“ନୂଆବୋହୂ” ବନ୍ଦ ହେବାର ପ୍ରକୃତ କାରଣ କହିଲେ ଅଭିନେତା Swatik ?

ଟେଲିଭିଜନ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ଦେଖିବାକୁ ଆଜିକାଲି ଘରେ ଘରେ ଲୋକ ମାନେ ପସନ୍ଦ କରୁଛନ୍ତି । 0

ଟିଭି ରେ ଅଭିନୟ କରୁଥିବା କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ଓ ଚାର୍ମିଙ୍ଗ ଲାଗନ୍ତି । ଆଜି ଆମେ ଆପଣ ମାନଙ୍କୁ ଟିଭି ରେ ପ୍ରସାରିତ ହେଉଥିବା “ନୂଆ ବୋହୁ” ସିରିଏଲ ବନ୍ଦ ହେବାର ପ୍ରକୃତ କାରଣ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ନୂଆ ବୋହୁ” ନିଶ୍ଚୟ ଦେଖୁଥିବେ । ଆଜିକା ଡେଟରେ ଏହି ସିରିଏଲ ଟି ନମ୍ବର ୱାନ ସିରିଏଲ ଭାବେ ପରିଚିତ ହୋଇ ପାରିଛି । ଏହି ସିରିଏଲ ରେ ମୁଖ୍ୟ କଳାକାର ଭାବେ ରାଧିକା ଓ ସାତ୍ଵିକ ନଜର ଆସୁଛନ୍ତି । ଏହି ଦୁଇ କଳାକାରଙ୍କର ଯୋଡି କୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି ।

କିନ୍ତୁ ସୂଚନା ଅନୁସାରେ ବର୍ତ୍ତମାନ “ନୂଆ ବୋହୁ” ସିରିଏଲ ଟି ବନ୍ଦ ହେବାକୁ ଯାଉଛି । ବର୍ତ୍ତମାନ “ନୂଆ ବୋହୁ” ସିରିଏଲ ର ନୂଆ ନାମକରଣ ହୋଇ “ଝିଅ ଆମର ନୂଆ ବୋହୁ” ହୋଇଛି ଯାହା ୧୮ ବର୍ଷ ଆଗକୁ ସିରିଏଲ ର କାହାଣୀ ଦେଖିବାକୁ ମିଳିବ । ନୂଆ “ବୋହୁ ସିରିଏଲ” ରେ ସାତ୍ଵିକ ଓ ରାଧିକାଙ୍କର ମୃ-ତ୍ୟୁ ହୋଇଛି । ଦୁହିଙ୍କର ଝିଅ ପୂଜା ଯିଏ କି ବଡ ହୋଇ ୧୮ ବର୍ଷ ପରେ ନିଜ ଘରକୁ ଫେରୁ ଥିବାର ନଜର ଆସିବେ ।

ସାତ୍ଵିକ ଓ ରାଧିକାଙ୍କ ଝିଅ ପୂଜା “ଝିଅ ଆମର ନୂଆ ବୋହୁ” ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଏହି ନୂଆ ଅଧ୍ୟାୟ ରେ ଏକ ନୂଆ କାହାଣୀ ରହିବା ସହ କିଛି ନୂଆ କଳାକାର ମାନେ ରହିବେ । ଅଭିନେତା ସାତ୍ଵିକ ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁ “ନୂଆ ବୋହୁ” ସିରିଏଲ ଟି ଛାଡିଛନ୍ତି । ଏହା ଦ୍ଵାରା ସାତ୍ଵିକଙ୍କ ବିନା ଏହି ସିରିଏଲ ଟି ଆଗକୁ ନେବା ପାଇଁ ପ୍ରଡକସନ ସମର୍ଥ ନୁହେ । ସାତ୍ଵିକ ଏହି ସିରିଏଲ ଟି ଛାଡିବା ପରେ ରାଧିକା ମଧ୍ୟ ଏହି ସିରିଏଲ ରୁ ସବୁ ଦିନ ପାଇଁ ବିଦାୟ ନେଇଛନ୍ତି ।

ଏହା ପରେ ନୂଆ ବୋହୁ ସିରିଏଲ ର ଡାଇରେକ୍ଟର ଓ ପ୍ରଡ୍ୟୁସର ଏହି ସିରିଏଲ କୁ ୧୮ ବର୍ଷ ଆଗକୁ ନେଇ ଏହାର ନୂଆ ନାଁ ରଖିଛନ୍ତି । ଏହି ନୂଆ ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ରାଧିକା ଓ ସାତ୍ଵିକଙ୍କ ଝିଅ ପୂଜା ଲିଡ ନାୟିକା ଭାବେ ନିଜର ଜବରଦସ୍ତ ଅଭିନୟ କରିବେ । ଆଶା କରୁଛୁ ଏହି ନୂଆ ସିରିଏଲ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିବ ।

ବନ୍ଧୁଗଣ ଆପଣ ମାନଙ୍କୁ ରାଧିକା ଓ ସାତ୍ଵିକଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *