ନିଜ କ୍ରୋଧକୁ କିପରି ଶାନ୍ତ କରିବେ- Sri Krishna

ବନ୍ଧୁଗଣ ଆମ ସମସ୍ତଙ୍କର ଗୋଟିଏ ବଡ ସମସ୍ଯା ଅଛି । ଏହା ହେଉଛି କ୍ରୋଧ । ୫/୬ ହଜାର ବର୍ଷ ପୂର୍ବେ ମଧ୍ୟ ଆମର ଏହି ସମସ୍ଯା ଥିଲା । ଏଥିପାଇଁ ଭଗବାନ ଶ୍ରୀ କୃଷ୍ଣ କ୍ରୋଧରୁ ବାହାର କେମିତି ଆସିବେ ତାହାର ଉପାୟ ଗୁଡିକ କହିଛନ୍ତି । ଏହା ସହିତ କ୍ରୋଧକୁ ନର୍କର ଦ୍ଵାର ମଧ୍ୟ କହିଛନ୍ତି । ବନ୍ଧୁଗଣ କ୍ରୋଧ କେବଳ ନିଜର ଗୋଟିଏ ଭାବନା ବ୍ୟର୍ଥ କରିବା ଅଟେ । ଯଦି ଏହା ଆପଣଙ୍କର ସମସ୍ଯା ଅଟେ ତେବେ ଏଥିରୁ ବାହାରକୁ କେମିତି ବାହାରିବେ ଆସନ୍ତୁ ଜାଣିବା ।

 

ବନ୍ଧୁଗଣ ଏହା ଜରୁରୀ ଅଟେ ଯେ କ୍ରୋଧ ଆପଣଙ୍କ ହାତରେ ରହୁ । ଆପଣ କ୍ରୋଧ ହାତରେ ରହିବା ଉଚିତ ନୁହେଁ । କ୍ରୋଧ କଣ ଅଟେ ? ଏହାକୁ ଜାଣିବା ପାଇଁ ଆସନ୍ତୁ ଏକ କାହାଣୀ ଶୁଣିବା ।  ଗୋଟିଏ ଥର ଜଣେ ସନ୍ୟାସୀ ଗୋଟିଏ ସୁନ୍ଦର ନଦୀ ନିକଟରେ ପହଞ୍ଚିଲେ । ସନ୍ୟାସୀ ଜଣକ ଭାବିଲେ ନଦୀଟିର ମଝିକୁ ଯାଇ ଧ୍ୟାନ ଲଗେଇବେ । ସେ ଗୋଟିଏ ଡଙ୍ଗାରେ ନଦୀ ମଝିକୁ ଗଲେ ଏବଂ ଡଙ୍ଗାଟିକୁ ଚଲାଇବା ଛାଡି ଦେଲେ । ଏହାପରେ ଧ୍ୟାନ ଲଗେଇ ନଦୀର ମଝିକୁ ଗଲେ । ସୁନ୍ଦର ପରିବେଶ ମଧ୍ୟରେ ଧ୍ୟାନ ଲଗାଇ ସନ୍ୟାସୀ ଜଣଙ୍କୁ ବହୁତ ଶାନ୍ତ ଲାଗୁଥିଲେ ।

ସେ ପ୍ରଭୁଙ୍କ ଧ୍ୟାନରେ ମୁଗ୍ଧ ଥିଲେ । ହଟାତ ତାଙ୍କ ପଛ ପଟରୁ ଆଉ ଗୋଟିଏ ଡଙ୍ଗା ତାଙ୍କ ଡଙ୍ଗାଟିକୁ ଧକ୍କା ମାରିଲା । ଏମିତି ଥରେ ହେଲା,ଦୁଇ ଥର ହେଲା ମାତ୍ର ଏପରି ବାରମ୍ବାର ଧକ୍କା ମାରି ହଇରାଣ କଲା । ତତକ୍ଷଣାତ ସନ୍ୟାସୀ ଜଣଙ୍କୁ କ୍ରୋଧ ଆସିଲା ଏବଂ ସେ ପଛକୁ ବୁଲି ଦେଖିଲେ ଯେ କିଏ ସେ ମୂର୍ଖ ବ୍ୟକ୍ତି ଯେ କି ବାରମ୍ବାର ଏପରି କରି ଚାଲିଛି । ସନ୍ୟାସୀ ଜଣକ ଦେଖିଲେ ଏହା ଗୋଟିଏ ଖାଲି ଡଙ୍ଗା ଅଟେ ଯାହାକି ପବନ ଦ୍ଵାରା ଆସି ମାଡ ହେଉଛି । ସେତେବେଳେ ସନ୍ୟାସୀ ଜଣଙ୍କୁ ଜ୍ଞାତ ହେଲା ଯେ କ୍ରୋଧତ ନିଜ ମନରେ ଅଛି । ଏହାକୁ କେବଳ ଗୋଟେ ଉତେଜିତ କରିଲା ଭଳି କାର୍ଯ୍ୟ ଦରକାର ।

ବନ୍ଧୁଗଣ କ୍ରୋଧ ସମସ୍ତଙ୍କର ରହିଅଛି କିନ୍ତୁ ତାକୁ ସୁଧାରିବା ବୁଦ୍ଧିମାନର ପରିଚୟ ଦିଏ । ଆପଣମାନେ କରୁଥିବା କ୍ରୋଧରେ କଣ କଣ କ୍ଷତି ହେଇଛି ତାର ଗୋଟେ ବିବରଣୀ ବନାନ୍ତୁ । ଏବଂ ଏହାକୁ ନୀତିଦିନ ପଢନ୍ତୁ । ଏଥିରେ ଗୋଟିଏ ଛୋଟ କଥା ମଧ୍ୟ ହେଇପାରେ ଯେ ଆପଣ ଆପଣଙ୍କ ବନ୍ଧୁଙ୍କ ହୃଦୟକୁ କଷ୍ଟ ଦେଇଛନ୍ତି । ଏହାକୁ ଆପଣ ନୀତିଦିନ ପଢନ୍ତୁ ଏହା କରିବା ଦ୍ଵାରା ଆପଣ ନିଜର ଭୁଲ ବୁଝିପାରିବେ । ଏବଂ କ୍ରୋଧ କ୍ରମଶ ଶାନ୍ତ ହେବାରେ ଲାଗିବ କିଛି ଭୁଲ କରି କ୍ରୋଧ କରିବା ପୂର୍ବରୁ ଆପଣ ହଜାରେ ଥର ଚିନ୍ତା ନିଶ୍ଚିତ କରିବେ । ଶ୍ରୀମଦ ଭଗବତର ୫ମ ଅଧ୍ୟାୟର ୧୫ ପୃଷ୍ଠାରେ ଲେଖା ଅଛି ।

ଜ୍ଞାନ ଅଜ୍ଞାନରେ ଢାଙ୍କି ହେଇ ରହିଛି ସେଥିରୁ ସାଧାରଣ ମଣିଷ ପ୍ରଭାବିତ ହେଉଛି । ଶ୍ରୀମଦ ଭଗବତ ଗୀତାର ୩ୟ ଅଧ୍ୟାୟର ୬୩ ପୃଷ୍ଠାରେ ଲେଖା ହେଇଛି ଯେ,ଯଦି କୌଣସି ବ୍ୟକ୍ତି ନିରନ୍ତର କିଛି ଚିନ୍ତା କରିଆସୁଛି ମାତ୍ର ତାହାର ବିପରୀତ ହେଉଛି ତେବେ ଆପଣଙ୍କୁ କ୍ରୋଧ ଆସୁଛି । ଯାହାର ଶିକାର ସମସ୍ତେ ହେଉଛନ୍ତି । ନିଜ କ୍ରୋଧକୁ ଶାନ୍ତ କରି ନିଜକୁ ବୁଝିବା ବୁଦ୍ଧିମାନର ପରିଚୟ ଦେଇଥାଏ । ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *