Odia Dhaga Dhamali: ରିଙ୍ଗି ରିଙ୍ଗିଆ ତିନି ସିଙ୍ଘିଆ, ଚୋପା ବହଳ ମଞ୍ଜି କୋମଳ, ଯେତେ ଖାଏ ସେତେ ହଜମ! କୁହ ତ ଦେଖି ମୁଁ କିଏ?  

ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ  ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇ ଥାଏ । ଏହି ସବୁ ପ୍ରଶ୍ନ ଓ ଉତ୍ତର କିଛି ମଜାଦାର ଆଉ ଢଗ ଭଳି ରହିଛି । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତାର ଉତ୍ତର ।

୧- ମୋ ନାଁ ବାବନା ଭୁତ ମୁଁ ଖାଏ ଅଳତା ଭାତ ଆକାଶରେ ମୁଁ ମାଇଲି କେହି ନ ଯାଇ ମୋର ନାଁ । ଏହାର ମାନେ କଣ ?

ଉତ୍ତର- ଖଣ୍ଡିଆ ଭୁତ

୨- ଟେ ଟାଇନା ବାଣୀ ହିଡ ମୁଣ୍ଡ ଗାଣ୍ଡୀ ଟେକି ଦେଇ ପିଇଯାଏ ପାଣି । ଏହାର ମାନେ କଣ ?

ଉତ୍ତର- ମୁଗୁରା

୩- ରିଙ୍ଗି ରଙ୍ଗିଆ ତିନି ସିଂହୀଆ ଚୋପା ବହଳ ମଞ୍ଜି କୋମଳ ଯେତେ ଖାଏ ସେତେ ହଜମ । ଏହାର ମାନେ କଣ ?

ଉତ୍ତର- ଚୁଲି

୪- ସରଗ ରୁ ଆସିଲା ଟୋକାଟିଏ ତା ମୁଣ୍ଡ ରେ ଟୋପି ଟିଏ । ଏହାର ମାନେ କଣ ?

ଉତ୍ତର- ତାଳ

୫- ସରଗ ରୁ ଆସିଲେ ଭାଇ ଭଉଣୀ ଚୋବାଇ ଗଲେ ବିରି ଗଉଣୀ । ଏହାର ମାନେ କଣ ?

ଉତ୍ତର- ଚକିଶିଳ

୬- ଆସିଲା ଆଉ ଜଣେ ବ୍ରାମହଣ ତ ଦେହ ସାରା ଯାଦୁ ପଣ ପଣ । ଏହାର ଉତ୍ତର କଣ ?

ଉତ୍ତର- ପଣସ

୭- ଯାଇଥିଲି ଉତ୍ତର ଦେଖି ଆସିଲି ଫଳ ଉପାଏ ପାଟର । ଏହାର ମାନେ କଣ ?

ଉତ୍ତର- ସପୁରି

୮- ତୁ ଥିବୁ ଡାଳେ ମୁଁ  ବି ଥିବି ଜଳେ ଭେଟା ଭେଟି ହେବା ରୋଷେଇ ଶାଳେ । ଏହାର ମାନେ କଣ ?

ଉତ୍ତର- ମାଛ ଓ ଆମ୍ବ

୯- ନ ରୁ ଆରମ୍ଭ ନ ରେ ଶେଷ , ଦେଖୁଥାଏ ସାରା ଦୁନିଆ ଦୃଶ୍ୟ । ତାର ନାମ ଟି କଣ ?

ଉତ୍ତର- ନୟନା ବା ଆଖି

୧୦- ଗୋଟିଏ ରୁମ ର ର ଚାରୋଟି କୋଣ । ଗୋଟିଏ କୋଣ କାଟିଲେ ଆଉ ରହିବ କେତେ କୋଣ ?

ଉତ୍ତର- ୫ଟି କୋଣ

୧୧- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ ପାଚିଗଲେ ଡାକନ୍ତି ଆଉ ଗୋଟେ ନା । ତାହା କଣ ?

ଉତ୍ତର- ନଡିଆ ଓ ପଇଡ

୧୨- କେଉଁ ଛୁରୀ ରେ କଟା ହୁଏ ନାହି ?

ଉତ୍ତର- ବାଛୁରି

୧୩- କେଉଁଠି କି ୧୦୦ ଲୋକ ଗଲେ ଫେରନ୍ତି ୯୯ ?

ଉତ୍ତର- ମସାଣି

୧୪- କେଉଁଠି କି ୧୦୦ ଲୋକ ଗଲେ ୧୦୧ ଲୋକ ଫେରନ୍ତି ?

ଉତ୍ତର- ବାହାଘର ରେ

୧୫- ବାବାଜୀ ନୁହେଁ ତା ବଢିଛି ଦାଢି ପାଦ ତଳ ଯାଏ ଆସିଛି ମାଡି ପିଲାଏ ଖେଳନ୍ତି ଦାଢିରେ ଦୋଳି ପକ୍ଷୀଏ ଖାଆନ୍ତି ତାହାରି କୋଳି ?

ଉତ୍ତର- ବରଗଛ

୧୬- କେଉଁ ଗଛର ଫୁଲ ରାତିରେ ଫୁଟେ ରାତିରେ ହିଁ ଝଡିଥାଏ ?

ଉତ୍ତର- ଡିମିରି ଫୁଲ

ବନ୍ଦୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *