ଓଡିଶା ର ପାରାଦୀପ ରେ ଦେଖିବାକୁ ମିଳିଲା ଏକ ବିଦେଶୀ ଜନ୍ତୁ, ଭାଇରାଲ ହେଉଛି Video

ବନ୍ଧୁଗଣ, ବିଶ୍ଵ ରେ ଅନେକ ପ୍ରଜାତିର ଜୀବଜନ୍ତୁ ମାନ ଅବସ୍ଥାନ କରି ଅଛନ୍ତି । ଆଜି ଆମ୍ଭେ ଯେଉଁ ଜନ୍ତୁ ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ପାରାଦୀପ ଅଞ୍ଚଳରେ ଦେଖିବାକୁ ମିଳିଅଛି । ତାହା ଏକ ବିଦେଶୀ ଜନ୍ତୁ ଅଟେ ବୋଲି ସୂଚନା ମିଳିଅଛି ।

ସେହି ଭୟାନକ ଜନ୍ତୁଟିର ନାମଟି ହେଉଛି “ହନୀ ବ୍ୟାଜର” । ଏହାକୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ଵାସ କରି ପାରିବେ ନାହିଁ । କୁଆଡୁ ଆସିଲା ଏ ଜନ୍ତୁ ? ପାରାଦୀପ ଅଞ୍ଚଳରେ ଦେଖିବାକୁ ମିଳିଛି ଦକ୍ଷିଣ ଆଫ୍ରିକୀୟ ଜୀବ “ହନୀ ବ୍ୟାଜର” । ପାରାଦୀପ ଆଇଓସିଏଲ ମାହାଳା ଗ୍ରାମରେ ଏହି ଜୀବ ଦେଖା ଯାଇଅଛି । ଏହି ଜୀବ କୁ ଲୋକେ ଏହି ଅଞ୍ଚଳରେ ପ୍ରଥମ କରି ଦେଖିଥିବା କହିଛନ୍ତି । ଏହି ଗ୍ରାମରେ ଏକ ଚାଷୀ ର ପାନ ଚାଷ ହୋଇଥିଲା । ଚାଷୀଟି ନିଜ ଚାଷ ଜମିରେ ପାନ ଫସଲ କୁ ଦେଖି ବେସ ଖୁସି ଥିଲା ।

ନୀତିଦିନ ଚାଷୀ ଜଣକ ନିଜ ଜମି କୁ ତାହାର ଫସଲ ଦେଖିବାକୁ ଯାଏ । ମାତ୍ର ଦିନକର କଥା ଚାଷୀ ଜଣକ ସବୁଦିନ ଭଳି ନିଜ ଜମି କୁ ଫସଲ ଦେଖିବାକୁ ଗଲା ବେଳକୁ ହଟାତ ତାର ନଜର ପଡେ ଯେ ପାନ ଫସଲ ଗୁଡିକୁ କିଏ ତାଡି ପକାଉଛି ।

ଏହାପରେ ସେ ନିଜ ପାନ ଫସଲ ଉପରେ ଏକା ବିଶାଳ ଜାଲି ବିଛାଇ ଦେଲା । ମାତ୍ର ସେହି ଜାଲିରେ ଜନ୍ତୁ “ହନୀ ବିଜର” ଫଶି ଯାଇଥିଲା । ଏହାପରେ ଚାଷୀ ଜଣକ ଜନ୍ତୁଟିକୁ ଦେଖି କିଛି ବୁଝି ପାରି ନଥିଲା । ସେ ସଙ୍ଗେ ସଙ୍ଗେ ଗ୍ରାମବାସୀ ଙ୍କୁ ଡାକ ପକାଇଥିଲା । ଡାକ ଶୁଣି ଗ୍ରାମବାସୀ ମାନେ ଦୌଡି ଆସିଦେଖିଲେ ଯେ, ଏକ ଭୟାନକ ଜନ୍ତୁ ଟି ଜଳରେ ଫଶି ଯାଇଅଛି । ଜନ୍ତୁ ଟି ଗ୍ରାମବାସୀ ମାନଙ୍କୁ କାମୁଡିବାକୁ ଗୋଡାଇଲା ।

ଏହାପରେ ଗ୍ରାମବାସୀ ମାନେ ଫାଶରୁ ଜନ୍ତୁଟିକୁ ଖୋଲିଦେବା ପରେ ସେ ଦୌଡି ପଳାଇଥିଲା । ମାତ୍ର ବିରଳ ପ୍ରଜାତିର ଏହି ଜନ୍ତୁ ପାରାଦୀପ ଅଞ୍ଚଳରେ ଥିବା ବନ ବିଭାଗ ପାଖେ କୌଣସି ଖବର ନାହିଁ । ଏହି ଜନ୍ତୁଟି ଗ୍ରାମବାସୀ ମାନଙ୍କୁ କୌଣସି ପ୍ରାକାରର କ୍ଷତି କରି ନଥିଲେ ମଧ୍ୟ ଗ୍ରାମବାସୀ ମାନଙ୍କ ମନରୁ ଭୟ ଏବେ ପର୍ଯ୍ୟନ୍ତ ଯାଇ ନାହିଁ । କାରଣ ହଟାତ ଏଭଳି ଜନ୍ତୁ ସେମାନେ ଅନ୍ୟ କେଉଁଠାରେ ଦେଖି ନାହାଁନ୍ତି ।

ବନବିଭାଗ ବର୍ତ୍ତମାନ ଏହି ଜୀବ ସମ୍ବନ୍ଧରେ ଅନୁଧ୍ୟାନ କରିଥିବାର କହିଛନ୍ତି । କିନ୍ତୁ ଗ୍ରାମବାସୀ ଏହି ଜନ୍ତୁ ଟିକୁ ଫାଶ ରୁ ଫିଟାଇବା ପରେ ଏହା କେଉଁଠାକୁ ଗଲା ତାହା କହିବ ଅସମ୍ଭବ । ଗ୍ରାମବାସୀ ଏ ନେଇ ବହୁତ ଭୟରେ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *