Top 10 ଓଡିଆ ହିରୋଇନ ମାନଙ୍କୁ କେତେ ବର୍ଷ ହୋଇଥିଲା ବେଳେ ନିଜର ପ୍ରଥମ ଫିଲ୍ମରେ ଅଭିନୟ କରିଥିଲେ

ଓଡିଆ ଚଳଚିତ୍ର ଦୁନିଆରେ ବହୁତ ଅଭିନେତ୍ରୀ ମାନେ ଆସିଲେ ଆଉ ଗଲେ କିନ୍ତୁ କିଛି ବିଶେଷ ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ମନ ଉପରେ ନିଜର ଗୋଟେ ଅଲଗା ଚିହ୍ନ ଛାଡି ଗଲେ ଯାହା କେହିବି ଅନ୍ୟ ଅଭିନେତ୍ରୀ ମାନେ ଲିଭେଇ ପାରିଲେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣିନଥିବେ ଏହା ଛଡା ଜାଣିବାକୁ ଇଛା କରିଥିବେ ।

ତେବେ ଆଜି ଆମେ ଆପଣଙ୍କୁ କିଛି ବିଶେଷ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ବୟସ କହିବାକୁ ଯାଉଛୁ ଆଉ ତାଙ୍କ ପ୍ରଥମ ଚଳଚିତ୍ର କଣ ଥିଲା ଆଉ ସେ କେତେ ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିଲେ ତାହା ବିଷୟରେ ମଧ୍ୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ରଚନା ବାନାର୍ଜୀ :

ରଚନା ବେଙ୍ଗୋଲି ଅଟନ୍ତି ସେ ଓଡିଆ ଚଳଚିତ୍ର ଦୁନିଆରେ ପ୍ରଥମ ଥର ୧୯୯୩ରେ ପାଦ ଦେଇଥିଲେ ତାଙ୍କ ପ୍ରଥମ ଚଳଚିତ୍ର ଥିଲା ପଥର ଖାସୁଛି ବଡ ଦେଉଳୁ ସେତେବେଳେ ରଚନାଙ୍କୁ କେବଳ ୨୨ ବର୍ଷ ବୟସ ହୋଇଥିଲା ଆଉ ତାଙ୍କ ଅଭିନୟ ଦେଖି କେହି କହିବେ ନାହିଁ ଯେ ତାଙ୍କୁ ଏତେ କମ ବର୍ଷ ହୋଇଥିଲା ବୋଲି । ତେବେ ରଚନାଙ୍କୁ ବର୍ତମାନ ୪୭ ବର୍ଷ ହୋଇଛି ଆଉ ସେ ବର୍ତମାନ ବି ଦେଖିବାକୁ ବହୁତ ସୁନ୍ଦର ଅଛନ୍ତି ।

ଅନୁ ଚୌଧୁରୀ :

ଅନୁ ଚୌଧୁରୀଙ୍କୁ କିଏ ଅବା ଜାଣି ନାହିଁ ତାଙ୍କ ପ୍ରାୟତଃ ଫିଲ୍ମ ସୁପର ହିଟ ହୋଇଛି ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ ପରେ ସଫଳତା ପାଇଥିଲେ ସେ ନିଜ ଜୀବନରେ ବହୁତ ଫିଲ୍ମ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ତେବେ ତାଙ୍କର ପ୍ରଥମ ଚଳଚିତ୍ର ଥିଲା ମା ଯୋଗ ବାୟାଣୀ ଯାହା ୧୯୯୮ରେ ଆସିଥିଲା ସେତେବେଳେ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । ତେବେ ବର୍ତମାନ ତାଙ୍କୁ ୪୦ ବର୍ଷ ବୟସ ହୋଇଛି କିନ୍ତୁ ସେ ଏବେ ବି ଆଗ ଭଳି ଦେଖା ଯାଉଛନ୍ତି ।

ବର୍ଷା ପ୍ରିୟଦର୍ଶିନୀ :

ବର୍ଷାଙ୍କୁ ବର୍ତମାନ ସମୟରେ କିଏ ଅବା ଜାଣି ନାହିଁ ତାଙ୍କୁ ଓଡିଶା କ୍ଵିନ କୁହା ଯାଏ ତାଙ୍କ ସୁନ୍ଦରତା ଆଉ ଅଭିନୟ ର ସମସ୍ତେ ଦିବାନା ଅଛନ୍ତି । ବର୍ଷା ପ୍ରଥମ ଥର ୨୦୦୩ରେ ଓଡିଆ ଚଳଚିତ୍ରରେ ପାଦ ରଖିଥିଲେ ତାଙ୍କ ପ୍ରଥମ ଚଳଚିତ୍ର ଥିଲା ଏ ଯୁଗର କୃଷ୍ଣ ସୁଦାମା ଆଉ ସେହି ସମୟରେ ବର୍ଷାଙ୍କୁ କେବଳ ୧୯ ବର୍ଷ ବୟସ ହୋଇଥିଲା ।

ତେବେ ଅନ୍ୟ ହେରୋଇନ ଯେଉଁମାନେ ନିଜର କ୍ଯାରିୟର ବହୁତ କମ ବଯସରୁ ଆରମ୍ଭ କରିଥିଲେ ସେମାନେ ହେଲେ ଅର୍ଚ୍ଚିତା ଯିଏ କି 16 ବର୍ଷ ବୟସରେ ନିଜର ପ୍ରଥମ ଫିଲ୍ମ କରିଥିଲେ, ପ୍ରକୃତି ମିଶ୍ର ଯିଏ କି 5 ବର୍ଷ ବଯସରୁ ହିଁ ଓଡିଆ ଫିଲ୍ମ କରିଥିଲେ । ଏଲିନା ସାମନ୍ତରାୟ ଯିଏ 19 ବର୍ଷ ବୟସରେ ନିଜର ପ୍ରଥମ ଫିଲ କରିଥିଲେ।

ଭୂମିକା 10 ବର୍ଷ ବଯସରୁ ନିଜର କ୍ଯାରିୟର ଆରମ୍ଭ କରିଥିବା ବେଳେ ସନମୀର 8 ବର୍ଷରୁ ହିଁ ଫିଲ୍ମ କରିବା ଆରମ୍ଭ କରିଥିଲେ । ତେବେ ସେହିଭଳି ଶିବାନୀ 9 ବର୍ଷରେ ନିଜର ପ୍ରଥମ ଫିଲ୍ମ କରିଥିଲେ ଓ ଝିଲିକ 21 ବର୍ଷ ରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *