ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ଗୋଟେ ସୁନ୍ଦର ବିଷୟ ବସ୍ତୁ ରହିଛି । ବିଷୟ ବସ୍ତୁଟି ହେଲା କେଉଁ ବାରରେ ଜନ୍ମ ହେଲେ କଣ ସ୍ଵଭାବ ଓ ଲକ୍ଷଣ ସବୁ ଥାଏ । ଆପଣଙ୍କର ବିଶ୍ଵସ୍ସ ହେଉ ନଥାଇ ପାରେ କି ଏମିତି କିଛି ଅଛି । କିନ୍ତୁ ଏହା ସତ୍ୟ ଅଟେ । ଆମ ଜନ୍ମ ବାର ଆମ ବ୍ୟକ୍ତିତ୍ବ ଉପରେ ବହୁତ ପ୍ରଭାବ ପକାଇ ଥାଏ, ତେବେ କଣ ଆପଣ ଜାଣିଛନ୍ତି ଆପଣଙ୍କ ସ୍ଵଭାବ ଆଜି ଯାହା ବି ଅଛି ସେଥିରୁ କିଛି ଅପନକ୍ନ ଜନ୍ମ ବାର ଉପରେ ମଧ୍ୟ ନିର୍ଭର କରୁଛି । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ।

ରବିବାର
ରବିବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ତେଜବନ୍ତ, ବୁଦ୍ଧିବନ୍ତ, ବିଚକ୍ଷଣ, ଚତୁର ବନ୍ତ, ଧାର୍ମିକ ଅତ୍ୟନ୍ତ ଜିଦଖୋର ଅହଂ ଗୁଣ ସମ୍ପର୍ଣ୍ଣ, ଚଞ୍ଚଳ ମନା । ଯେଉଁ କାର୍ଯ୍ୟରେ ଲାଗିଥାନ୍ତି ଶେଇ କାମ ନ ହେବା ପୂର୍ବରୁ ଛାଡନ୍ତି ନାହିଁ । ଏହି ପୁରୁଷମାନେ ରାଜସିକ ଗୁଣରେ ପ୍ରବୀଣ ଅଟନ୍ତି । ଏହି ବ୍ୟକ୍ତିମାନେ ସାତ କହିବାକୁ କେବେ ପଛାନ୍ତି ନାହିଁ । ଭାଙ୍ଗି ପଡିବେ ପଛେ ସେ କଥାରୁ ଓହରିବେ ନାହିଁ, ଓ ସ୍ତ୍ରୀ ମାନେ ଅସ୍ଥିର ମନା ଓ ବିଚକ୍ଷଣ ଅଟନ୍ତି ।
ସୋମବାର
ସୋମବାର ଯେଉଁ ମାନେ ଜନ୍ମ ଗ୍ରହଣ କରିଥାନ୍ତି ସେହି ପୁରୁଷ ଧର୍ଯ୍ୟବନ୍ତ, ସ୍ଥିରମତ୍ତ, ବହୁଗୁଣ ବିଶିଷ୍ଟ, ବିଚାରଶୀଳ, ନ୍ୟାୟବନ୍ତ, ବୁଧିବିଦ୍ୟାରେ ବିଚକ୍ଷଣ, ଶାସ୍ତ୍ର ପ୍ରିୟ, ବହୁମୂଖୀ ପ୍ରତିଭାର ଅଧିକାରୀ, ଚନ୍ଦ୍ର ତୁଲ୍ୟ ସୌନ୍ଦର୍ଜ୍ୟ, ବହୁସୁଖ ଭୋଗକରି, କାହାରି ପ୍ରତି ଅଣିଷ୍ଠ ଚିନ୍ତା କରନ୍ତି ନାହିଁ । ତାଙ୍କ ଜୀବନ କାଳରେ ଅନେକ ବ୍ୟାୟଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରେ ଆସିଥାଏ ।

ମଙ୍ଗଳବାର
ମଙ୍ଗଳବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି ସେହି ପୁରୁଷ ଅସ୍ଥିରତା ଯୋଗୁ ସବୁ କାମ ଅଧା କରିଥାନ୍ତି । କିନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ପୂରଣ ହୁଏ । ଶତ୍ରୁବାଦୀ, ଅତ୍ୟନ୍ତ ଜିଦଖୋର, ଧର୍ମକୁ ବିଶ୍ଵାସ କରନ୍ତି, ଅଥଚ ଧାର୍ମିକ ହୋଇପାରନ୍ତି ନାହିଁ । କିନ୍ତୁ ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ନେଇଆସିଥାଏ । ସେଥିପାଇଁ ବ୍ୟୟ କରିବାକୁ ରାସ୍ତା ମଧ୍ୟ ଖୋଜୁଥାଏ ।
ବୁଧବାର
ବୁଧବାରଟି ବିଷ୍ଣୁଙ୍କ ବାର ଅଟେ, ଯେଉଁ ବ୍ୟକ୍ତି ବୁଧବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେ ପୁରୁଷ ଅତ୍ୟନ୍ତ ବୁଦ୍ଧିମନ୍ତ, କୌଶଳୀ, କମ୍ପୁଟର ଭଳି ଏମାନଙ୍କ ମୁଣ୍ଡ କାମ କରେ । ପର ହିତକାରୀ, ସତୃବସକାରୀ, ବହୁମୂଖୀ, ସୁନାମୀ, ଦାନଧର୍ମରେ ଉସଚ୍ଛାହ, କୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତୁ ନାହିଁ । ଧର୍ମ କାର୍ଯ୍ୟରେ ଉପଯୋଗୀ, କୌଣସି ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ମଧ୍ୟ ଧାର୍ଯ୍ୟହରା ହୁଅନ୍ତି ନାହିଁ ଏହି ଦିବସରେ ଜାତ ସ୍ତ୍ରୀମାନେ ଧନବତୀ ହୋଇଥାନ୍ତି ।

ଗୁରୁବାର
ଗୁରୁବାରରେ ଜନ୍ମ ହୋଇଥିବା ବ୍ୟକ୍ତି ସବୁ ଆଡେ ଗୁରୁମାନ୍ୟ ସନମାନ ପାଇଥାନ୍ତି । ରାଜା ସନମାନ ତଥା ପ୍ରସଂଶା ଭଜନ ହୁଅନ୍ତି । ସତ କାର୍ଯ୍ୟରେ ପ୍ରବୀଣ ଅଟନ୍ତି, ବୁଢୀ ଓ ଜ୍ଞାନରେ ଶ୍ରେଷ୍ଠ ହୁଅନ୍ତି, ଗଭୀର ସାନ୍ତଶୀଳ ଏବଂ ଧାର୍ମିକ ହୋଇଥାନ୍ତି । ଏହି ବ୍ୟକ୍ତି ସବୁବେଳେ ଜଞ୍ଜାଳିକ ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ଅଳିଆ ମଧ୍ୟରେ ଥାଇ ମଧ୍ୟ ନିଜର ଆତ୍ମାକୁ ନିର୍ମଳ କରି ରଖିଥାନ୍ତି । ଯଥାର୍ଥ ବ୍ୟୟ ଯୁକ୍ତ କାର୍ଯ୍ୟ କରିଥାନ୍ତି, ନିଜର ବୁଦ୍ଧିରେ ପରିଚାଳିତ ହୁଅନ୍ତି । ଏହିବାରରେ ଜନ୍ମିଥିବା ସ୍ତ୍ରୀ ଲୋକ ବହୁତ ଶୁଖିନି ଅଟନ୍ତି ।
ଶୁକ୍ରବାର
ଶୁକ୍ରବାରରେ ଜନ୍ମ ହୋଇଥିବା ପୁରୁଷ ଶୁକ୍ରାଚାର୍ଜ୍ୟଙ୍କ ଭଳି କାମ ଦେଖନ୍ତି । ବହୁଗୁଣରେ ବିଶିଷ୍ଟ ଅଟନ୍ତି, ଯେତେ ବ୍ୟୟ ଯୁକ୍ତ କାର୍ଯ୍ୟ ମୁଣ୍ଡକୁ ଆସିଯାଉନା କାହିଁକି ସେ ସେହିକମକୁ ଧର୍ଜ୍ୟର ସହିତ ତୁଲାଇଥାନ୍ତି । କଳା ବିଦ୍ୟାରେ ଅତ୍ୟନ୍ତ ପ୍ରେମୀ ଅଟନ୍ତି, ଏକ ଗୁଣ ବ୍ୟୟ କାଲେ ମଧ୍ୟ ଦଶଗୁଣା କାର୍ଯ୍ୟ ହାସଲ କରିଥାନ୍ତି । ସେ ଧର୍ମ କାର୍ଯ୍ୟରେ ବୁଡିଗଲା ପଥର ଓ ଭାସିଲା ସୋଲ ଏହିପରି କାର୍ଯ୍ୟ ଦେଖାନ୍ତି, ଅତ୍ୟନ୍ତ ଚତୁରବନ୍ତ, ବହୁମୂଖୀ ଅଟନ୍ତି । କାହାରି ମନରେ ଦୁଖ ନଦେଇ ଆପଣା ଦୁଖକୁ ସୁଖଭଳି ମାନନ୍ତି । ଏହି ଦିବସରେ ଜାତ ସ୍ତ୍ରୀ ଲୋକ ବୁଧିବିଦ୍ୟାରେ ବିଚକ୍ଷଣ ଅଟନ୍ତି ।

ଶନିବାର
ଶନିବାରରେ ଯେଉଁ ବ୍ୟକ୍ତି ଜନ୍ମ ହୋଇଥାନ୍ତି ଅସ୍ଥିର, କାମ ଅଭିଳାଷୀ, ଶତ୍ରୁବାଦୀ, ଅତ୍ୟାନ୍ତ ଜିଦ ଖୋର, ଏବଂ ନିଜ ବୁଦ୍ଧିରେ ପରିଚାଳିତ ହୁଅନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ବିଚଳିତ ଅବସ୍ଥାରେ ରୁହନ୍ତି, ଅହଂ ଗୁଣ ବିରୋଧୀ, ନ୍ୟାୟରେ ପଶ୍ଚ୍ୟଦପଦ ହୁଅନ୍ତି ନାହିଁ । ଏହି ଦିନରେ ଜନ୍ମିତ ସ୍ତ୍ରୀ ଅତ୍ୟନ୍ତ ଜିଦଖୋର ହୋଇଥାନ୍ତି । ଉଦାହରଣ ସ୍ୱରୂପ ଶନିଶ୍ଚର ଶନିବାରରେ ଜନ୍ମ ଗ୍ରହଣ କରିଥିଲେ । ଏକଦା ଶନି ତାଙ୍କ ଗୁରୁ ବୃହସ୍ପତିଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ, ଶନି କହିଥିଲେ ମୁଁ ଯେଉଁ କ୍ଷମତାରେ ଅଛି ଗୁରୁ ବ୍ରାହ୍ମଣ ହେଲେ ମଧ୍ୟ କାହାରୀକୁ ଛାଡିବି ନାହିଁ ।
ମୋର ଯିଏ ମାତା ସୂର୍ଯ୍ୟ ଦେବତା ଓ ପିତା ଛାୟାଦେବୀ ସେମାନଙ୍କ ଉପରେ ପ୍ରଭାବ ପକାଇଛି, ମୁ ଯେତିକି ଭଲ ସେତିକି ମନ୍ଦ ମଧ୍ୟ ହୋଇଥାଏ । ସେହିପରି ଶନିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସ୍ଵୟଂ ଶନୀଙ୍କ ପରି ଯାହାଙ୍କୁ ଭଲ ପାଉଥିବେ ତାଙ୍କ କାର୍ଯ୍ୟ ସଫଳ କରିବେ, ଯଦି କେହି ବ୍ୟକ୍ତି ଅନ୍ୟାୟ କରିଥାନ୍ତି ତାଙ୍କୁ ଶାସ୍ତି ମଧ୍ୟ ଅବଶ୍ୟ ଦିଅନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।