ନିଜର ଅନସ୍କ୍ରୀନ ଭଉଣୀଙ୍କୁ ହୃଦୟ ଦେଇ ବସିଥିଲେ ଟିଭିର ଏହି ୫ ଟି ପ୍ରସିଦ୍ଧ ସିତାରେ, 5 ନମ୍ବର ଯୋଡି ତ ବିବାହ କରିନେଲେ

ଜଣେ ଅଭିନେତାକୁ ତାର ଜୀବନରେ ବହୁତ ପ୍ରକାର ଅଭିନୟ କରିବାକୁ ପଡିଥାଏ । ଜଣେ ଅଭିନେତାକୁ ଭରସାଟାଇଲ ହେବା ଦରକାର । କାରଣ ତାଙ୍କୁ କେବେବି ଭାଇ ଭଉଣୀ, ବାପା ମା, ପତି ପତ୍ନୀର ଅଭିନୟ କରିବାକୁ ପଡିପାରେ । କଳାକାର ନିଜକୁ କୌଣସି ସୀମାରେ ବାନ୍ଧିକି ରଖିପାରିବ ନହିଁ । ଟିଭି ଇଣ୍ଡସଷ୍ଟ୍ରିରେ ଏମିତି କିଛି କଳାକାର ଅଛନ୍ତି ନିଜ ଭିତରେ ସମ୍ପର୍କୀୟ ଅଛନ୍ତି ଆଉ କେବେ ଏମାନଙ୍କୁ ଏକା ସାଥିରେ କାମ କରିବାକୁ ପଡିଥାଏ ।

କେବେ କେବେ ରିଅଲ ଲାଇଫରେ ଭାଇ ଭଉଣୀ ଓ ରିଲ ଲାଇଫରେ ପ୍ରେମୀର ଅଭିନୟ କରିବାକୁ ପଡିଥାଏ । ତ ଆଉ କେବେ ରିଅଲ ଲାଇଫରେ ପତି ପତ୍ନୀ ଓ ଅନ୍ ସ୍କ୍ରୀନ ଭାଇ ଭଉଣୀ ବନିଥାନ୍ତି । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ ଟିଭି ସିରିଏଲର କିଛି ଏମିତି କଳାକାରଙ୍କ ସହିତ ମିଳାଇବୁ ଯେଉଁ ମାନେ ଭାଇ ଭଉଣୀ ଅଭିନୟ କରି କରି ତାଙ୍କ ଭିତରେ ପ୍ରେମ ହୋଇଯାଇଥିଲା ।

ଚାରୁରୁ ଅଶୋପା ଓ ନୀରଜ ମାଲବୀୟ :- ମେରେ ଅଙ୍ଗନ ମେଂ’ କାମ କରିବା ସମୟରେ ଚାରୁ ଅସୋପା  ଓ ନୀରଜ ମାଲବୀୟଙ୍କୁ ପ୍ରେମ ହୋଇଯାଇଥିଲା । ଦୁଇଜଣ ସିରିୟଲରେ ଦୁଇଜଣ ଭାଇ ଭଉଣୀର ଅଭିନୟ କରୁଥିଲେ । କିନ୍ତୁ ପରେ ଦୁଇଜଣଙ୍କର ବ୍ରେକ ଅପ ହୋଇଯାଇଥିଲା ଓ ତା ପରେ ଚାରୁ ସୁସ୍ମିତା ସେନ ଭାଇ ରାଜୀବ ସେନଙ୍କୁ ବିବାହ କରିଥିଲେ ।

ଶିବିନ ନାରଙ୍ଗ ଓ ଦିଙ୍ଗଗନା ସୂର୍ଯ୍ୟ ବଂଶୀ :- ଶିବିନ ନାରଙ୍ଗ ଓ ଦିଙ୍ଗଗନା ସୂର୍ଯ୍ୟ ବଂଶୀ ସ୍ତର ପ୍ଲସ ସିରିୟାଲର ବହୁତ ପ୍ରସିଦ୍ଧ ସିରିୟାଲ ‘ ଇକ ବୀର କି ଅରଦାସ : ବୀରା ‘ ରେ ଭାଇ ଭଉଣୀଙ୍କ ଅଭିନୟ କରିଥିଲେ । ଭାଇ ଭଉଣୀଅଭିନୟ କରୁଥିବା ସମୟରେ ଦୁଇଜଣଙ୍କ ଭିତରେ ପ୍ରେମ ହୋଇଯାଇଥିଲା । କିଛି ଦିନ ପରେ ମଧ୍ୟ ଏହି ଦୁଇଜଣଙ୍କର ମଧ୍ୟ ବ୍ରେକ ଅପ ହୋଇଥିଲା ।


ମୟଙ୍କ ଆରୋଡା ଓ ରିୟା ଶର୍ମା :- ମୟଙ୍କ  ଓ ରୀୟା ଟିଭି ସିରିୟାଲ ‘ ତୁ ସୂରଜ ମେଂ ସଞ୍ଝା ପିଆଜି ‘ ରେ ଦୁଇଜଣ ଭାଇ ଭଉଣୀଙ୍କ ନିଭାଉଥିବା ସମୟରେ ଦୁଇ ଜଣ ଦୁଇଜଣକୁ ହୃଦୟ ଦେଇବସିଥିଲେ । ସିରିୟଲ ସମୟରେ ବହୁତ ବାର ଦୁଇଜଣଙ୍କ ଆଫେୟାର ଖବର ଆସିଥିଲା । ଖବର ଅନୁସାରେ ଆଜି ମଧ୍ୟ ଦୁଇଜଣ ଦୁଇଜଣଙ୍କୁ ଡେଟ କରୁଛନ୍ତି ।

ରୋହନ ମେହେରା ଓ କାଞ୍ଚି ସିଂହ :- ଦୁଇଜଣଙ୍କ ସମ୍ପର୍କ ସେବେ ଲାଇମ ଲାଇଟରେ ଆସିଥିଲା , ଯେତେବେଳେ ରୋହନ ମେହେରା ବିଗ ବସକୁ କଣ୍ଟେଷ୍ଟେଟ  ହୋଇ ଆସିଥିଲେ । ରୋହନ ମେହେରା ଓ କାଞ୍ଚି ଦୁଇ ଜଣ ‘ ଯେ ରିସତା କ୍ଯା କହଲାତା ରେ କାମ କରିଛନ୍ତି । ଅଣ ସ୍କ୍ରୀନ ଦୁଇଜଣ ଭାଇ ଭଉଣୀ ବନିଥିଲେ କିନ୍ତୁ ଅଫ ସ୍କ୍ରୀନରେ ମାମଲା ଡେଟିଙ୍ଗ  ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆଜି ମଧ୍ୟ ଦୁଇଜଣ ରିଲେସନଶିପରେ ଅଛନ୍ତି ।


ଅମନ ବର୍ମା ଓ ବନ୍ଦନା ଲାଲବାନି :- ଅମନ ବର୍ମା ଟିଭିର ବହୁତ ପରିଚିତ ଅଭିନେତା ଅଟନ୍ତି । ଅମନ ବନ୍ଦନାଙ୍କ ସହିତ ବିବାହ ମଧ୍ୟ କରିଛନ୍ତି । ସିରିୟଲ ଶପଥରେ କାମ କରିବା ସମୟରେ ଅମନ ଓ ବନ୍ଦନା ଦୁଇଜଣଙ୍କୁ ପ୍ରେମ ହୋଇଯାଇଥିଲା । ଦୁଇଜଣ କିଛି ସମୟ ଡେଟ କରିବା ପରେ ବିବାହ କରିବା ପାଇଁ ନିସ୍ପତି ନେଇଥିଲେ । ୨୦୧୬ ଅମନ ଓ ବନ୍ଦନା ବିବାହ କରିଥିଲେ ଓ ଆଜି ଦୁଇଜଣ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *