ଓଡିଆ ସେଲିବ୍ରେଟି Janklin ଓ Arbind ନିଜ ଗାଁରେ ଦେଲେ ବିବାହର ଭୋଜି, ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା ଜବରଦସ୍ତ କଳାକାର ମାନେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । କେବଳ ଅଭିନୟ ପାଇଁ ନୁହେଁ ବରଂ ଓଡିଆ ଜଗତର ସେଲିବ୍ରେଟି ମାନେ ନିଜର ଅନ୍ଦାଜ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ତେବେ ଟେଲିଭିଜନ ଜଗତରେ ମଧ୍ୟ କଳାକାର ମାନେ ଠିକ ସେହି ପରି ଅଟନ୍ତି । ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ସାନଦାର ପର୍ଫୋମାସ ଦେବାରେ କିଛି କମ ରେ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଜଗତର ଦୁଇ କଳାକାର ଜ୍ୟାକଲିନ ପରିଡା ଓ ଅରବିନ୍ଦ ନିଜ ମ୍ୟାରେଜର ଭୋଜି ପୁଣି ଥରେ ନିଜ ଗାଁ ରେ ଦେଇଛନ୍ତି ସେହି ବିଷୟରେ କିଛି କହିବାକୁ ଯାଉଛୁ । ଆପଣ ମାନେ ଓଡିଆ ଜଗତର ସେଲିବ୍ରେଟି ଜ୍ୟାକଲିନ ପରିଡା ଓ ଅରବିନ୍ଦ ଙ୍କୁ ବେଶ ଭଲ ଭାବେ ଜଣାଇଥିବେ ।

ଦୁହେଁ ଅନେକ ସିରିଏଲ ରେ ଅଭିନୟ କରିବାର ନଜର ଆସିଛନ୍ତି । ଦୁହେଁ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲ ପାଇ ଗତ ଦୁଇ ମାସ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ଲକ ଡାଉନ ପୂର୍ବ ରୁ ଦୁହେଁ ବିବାହ କରିଥିବାରୁ ନିଜ ବିବାହର ଭୋଜି ଦେଇ ପାରି ନ ଥିଲେ । ବର୍ତ୍ତମାନ କୋରୋନା କଟକଣା କୋହଳ ହେବାରୁ ଅରବିନ୍ଦ ନିଜ ଗାଁ ଜଗତସିଙ୍ଘପୁର ରେ ଗାଁ ଲୋକଙ୍କୁ ଭୋଜି ଦେଇଛନ୍ତି । ଅରବିନ୍ଦ କଟକ ରେ ରହିବା ସହ ଜଣେ ଇଞ୍ଜିନିୟର ଭାବେ କାମ କରୁଛନ୍ତି ।

ଗତ କିଛି ଦିନ ତଳେ “ମୋ ଜେଜେମା” ସିରିଏଲ ରେ ଅରବିନ୍ଦ ଅଭିନୟ କରିବା ସମୟରେ ଜ୍ୟାକଲିନ ମଧ୍ୟ ସେହି ସିରିଏଲ ରେ ଅଭିନୟ କରିବାର ନଜର ଆସିଥିଲେ । ଏହି ସିରିଏଲରେ ଶୁଟିଙ୍ଗ ସମୟରେ ଦୁହେଁ ପରସ୍ପର କୁ ପ୍ରେମ କରି ଦୀର୍ଘ ୪ ବର୍ଷର ସମ୍ପର୍କକୁ ବିବାହରେ ପରିଣୀତ କରିଛନ୍ତି ।

ଏହି ଭିଡିଓ ରେ ଜ୍ୟାକଲିନ ପରିଡା ଓ ଅରବିନ୍ଦ ନିଜ ଗାଁ ରେ ଥିବାର ନଜର ଆସୁଛନ୍ତି । ଦୁହେଁ ନିଜ ଗାଁ ଜଗତସିଙ୍ଘପୁର ରେ ଗାନ ଲୋକ ମାନଙ୍କ ବ୍ଯତୀତ ନିଜର ସମ୍ପର୍କୀୟ ମାନଙ୍କ ପାଇଁ ଭୋଜିର ଆୟୋଜନ କରିଛନ୍ତି ।

ବର୍ତ୍ତମାନ ଜ୍ୟାକଲିନ “ହେ ପ୍ରଭୁ’ ସିରିଏଲ ରେ ସୁନ୍ଦର ଅଭିନୟ କରିଥିବାରୁ ଦର୍ଶକ ମାନଙ୍କୁ ତାଙ୍କର ଅଭିନୟ ବେଶ ପସନ୍ଦ ଆସୁଛି । ଏହା ଛଡା ଅରବିନ୍ଦ ବର୍ତ୍ତମାନ ଶୁଟିଙ୍ଗ ରୁ ଦୂରେଇ ରହି ନିଜର ଚାକିରି ରେ ବ୍ୟସ୍ତ ରହିଛନ୍ତି । ଦୁହେଁ ନିଜ ମ୍ୟାରେଜ ଭୋଜିରେ ବହୁତ ମଜା ମସ୍ତି କରିବାର ନଜର ଆସୁଛନ୍ତି । ଆଶା କରୁଛୁ ଜ୍ୟାକଲିନ ଓ ଅରବିନ୍ଦଙ୍କ ବୈବାହିକ ଜୀବନ ସୁଖମୟ ହେଉ ।

ବନ୍ଧୁଗଣ ଆପଣ ମାନଙ୍କୁ ଜ୍ୟାକଲିନ ଓ ଅରବିନ୍ଦଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *