ଦେଖନ୍ତୁ Video: କେମିତି ହେଲେ ଦିନ ମଜୁରିଆରୁ ଲକ୍ଷପତି ୟୁଟୁବର, ସଂଘର୍ଷର କାହାଣୀ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଆଜି ଆମେ ଆପଣଙ୍କୁ ଏମିତି ଏକ ସଂଘର୍ଷପୂର୍ଣ କାହାଣୀ ବିଷୟରେ କହିବୁ ଯାହା ବିଷୟରେ ନା ହିଁ ଆପଣ ପୂର୍ବରୁ କେଉଁଠି ଶୁଣିଥିବେ ନା ହିଁ ଦେଖିଥିବେ । କହିବାକୁ ଗଲେ ଜଣେ ଶ୍ରମିକ କେମିତି ଆଜି ଘରେ ବସି ବସି ୟୁଟ୍ୟୁବ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଚାଳନ୍ତୁ ଜାଣିବା ।

ସମ୍ବଲପୁର ଜିଲ୍ଲା ଝୁଝୁମରା ବ୍ଲକର ଇଶାକ ମୁଣ୍ଡା ମେଟ୍ରିକ ପରୀକ୍ଷା ଦେଇ ନାହାନ୍ତି । ଶ୍ରମିକ ରୂପରେ କାମ କରି ଇଶାକ ମୁଣ୍ଡା ନିଜର ପେଟ ପାଟଣା କରୁଥିଲେ । କିନ୍ତୁ ଲକଡାଉନ କାରଣରୁ ନା ହିଁ ତାଙ୍କ ପାଖରେ କୌଣସି କାମ ଥିଲା ଓ ନା ହିଁ ଆୟ କରିବାର କୌଣସି ନୂଆ ପନ୍ଥା । ଏହି ସମୟରେ ଇଶାକ ମୁଣ୍ଡା ମୋବାଇଲର ୟୁଟ୍ୟୁବରୁ ବିଭିନ୍ନ ଭି-ଡି-ଓ ଦେଖୁଥିବା ସମୟରେ ଜଣେ ତାଙ୍କୁ ପରାମର୍ଶ ଦେଲେ କି ସେ ଚାହିଁଲେ ବି ୟୁଟ୍ୟୁବରେ କୌଣସି ବି ଭି-ଡି-ଓ ଅପଲୋଡ କରି ପାରିବେ ।

ଏହା ପରେ ଇଶାକ ମୁଣ୍ଡା ଓ ତାଙ୍କର ପତ୍ନୀ ନିଷ୍ପତି ନେଲେ କି ସେମାନେ ବି ୟୁଟ୍ୟୁବରେ ଭି-ଡି-ଓ ଅପଲୋଡ କରିବେ । ସେ ଅଧିକ ଶିକ୍ଷିତ ନ ଥିଲେ ଏମିତିରେ ସେ କେଉଁ ପ୍ରକାରର ଭି-ଡି-ଓ କରିବେ ତାଙ୍କ ମୁଣ୍ଡକୁ କିଛି ଉପାୟ ଆସିଲା ନାହିଁ । ଏହା ପରେସେ ଘରେ ବସି ପଖାଳ ଖାଉଥିବାର ଏକ ଭି-ଡି-ଓ କରି ୟୁଟ୍ୟୁବରେ ଅପଲୋଡ କରିଥିଲେ । ନିଜର ପ୍ରଥମକୁ ଭି-ଡି-ଓକୁ ସେ ମାର୍ଚ୍ଚ ମାସ ୨୦୨୦ରେ ଅପଲୋଡ କରିଥିଲେ । ଦେଖୁ ଦେଖୁ ଇଶାକ ମୁଣ୍ଡାଙ୍କ ଭାଗ୍ୟ ବଦଳି ଯାଇଥିଲା ।

ଇଶାକ ମୁଣ୍ଡା ନିଜର ୟୁଟ୍ୟୁବ ଚ୍ୟା-ନେ-ଲରେ ବିଭିନ୍ନ ପ୍ରକାରର ଗାଁରେ ତିଆରି ହେଉଥିବା ଖାଦ୍ୟ ରୋଷେଇ କରି ଭି-ଡି-ଓ ଅପଲୋଡ କରିଲେ । ଦେଖୁ ଦେଖୁ ଇଶାକ ମୁଣ୍ଡାଙ୍କ ୟୁଟ୍ୟୁବ ଚ୍ୟା-ନେ-ଲରେ ସସ୍କ୍ରାଇବ ବଢିଚାଲିଲା ।

ଦୁଃଖର ଦିନ ବିତିଗଲା ଓ ତିନି ମାସ ପରେ ସେ ୟୁଟ୍ୟୁବରୁ ପାଖାପାଖି ୩୭ ହଜାର ଟଙ୍କା ରୋଜଗାର କରିଲେ । ଏତିକି ନୁହେଁ ୨୦୨୦ରେ ଅଗଷ୍ଟ ମାସରେ ସେ ସର୍ବାଧିକ ୫ ଲକ୍ଷ ଟଙ୍କା ଆୟ କରିଥିଲେ । ସେହି ଟଙ୍କାରେ ସେ ଗାଁରେ ନିଜର ଏକ କୋଠାଘର ବି ତିଆରି କରିଛନ୍ତି ।

ତାଙ୍କର ସଂଘର୍ଷର କାହାଣୀ ଜାଣିବା ପରେ ଯେତେବେଳେ କିଛି ମି-ଡି-ଆ କର୍ମୀ ତାଙ୍କ ଘରକୁ ଯାଇଥିଲେ ତେବେ ଇଶାକ ମୁଣ୍ଡା ନିଜ ଘରେ ଛତୁ ତରକାରୀ ଆରମ୍ଭ କରିଥିଲେ । ଲୋକମାନେ ତାଙ୍କର ଭି-ଡି-ଓକୁ ପସନ୍ଦ ମଧ୍ୟ କରୁଛନ୍ତି । ଏହି କାରଣରୁ ତାଙ୍କର ଭି-ଡି-ଓକୁ ବହୁତ ଲୋକମାନେ ଦେଖୁଛନ୍ତି । ଏହା ସହିତ ତାଙ୍କର ରୋଜଗାର ବି ବଢୁଛି । ରୋଷେଇ କାମରେ ତାଙ୍କର ପତ୍ନୀ ବି ତାଙ୍କୁ ସହଯୋଗ କରିଥାନ୍ତି ।

ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଓଡିଆ ଓ ସମ୍ବଲପୁରୀ ଭାଷା ବଦଳରେ ସେ ନିଜର ୟୁଟ୍ୟୁବ ଚ୍ୟା-ନେ-ଲରେ ହିନ୍ଦୀ ଭାଷାରେ କଥା କୁହନ୍ତି । ଯାହାକି ଜଣେ ଶ୍ରମିକ ପାଇଁ ଅସମ୍ଭବ ଅଟେ କିନ୍ତୁ ଇଶାକ ମୁଣ୍ଡା ଏହା କରି ଦେଖାଇଛନ୍ତି । ଏତିକି ନୁହେଁ ଆଗକୁ ସେ ଏହିଭଳି ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବାର ଭି-ଡି-ଓ ସେ ୟୁଟ୍ୟୁବ ଚ୍ୟା-ନେ-ଲରେ ଅପଲୋଡ କରିବେ ବୋଲି ଆଶା ରଖିଛନ୍ତି । କହିଦେଉଛୁ କି ଇଶାକଙ୍କୁ ୪ ଜଣ ସନ୍ତାନ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *