ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଏହି ସବୁ ପ୍ରଶ୍ନ ଓ ଉତ୍ତର କିଛି ମଜାଦାର ଆଉ ଢଗ ଭଳି ରହିଛି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।
୧- ମୋ ନାଁ ବାବନା ଭୁତ ମୁଁ ଖାଏ ଅଳତା ଭାତ ଆକାଶରେ ମୁଁ ମାଇଲି କେହି ନ ଯାଇ ମୋର ନାଁ । ଏହାର ମାନେ କଣ ?
ଉତ୍ତର- ଖଣ୍ଡିଆ ଭୁତ
୨- ଟେ ଟାଇନା ବାଣୀ ହିଡ ମୁଣ୍ଡ ଗାଣ୍ଡୀ ଟେକି ଦେଇ ପିଇଯାଏ ପାଣି । ଏହାର ମାନେ କଣ ?
ଉତ୍ତର- ମୁଗୁରା
୩- ରିଙ୍ଗି ରଙ୍ଗିଆ ତିନି ସିଂହୀଆ ଚୋପା ବହଳ ମଞ୍ଜି କୋମଳ ଯେତେ ଖାଏ ସେତେ ହଜମ । ଏହାର ମାନେ କଣ ?
ଉତ୍ତର- ଚୁଲି
୪- ସରଗ ରୁ ଆସିଲା ଟୋକାଟିଏ ତା ମୁଣ୍ଡ ରେ ଟୋପି ଟିଏ । ଏହାର ମାନେ କଣ ?
ଉତ୍ତର- ତାଳ
୫- ସରଗ ରୁ ଆସିଲେ ଭାଇ ଭଉଣୀ ଚୋବାଇ ଗଲେ ବିରି ଗଉଣୀ । ଏହାର ମାନେ କଣ ?
ଉତ୍ତର- ଚକିଶିଳ
୬- ଆସିଲା ଆଉ ଜଣେ ବ୍ରାମହଣ ତ ଦେହ ସାରା ଯାଦୁ ପଣ ପଣ । ଏହାର ଉତ୍ତର କଣ ?
ଉତ୍ତର- ପଣସ
୭- ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପାଏ ପାଟର । ଏହାର ମାନେ କଣ ?
ଉତ୍ତର- ସପୁରି
୮- ତୁ ଥିବୁ ଡାଳେ ମୁଁ ବି ଥିବି ଜଳେ ଭେଟା ଭେଟି ହେବା ରୋଷେଇ ଶାଳେ । ଏହାର ମାନେ କଣ ?
ଉତ୍ତର- ମାଛ ଓ ଆମ୍ବ
୯- ନ ରୁ ଆରମ୍ଭ ନ ରେ ଶେଷ , ଦେଖୁଥାଏ ସାରା ଦୁନିଆ ଦୃଶ୍ୟ । ତାର ନାମ ଟି କଣ ?
ଉତ୍ତର- ନୟନା ବା ଆଖି
୧୦- ଗୋଟିଏ ରୁମ ର ର ଚାରୋଟି କୋଣ । ଗୋଟିଏ କୋଣ କାଟିଲେ ଆଉ ରହିବ କେତେ କୋଣ ?
ଉତ୍ତର- ୫ଟି କୋଣ
୧୧- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ ପାଚିଗଲେ ଡାକନ୍ତି ଆଉ ଗୋଟେ ନା । ତାହା କଣ ?
ଉତ୍ତର- ନଡିଆ ଓ ପଇଡ
୧୨- କେଉଁ ଛୁରୀ ରେ କଟା ହୁଏ ନାହି ?
ଉତ୍ତର- ବାଛୁରି
୧୩- କେଉଁଠି କି ୧୦୦ ଲୋକ ଗଲେ ଫେରନ୍ତି ୯୯ ?
ଉତ୍ତର- ମସାଣି
୧୪- କେଉଁଠି କି ୧୦୦ ଲୋକ ଗଲେ ୧୦୧ ଲୋକ ଫେରନ୍ତି ?
ଉତ୍ତର- ବାହାଘର ରେ
୧୫- ବାବାଜୀ ନୁହେଁ ତା ବଢିଛି ଦାଢି ପାଦ ତଳ ଯାଏ ଆସିଛି ମାଡି ପିଲାଏ ଖେଳନ୍ତି ଦାଢିରେ ଦୋଳି ପକ୍ଷୀଏ ଖାଆନ୍ତି ତାହାରି କୋଳି ?
ଉତ୍ତର- ବରଗଛ
୧୬- କେଉଁ ଗଛର ଫୁଲ ରାତିରେ ଫୁଟେ ରାତିରେ ହିଁ ଝଡିଥାଏ ?
ଉତ୍ତର- ଡିମିରି ଫୁଲ
ବନ୍ଦୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।