ବାପାରେ…ୟାଙ୍କୁ କିଏ ଫାଇନ୍ ମାଗିବ ! ୟାଙ୍କ କାରନାମା ଦେଖି ଆପଣ ମୁଣ୍ଡରେ ହାତ ଦେବେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ୫୦୦୦ ଦରମା ପାଉଥିବା କର୍ମଚାରୀ ହେଲମେଟ ନ ପିନ୍ଧିଲେ ୧୦୦୦ ଟଙ୍କା ଫାଇନ ଦେବେ । ଏଠାରେ ରାସ୍ତା ମଝିରେ ଗାଡି ଧରି ଉତ୍ପାତ ମଚାଇଲେ ବି ମାଫ । ଖଟିକିଆ ଲୋକ କାମ କରି ଘରକୁ ଫେରିବା ବାଟରେ ୧୦୦୦ ଚେକିଙ୍ଗ । ହେଲେ ଏଠି ବିନା ହେଲମେତ ରେ ବାଇକ ଚଳାଇବେ ବି ମାର୍ଫ । ବୋଧ ହୁଏ ଗାଡି ରେ ଶଙ୍ଖ ଚିହ୍ନ ଲଗାଇ ଦେଲେ ସବୁ ମାଫ । ସେପଟୁ କାର ଆସୁଛି ଆଉ ଏପଟୁ ବିଜୁ ଜନତା ଦଳର କର୍ମୀ ମାଝି ରାସ୍ତା ରେ ଷ୍ଟଣ୍ଡ କରୁଛନ୍ତି ।

ତେବେ ପ୍ରଶ୍ନ ଉଠୁଛି ସାଧାରଣ ଲୋକ ଯିବା ଆସିବା ରାସ୍ତା ରେ କଣ ଏମିତି ଷ୍ଟଣ୍ଡ କରାଯାଏ ? ହେଲମେଟ ନ ପିନ୍ଧିଲେ ଫାଇନ ନେବା କଥା ଲୋକଙ୍କୁ ସଚେତନ କରିବା କଥା । ଏ ସବୁ କିଛି ଠିକ । କିନ୍ତୁ ବିଜେଡି କର୍ମୀ ଙ୍କ କ୍ଷେତ୍ରରେ କାହିଁକି ବ୍ୟତିକ୍ରମ ଏ ସବୁ ନିୟମ । ନିୟମ କାନୁନ କୁ ଜଳାଞ୍ଜଳି ଦେଇ ମଝି ରାସ୍ତାରେ ଏମିତି ଉତ୍ପାତ ମଚାଉଥିବା କର୍ମୀଙ୍କର ଚାଳନ କାହିଁକି କଟିବ ନାହି ? ଧାମନଗର ଉପ-ନିର୍ବାଚନରେ ପ୍ରଚାର ସମୟର ଏହି ଦୃଶ୍ୟ ।

ବିଜେଡି ରଙ୍ଗ ରେ ରଙ୍ଗାୟିତ ହୋଇ କର୍ମୀ ଜଣକ ବିଜେଡି ରଙ୍ଗର ବସ୍ତ୍ର ଧାରଣ କରି ନିଜକୁ ସର୍ବ ଶକ୍ତିମାନ ଭାବୁଛନ୍ତି । ଏହି ବ୍ୟକ୍ତି ଜଣକ କୁଆଡେ ସମିତି ସଭ୍ଯ । ତେବେ ତାଙ୍କୁ ଏଭଳି ଷ୍ଟଣ୍ଡ ର କାରଣ ପଚାରିବାରୁ ସେ କହିଲେ କି “ନବୀନ ପ୍ରେମ । ନବୀନ ପଟ୍ଟନାୟକ ଓଡିଶା ବାସୀଙ୍କ ପାଇଁ ଯାହା କରିଛନ୍ତି ତାହା ଆମେ କରିପାରିବୁ ନାହି । କିନ୍ତୁ ସେ ଯେବେ ମହାନତା ଦେଖାଇଛନ୍ତି ଆଇ ଆମର ଓଡିଶା ବାସି ମାନଙ୍କର ସେବାରେ ଦୀର୍ଘ ୨୫ ବର୍ଷ ହେଲା ତେଣୁ ଟାଙ୍କ ପାଇଁ ଏହା ମୋର ଉଶ୍ଚର୍ଗ ।

ମହାପୁରୁଷ କହିଥିଲେ ଜୀବନରେ ଯଦି ସଂଗ୍ରାମ ନ ଥାଏ ତା ହେଲେ ଜୀବନର କିଛି ମାନେ ନ ଥାଏ । ଜୀବନରେ ମୁଁ ସଂଗ୍ରାମ କରୁଛି ମୁଁ ଜଣେ ସମିତି ସଭ୍ଯ । ଚନ୍ଦନ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ମୁଁ । ମାନ୍ୟବର ବିଧାୟକ ଏଠାରେ ଗୋଟେ ଟିକେଟ ଦେଇଥିଲେ । ମୁଁ ହାଇଏଷ୍ଟ ଭୋଟ ରେ ସମିତି ସଭ୍ଯ ରେ ଜିତିବି ବୋଲି ଲାଗୁଛି ।

ଯେବେ ଦଳ ମୋ ପାଇଁ କରିଛି ମୋର କର୍ତ୍ତବ୍ଯ ହେଉଛି ଦଳ ପାଇଁ କିଛି କରିବା” । ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି ବ୍ୟକ୍ତି ଜଣକ ଯିଏ ବିନା ହେଲମେଟ ରେ ଗାଡି ରେ ବସି ରାସ୍ତା ମଝି ରେ ଷ୍ଟଣ୍ଡ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *