ବନ୍ୟାରେ ଭାସି ଆସିଥିବା ଯୁବକକୁ ନୂଆ ଜୀବନ ଦେଲେ ଗ୍ରାମବାସୀ, ପୁରା ଘଟଣା ଜାଣିଲେ ଆପଣ ବି କରିବେ ସଲାମ !

ବର୍ତ୍ତମାନ ବର୍ଷା ଯୋଗୁ ଚାରିଆଡେ ପାଣି ହୋଇ ଯାଇଛି । ଏମିତିରେ ନଦୀରେ ବଡି ଆସିବା ଏକ ସାଧାରଣ କଥା । ପ୍ରତି ବର୍ଷ ଶୁଣିଥିବେ କି ନଈ ବଢି ପାଣିରେ କେହି ନା କେହି ଭାସି ଯାଏ ଓ ଏମିତିରେ ବହୁତ କମ ଲୋକମାନଙ୍କୁ ଉଦ୍ଧାର କରାଯାଏ । ନ ହେଲେ କେତେକ ଲୋକମାନେ ଭାସି ଭାସି ଅନ୍ୟତ୍ର ସ୍ଥାନକୁ ବି ଚାଲି ଯାଆନ୍ତି । ପୁଣି ଥରେ ଏହିଭଳି କିଛି ଘଟଣା ଶୁଣିବାକୁ ମିଳିଛି । ଯେଉଁଠି ଗୋଟିଏ ବାଳକ ନଈ ବଢି ପାଣି ଭାସି ଯାଉ ଥିଲା । ୧୦ କିମି ଭାସିବା ପରେ ଗୋଟିଏ ଗାଁର କିଛି ଗ୍ରାମବାସୀମାନେ ମିଶି ପିଲାଟିକୁ ଉଦ୍ଧାର କରିଛନ୍ତି ।

ମଙ୍ଗଳବାର ଦିନ ସକାଳ ୧୦ ଟାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ଇଣ୍ଡଳବା ଗାଁର ଅଭିମନ୍ୟୁ ଦାସଙ୍କ ପାଖକୁ ଢେଙ୍କାନାଳ ଜିଲ୍ଲାର ପଥରଖଣି ଗାଁରୁ ଗୋଟିଏ ଫୋନ ଆସିଲା । ଫୋନ କରିଥିବା ବ୍ୟକ୍ତି ଜଣକ କହିଲେ କି ଆମ ଗାଁର ଜଣେ ବାଳକ ନଈ ପାଣି ଭାସି ଯାଉଛି । ତାକୁ ଉଦ୍ଧାର କରନ୍ତୁ ।

ଏହି ଖବର ଟି ପୁରା ଗାଁରେ ବ୍ୟାପି ଗଲା ଓ ଇଣ୍ଡୋଲବା ଗାଁର ଲୋକମାନେ ବାଳକକୁ ବଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରିଲେ । ନଦୀର ବଢି ପାଣିକୁ ଖାତିର ନ କରି ଗାଁର କିଛି ଲୋକମାନେ ସାହସର ସହ ଡଙ୍ଗା ଧରି ବାହାରି ପଡିଲେ ସେହି ବାଳକକୁ ଖୋଜିବା ପାଇଁ । ପାଖାପାଖି ୨ ଘଣ୍ଟା ପରେ ଅଚାନକ ନଦୀ ଭିତରକୁ କେହି ଜଣେ ହାତ ଥରି ଡାକୁଛି । ବାଳକ ପାଖକୁ ଯିବା ପରେ ଦେଖିଲେ କି ବାଳକଟି ନଦୀ ଭିତରେ ଭାସି ଯାଉଛି ଓ ସେହି ସମୟରେ ପାଣିରେ ଭିଜି ଭିଜି ବାଳକର ଅବସ୍ଥା ମଧ୍ୟ ବହୁତ ଖରାପ ହୋଇ ଯାଇଥିଲା ।

ସଙ୍ଗେ ସଙ୍ଗେ ତାକୁ ପାଣି ଭିତରୁ ବାହାର କରି କୂଳକୁ ନେଇ ଆସିଲେ ଓ ସମସ୍ତେ ତାର ସେବା ଆରମ୍ଭ କରିଲେ । ସମସ୍ତେ ତାର ହାତ ଓ ଗୋଡ ଘଷି ତାକୁ ଗରମ କରିବାକୁ ଲାଗିଲେ । ଏହିଭଳି ଭାବରେ ସମସ୍ତେ ମିଶି ଏହି ବାଳକକୁ ଏକ ନୂଆ ଜୀବନ ଦେଇ ଦେଲେ । ଏହା ପରେ ଜଣା ପଡିଲା କି ଏହି ବାଳକଟି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ନିକଟରେ ଥିବା ପଣ୍ଡୁଆ ଗାଁର ସୁଶାନ୍ତ ବାରିକର ପୁଅ ଅଟେ । ବଳକର ବୟସ ମାତ୍ର ୧୭ ଅଟେ ।

ବାଳକଟୀ ନିଜ ମାମୁଁ ଘର ଢେଙ୍କାନାଳ ଜିଲ୍ଲା ନିଅନପ୍ରସାଦ ଥାନା ପଥରଖଣି ଗାଁରେ ନିଜ ମାମୁଁ ଘରେ ରହୁଥିଲା । ନଦୀରେ ଗାଧୋଇବା ସମୟରେ ବାଳକଟି ନଈରେ ଭାସି ଯାଇଥିଲା । ଜେନାପୁର ଥାନାରେ ଖବର ଦେବା ପରେ ପୋଲିସ ପିଲାକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଛି । ଏହା ସହିତ ଘର ଲୋକମାନଙ୍କୁ ଗାଁ ଲୋକମାନେ ଖବର ଦେଇଛନ୍ତି । କହିବାକୁ ଗଲେ ଏହିଭଳି ଭାବରେ ଏହି ଗାଁ ଲୋକମାନେ ଏକ ମହାନ କାର୍ଯ୍ୟ କରିଲେ ।

Leave a Reply

Your email address will not be published. Required fields are marked *