ଦୁନିଆରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ବହୁତ ଗଭୀର ହୋଇଥାଏ, ଯାହା ସ୍ଵାମୀ ସ୍ତ୍ରୀ ଅନ୍ୟ କାହାକୁ କହି ପାରନ୍ତି ନାହିଁ ତାହା ନିଜ ସ୍ଵାମୀ ବା ସ୍ତ୍ରୀକୁ କହିଥାନ୍ତି, ତେବେ ବହୁତ ମହିଳା ମାନେ ବିବାହ ପରେ ନିଜ ସ୍ଵାମୀ ସହ ଏଡଜଷ୍ଟ କରି ପାରନ୍ତି ନାହିଁ ଓ ଅନ୍ୟ ପୁରୁଷ ଆଡକୁ ଆକର୍ଷିତ ହୋଇଥାନ୍ତି କିନ୍ତୁ ଏଥିରେ ଦୋଷ କେବଳ ମହିଳାଙ୍କର ନଥାଏ ତେବେ ପୁଅ ମାନେ ମଧ୍ୟ ଦାଇ ହୋଇଥାନ୍ତି । ବହୁତ ଭଲ ଏବଂ ମଧୁର ସମ୍ପର୍କରେ ମଧ୍ୟ ଇଗୋ, ଏବଂ ରାଗ ଆସିଥାଏ ଯାହା ପରେ ସମ୍ପର୍କ ଖରାପ ହୋଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ୩ଟି ଉପାୟ କହିବାକୁ ଯାଉଛୁ ଯାହା ପରେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଇବେ ।
୧. ରୋମାନ୍ସ କଥା :
ରୋମାନ୍ସ ବିବାହିତ ଜୀବନ ବହୁତ ବଡ ଏବଂ ମହତ୍ଵପୂର୍ଣ ଭାଗ ଅଟେ, ଯଦି ଆପାନ ଆପଣଙ୍କ ସ୍ତ୍ରୀ ସହ ରୋମାନ୍ସ ପୂର୍ଣ କଥା କହୁ ନାହାନ୍ତି ତେବେ ଆପଣଙ୍କ ସମ୍ପର୍କ ବହୁତ ଅଧିକ ଦିନ ରହିବା କଷ୍ଟକର ଅଟେ । ସେଥିପାଇଁ ନିଜ ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ଆପଣଙ୍କୁ ରୋମାନ୍ସ ତଡକା ମାରିବାକୁ ପଡିବ, ଯଦି ଆପଣ ଦିନ ସାରା କାମରେ ବ୍ୟସ୍ତ ରହୁଛନ୍ତି ତେବେ ଶୋଇବା ଆଗରୁ ନିଜ ବେଡରୁମରେ ନିଜ ସ୍ତ୍ରୀ ସହ କିଛି ରୋମାନ୍ସ କଥା କୁହନ୍ତୁ ସ୍ତ୍ରୀ ଖୁସି ହୋଇଯିବେ । ଆପଣଙ୍କ ଏମିତି କରିବା ଦ୍ଵାରା ଆପଣଙ୍କ ସ୍ତ୍ରୀ ଆପଣଙ୍କ ବ୍ଯତୀତ ଅନ୍ୟ କାହା ବିଷୟରେ ବିଚାର କରିବେ ନାହିଁ ଓ ଆପଣଙ୍କୁ ବହୁତ ଭଲ ମଧ୍ୟ ପାଇବେ ।
୨. ପ୍ରଶଂସା :
ଦୁନିଆରେ ସମସ୍ତଙ୍କୁ ନିଜ ପ୍ରଶଂସା ଶୁଣିବା ବହୁତ ପସନ୍ଦ ହୋଇଥାଏ ତେବେ ମହିଳାଙ୍କୁ କିଛି ଅଧିକ ପସନ୍ଦ ହୋଇଥାଏ ସେଥିପାଇଁ ଶୋଇବା ଆଗରୁ ବା ଯେବେ ବି ଆପଣଙ୍କ ସ୍ତ୍ରୀ ନୂଆ ବା ଅଲଗା ଦେଖା ଯାନ୍ତି ତେବେ ତାଙ୍କ ପ୍ରଶଂସା କରନ୍ତୁ ଯାହା ଦ୍ଵାରା ସେ ଖୁସି ହୋଇବେ ଏବଂ ଆପଣଙ୍କୁ ମଧ୍ୟ ଖୁସି ରଖିବେ ।
୩. କୁଣ୍ଢେଇ ସୁଅନ୍ତୁ :
ଆପଣଙ୍କ ସ୍ତ୍ରୀକୁ ରାତିରେ ଶୋଇଲା ବେଳେ କୁଣ୍ଢେଇ ସୁଅନ୍ତୁ, ଏହା ଦ୍ଵାରା ଆପଣଙ୍କ ସ୍ତ୍ରୀ ଦିନ ସାରା ସବୁ ଟେନସନ ଓ ଚିନ୍ତା ଭୁଲି ଯାଇ ଆପଣଙ୍କ ପ୍ରେମରେ ହଜି ଯାଇଥାନ୍ତି ଓ ଆପଣ ଦୁହେଁ ଭାବନାତ୍ମକ ସ୍ତରରେ ଦୁହିଙ୍କ ସହ ଯୋଡି ହୋଇଯାନ୍ତି ଯାହା ଆପଣ ଦୁହିଙ୍କୁ ଶାନ୍ତି ଓ ସନ୍ତୁଷ୍ଟି ଦେଇଥାଏ ସେଥିପାଇଁ ଏହି ୩ଟି କାମ ଦ୍ଵାରା ଆପଣଙ୍କ ବିବାହିତ ଜୀବନ ସୁଖମୟ ଏବଂ ଚିନ୍ତା ମୁକ୍ତ ହୋଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।