ନୂଆ ଗାଡି କିଣିବା ପାଇଁ ଚାହାନ୍ତି ତେବେ ଥରେ ଏହାକୁ ଅବଶ୍ୟ ପଢନ୍ତୁ

ପ୍ରାୟତଃ ଲୋକ କୌଣସି ନୂଆ କାମ କରିବା ଆଗରୁ ଗୋଟେ ଜିନିଷ ଉପରେ ବହୁତ ଧ୍ୟାନ ଦିଅନ୍ତି ଓ ତାହା ସଠିକ ସମୟ ଅଟେ, ସମସ୍ତଙ୍କ ଅନୁଯାଇ ସଠିକ ସାମୀରେ କାମ ଆରମ୍ଭ ନହେଲେ ନୂଆ କାମ ଭଲ ହୁଏ ନାହିନ ବୋଲି ଲୋକଙ୍କ ମଧ୍ୟରେ ମାନ୍ୟତା ଅଛି । ଏହାର କାରଣ ହିନ୍ଦୁ ଧର୍ମ ପ୍ରଚଳିତ ଗୋଟେ ମାନ୍ୟତା ଅଟେ, ଏହା ଅନୁଯାଇ କୌଣସି ଧାର୍ମିକ କାର୍ଯ୍ୟ ହେଉ ବା ଅନ୍ୟ ମହତ୍ଵପୂର୍ଣ କାର୍ଯ୍ୟ ଏହା ପାଇଁ ସଠିକ ସମୟ ବା ଯାହାକୁ ଆମେ ମୁହୂର୍ତ ମଧ୍ୟ କହିଥାଉ ହବା ଆବଶ୍ୟକ ଅଟେ ।

କୌଣସି ଶୁଭ କାର୍ଯ୍ୟ ବା ମହତ୍ଵପୂର୍ଣ କାର୍ଯ୍ୟ କରିବା ଆଗରୁ ଗ୍ରହ ନକ୍ଷତ୍ର ବିଷୟରେ ଜାଣିବା ଉଚିତ ଅଟେ, ବହୁତ ଲୋକ ସମୟ ଉପରେ ବହୁତ ଧ୍ୟାନ ଦିଅନ୍ତି ଓ ସବୁ ଶୁଭ କାମ ମୁହୂର୍ତ ଅନୁଯାଇ କରିବା ପସନ୍ଦ କରନ୍ତି ।

ତେବେ ଆସନ୍ତୁ ଜାଣିବା ଗାଡି କିଣିବାର ସଠିକ ସମୟ ବିଷୟରେ, ଆଜି ଆମେ ଆପଣଙ୍କୁ ଗାଡି କିଣିବାର ସମୟ ମୁହୂର୍ତ ସହ ଅନ୍ୟ କିଛି କଥା ଯାହା ଧ୍ୟାନ ରେ ରଖିବା ଆବଶ୍ୟକ କହିବୁ । ଯେଉଁ ଲୋକ ମୁହୂର୍ତ ଉପରେ ବିଶେଷ ଧ୍ୟାନ ଦିଅନ୍ତି ତାଙ୍କୁ ଆମେ ଏହା କହିବା ପାଇଁ ଚାହୁଁ ଯେ ଯେବେ ବି ଗାଡି କିଣିବା ପାଇଁ ବା ପସନ୍ଦ କରିବା ପାଇଁ ଯାନ୍ତୁ ଶୁଭ ମୁହୂର୍ତ ରେ ଯାନ୍ତୁ ।

ଯଦି ଆପଣ ଗାଡି କିଣିବା ପାଇଁ ଚାହନ୍ତି ତେବେ ଏହି କଥା ମନେ ରଖନ୍ତୁ ସର୍ବ ପ୍ରଥମେ ଗାଡି କିଣିବା ପାଇଁ ଏହା ଜାଣିବା ଆବଶ୍ୟକ ଯେ ଏହା ପାଇଁ କୃଷ୍ଣ ପକ୍ଷ ପ୍ରତିପଦା ଏବଂ ଶୁକ୍ଳ ପକ୍ଷ ଚତୁର୍ଥୀ, ନବମୀ, ଦ୍ଵାଦଶୀ ଏବଂ ଚତୁର୍ଦଶୀ ତିଥି ସବୁ ଠାରୁ ଉତ୍ତମ ଅଟେ ବୋଲି ମାନ୍ୟତା ଅଛି ।

ନକ୍ଷତ୍ରର ରେ ଗାଡି କିଣିବା ପାଇଁ ଅଶ୍ୱିନୀ, ମୃଗଶିରା, ପୁନର୍ବସୁ, ପୁଷ୍ୟା, ହସ୍ତା, ଚିତ୍ରା, ସ୍ୱାତି, ଶ୍ରବଣା, ଧନିଷ୍ଠା, ଶତଭିଷା ଏବଂ ରେବତୀ ନକ୍ଷତ୍ର ଶୁଭ ହୋଇଥାଏ । ଯଦି ଦିନ କଥା କୁହା ଯାଏ ତେବେ ଷୋମବାର, ବୁଧବାର ଏବଂ ଗୁରୁବାର ଏହା ଛଡା ଶୁକ୍ରବାର ମଧ୍ୟ ଗାଡି କିଣିବା ବା ଅନ୍ୟ ପ୍ରକାର ବାହନ କିଣିବା ପାଇଁ ଶୁଭ ହୋଇଥାଏ । ରାଶି ରେ ବୃଷ, ମିଥୁନ, କର୍କଟ, ତୁଳା, ଧନୁ ଏବଂ ମୀନ ଲଗ୍ନ ରାଶି ବାହନ କିଣିବା ପାଇଁ ଉତ୍ତମ ଅଟନ୍ତି ।

Leave a Reply

Your email address will not be published. Required fields are marked *