ମୃତ ଘୋଡାର କରୁଣ କାହାଣୀ… ଏହି ନିରୀହ ଜୀବ ସହ ଯାହା ହେଲା ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ରେ ମଣିଷ ମୁଁ ତୋର କି ଦୋଷ କରିଥିଲି ମୋ ପିଠିରେ ବସାଇ କେତେ ଆଡେ ବୁଲେଇଛି ତୋ ଠାରୁ ଚାବୁକ ମାଡ ଖାଇଛି କିନ୍ତୁ କଥାକୁ କେବେ ଅବମାନା କରି ନାହି । ପାଣି ପିଇବାକୁ ମୁଁ ଦୌଡି ଦୌଡି ପଳାଉଥିଲି କିନ୍ତୁ କଣ ମୁଁ ଜାଣିଥିଲି ଏ ଗଛ ମୋ ପାଇଁ ଜମା ହୋଇ ଛିଡା ହୋଇଛି । ପାଣି ପାଇବାକୁ ଯାଉଥିଲି ଯେ ଗଛରେ ଝୁଣ୍ଟିଆ ହୋଇ ପ୍ରାଣ ବାୟୁ ଚାଲିଗଲା ହେଲେ ପଣି ଟୋପାଏ ପାଇ ପାରିଲି ନାହି ଦର୍ଶକ ବନ୍ଧୁ ଆପଣ ମାନେ ଏହି ଭିଡିଓରେ ଘୋଡାକୁ ତଳେ ପଡିଥିବାର ଦେଖି ପାରିବେ । ଯଦି ଘୋଡାଟି କଥା କହିପାରୁ ଥାନ୍ତା ତେବେ ଏମିତି ଢଙ୍ଗରେ କିଛି କଥା କହିଥାନ୍ତା ।

ଆଉ ମଣିଷକୁ ପ୍ରଶ୍ନ କରିଥାନ୍ତା ରେ ମଣିଷ ତୁ ଏତେ ନିର୍ଦ୍ଦୟ କେମିତି ହେଳୁ ? ଜୀବନ ସାରା ତୁ ରୋଜଗାର କରିବୁ ବୋଲି ମୁଁ କେତେ ପରିଶ୍ରମ କରିଛି ତୋ ସଂସାର ଚାଲିବାକୁ ମୁଁ ମୋର ସବୁ ଦୁଖକୁ ଛାତି ଭିତରେ ଚାପି ରଖି ତୋର ସାଥ ଦେଇଛି ଶେଷରେ ମୋ କଥା ଟିକେ ବୁଝିଲୁ ନାହି । ମୋ ପିଠି ରେ ମନ ଇଚ୍ଛା ମାଲ ଲଦି ଚାଲିଲୁ ରାସ୍ତା ସାରା ଦଉଡାଇଲୁ । ତେବେ ସୂଚନା ଅନୁଯାୟୀ ରାସ୍ତା ରେ ଦୌଡି ଦୌଡି ହାଲିଆ ହେବାରୁ ଗଛରେ ମାଡ ହୋଇ ଝୁଣ୍ଟିଆ ହେବ ଫଳରେ ଏହି ଘୋଡା ଟିର ପ୍ରାଣ ଚାଲି ଯାଇଛି ।

ତେବେ ଏହି ଘଟଣା ହେଉଛି କିଛି ଏହି ପ୍ରକାରର କି ପାଣି ପାଇ ଘୋଡା ର ଜୀବନ ଚାଲି ଯାଇଥିବାର କଥାକୁ ହୁଏ ତ ସହଜରେ କେହି ବିଶ୍ଵାସ କରିବେ ନାହି । କିନ୍ତୁ ଏଭଳି ଏକେ ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ ବାଇଶିଙ୍ଗା ଥାନା କଲମା ଓ ଗଡ ଦେଉଳିଆ ମଝିରେ । ଉତ୍ତର ପ୍ରଦେଶ ରୁ ଓଡ଼ିଶାକୁ ଆସି ଘୋଡା ମାନଙ୍କ ଦ୍ଵାରା ଅଧିକ ପଇସା ରୋଜଗାର କରୁଥିବା ବ୍ୟବସାୟୀ ଜଣକ ବାଲେଶ୍ଵର ରୁ ବାରିପଦା ଅଭିମୁଖେ ଆସୁଥିବା ବେଳେ କଳମା ଛକ ନିକଟରେ ଘୋଡା ଗାଡି କୁ ଛିଡା କରି ନିକଟସ୍ଥ ପଣି ପିଇବାକୁ ଯାଇଥିଲେ ମାଲିକ ।

ଠିକ ସେହି ସମୟରେ ଘୋଡା ଟି ଦୌଡିବାକୁ ଲାଗିଥିଲା । ଆଉ ଦୌଡି ଦୌଡି ଶେଷରେ ଗଛରେ ପିଟି ହୋଇ ତାର ଜୀବନ ବି ଚଳାଇ ଯାଇଛି । ଅନ୍ୟ ପକ୍ଷରେ ଘୋଡା ଦୌଡି ଦୌଡି ତାର ଜୀବନ ଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଲୋକେ କହିଛନ୍ତି କି ଘୋଡା କୁ ଖାଇବାକୁ ନ ଦେଇ ପ୍ରବଳ ଖଟାଉ ଥିବା ମାଲିକ ଶେଷରେ ବିନା ପାଣି ଖାଇବା ବିନା ଘୋଡା ଦୌଡିବାକୁ ଲାଗିଲା  ।

ଯେଉଁଥି ପାଇଁ ତାର ପ୍ରାଣ ଚାଲି ଯାଇଛି ବୋଲି କୁହା ଯାଉଛି । ତେବେ ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ଟୀ ଘୋଡା ମାଲିକ କେତେ ନିଷ୍ଠୁର ବ୍ୟକ୍ତି ତାହା ଏହି ଘୋଡାର ଅବସ୍ଥା ଦେଖି ଜଣା ପଡୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ହୃଦୟ ବିଦାରକ ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

Leave a Reply

Your email address will not be published. Required fields are marked *