛି ସ୍ଵତନ୍ତ୍ରତା ଓ ଭିନ୍ନ ଧରଣର କିଛି ନିୟମ । ପରିବାର ଲୋକଙ୍କ ସହ ଗାଁ ରେ ହସ ଖୁସି ରେ ରୁହନ୍ତି ଲୋକେ । କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠି ଲୋକେ କେବଳ ମଣିଷ ସହ ନୁହେଁ ବରଂ ସାପ ସହ ମଧ୍ୟ ରହୁଛନ୍ତି । ଏହି କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । ତେବେ ଏହି ଗାଁ ର ନାଁ ହେଉଛି ସେତଫଲ ଯାହା ପୁନେ ରୁ ୨୦୦ କିମି ଦୂରରେ ଥିବା ସୋଲାପୁର ଜିଲ୍ଲା ରେ ଏହି ଗାଁ ।

ଅନନ୍ୟ ପରମ୍ପରା ପାଇଁ ପ୍ରସିଦ୍ଧ ଏହି ଗାଁ । ଏଠାରେ ପ୍ରତେକ ଘରେ ମାରାତ୍ମକ ଅହିରାଜ ସାପ ସ୍ଥାୟୀ ବାସ କରେ । ଏଠାରେ ସାପ କୁ କେବଳ ଘରେ ରଖନ୍ତି ନାହି ବରଂ ଗାଁ ଲୋକେ ସାପ କୁ ପୂଜା ମଧ୍ୟ କରିଥାନ୍ତି । ପରିବାର ସଦସ୍ୟ ଙ୍କ ପରି ବ୍ୟବହାର କରିଥାନ୍ତି ସାପ କୁ । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ସାପ ଗୁଡିକ ଲୋକଙ୍କର କୌଣସି କ୍ଷତି କରନ୍ତି ନାହି ।

ସ୍ଵାଧୀନ ଭାବେ ସାପ ଗୁଡିକ ଲୋକଙ୍କ ସହ ବସବାସ କରନ୍ତି । ଏହି ଗାଁ କୁ ଦେଖିବାକୁ ଦେଶରେ ବିଭିନ୍ନ ସ୍ଥାନରୁ ଲୋକେ ଆସୁଛନ୍ତି । ସେହିପରି କୋଡାଇ କର୍ଣ୍ଣଲ ହିଲ ଷ୍ଟେସନ ପାଖରେ ଥିବା ବେଳା ନଦୀ ପାଖରେ ପାଖାପାଖି ୨୦୦ ରୁ ୩୦୦ ଲୋକ ରୁହନ୍ତୁ । ଯେଉଁ ଥରେ ମନ୍ଦିର ସଂଖ୍ୟା ଘର ଠାରୁ ଅଧିକ ରହିଛି । ଘରେ ନୁହେଁ ବରଂ ଏଠିକାର ଲୋକ ମାନେ ଗାଁ ଦାଣ୍ଡ ରେ ବିନା ଜୋତା ରେ ଯାତାୟାତ କରନ୍ତି ।

କେବଳ ଗାଁ ଲୋକେ ନୁହେଁ ବରଂ ବାହାରୁ ଆସୁଥିବା ଲୋକେ ମଧ୍ୟ ବିନା ଚପଲ ରେ ଏହି ଗାଁ ରେ ଚାଲିଥାନ୍ତି । ଯଦି କାହାକୁ ଜୋତା ପିନ୍ଧିବାର ଦେଖିବାକୁ ମିଳିଥାଏ ତେବେ ତାକୁ ଦଣ୍ଡ ଦିଆ ଯାଇଥାଏ । ଠିକ ସେହିପରି କର୍ଣ୍ଣାଟକ ର ଶ୍ରୀଢମକା ନିକଟରେ ସିମ ବାଜିରା ର ମାତୁର ନାମକ ଏକ ଛୋଟ ଗାଁ ଅଛି । ଯେଉଁ ଥରେ ସ୍ଥାନୀୟ ଲୋକେ କେବଳ ସଂସ୍କୃତ ଭାଷା ରେ କଥାବାର୍ତ୍ତା କରିଥାନ୍ତି ।

ଯଦିଓ ରାଜ୍ୟ ତଥା ସରକାରୀ ଭାଷା କନ୍ନଡ଼ କିନ୍ତୁ ଏଠିକାର ଲୋକେ ସଂସ୍କୃତ ଭାଷା କୁ ଭଲ ପାଇଥାନ୍ତି । ଆଉ ଏହି ଭାଷା ରେ କଥା ହୋଇଥାନ୍ତି । ପ୍ରତି ବର୍ଷ ଏଠାରେ ଲୋକଙ୍କୁ ସଂସ୍କୃତ ଶିକ୍ଷା ଦିଆ ଯାଇଥାଏ ।ବନ୍ଧୁଗଣ ଆପଣ ମାନଙ୍କର ଏହି ନିଆରା ଗାଁ ର ପରମ୍ପରା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆମକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *