ଓଡିଆ ସିନେମାର ଏହି ସବୁ ଦିଗଜ୍ଜ କଳାକାର ଯେଉଁମାନଙ୍କ ମୃତ୍ୟୁରେ ସାରା ଓଡିଶା ହୋଇଯାଇଥିଲା ସ୍ତବ୍ଦ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କିଛି ଏଭଳି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ଆଉ ଏ ଦୁନିଆରେ ନାହାନ୍ତି । ତେବେ ଓଡିଆ ସିନେମା ଜଗତର ଏହି ସବୁ କଳାକାର ମାନେ ହେଲେ ଅତି ଲୋକପ୍ରିୟ । ଯେଉଁ ମାନେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ଘର କରିଥିଲେ । ଆଜି ସେମାନେ ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇ ଯାଇଛନ୍ତି । କହିବାକୁ ଗଲେ ଓଡିଆ ସିନେ ଜଗତର ମେରୁଦଣ୍ଡ ଭଳି ଥିଲେ ଏହି ବରିଷ୍ଠ କଳାକାର ମାନେ । ତେବେ ଆସନ୍ତୁ ଜାଣିବା ସେମାନେ କିଏ ।

Image Courtesy: Google

ବିଜୟ ମହାନ୍ତି

୨୦ ଜୁଲାଇ ୨୦୨୦ ରେ ବିଦାୟ ନେଇଥିବା କଳାକାର ବିଜୟ ମହାନ୍ତି ଓଡିଆ ସିନେ ଜଗତର ଜଣେ ବରିଷ୍ଠ ଅଭିନେତା । ସେ ବହୁତ ହିତ ଫିଲ୍ମରେ କାମ କରିଛନ୍ତି, ସେ ତାଙ୍କ ସମୟର ସବୁଠୁ ଭଲ ମୁଖ୍ୟ ଅଭିନେତା ଥିଲେ । ୧୯୭୭ ମସିହାରୁ ସେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ଓ ଆଜି ବି ମଧ୍ୟ ସେ ସାରା ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି । ତେବେ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଏଇ ୨୦ ତାରିଖ ଦିନ ସଂସାର ତ୍ୟାଗ କରିଛନ୍ତି ।

ଦେବୁ ବୋଷ

୨୩ ଅଗଷ୍ଟ ୨୦୧୮ ରେ ସମସ୍ତଙ୍କୁ ଛାଡି ଆରପାରିକି ଚାଲିଯାଇଥିଲେ ଓଡିଆ ସିନେ କଳାକାର ଦେବୁ ବୋଷ । ସମସ୍ତେ ତାଙ୍କୁ ଦେବୁ ଦା ବୋଲି ଡାକୁଥିଲେ, ତାଙ୍କୁ ଓଡିଆ ସିନେ ଜଗତର ଭୀଷ୍ମ ପିତାମହ ବୋଲି ମଧ୍ୟ କୁହାଯାଏ।

Image Courtesy: Google

ସଲିଲ ମିତ୍ର

ଏକ ସଡକ ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ସଲିଲ ମିତ୍ର ଓଡିଆ ସିନେମାରେ ନିଜର କମେଡି ପାଇଁ ଖୁବ ଚର୍ଚ୍ଚିତ ଥିଲେ । ସେ ଏକ ଭଲ ହାସ୍ୟାଭିନେତା ଥିଲେ କିନ୍ତୁ ୪ ଜୁନ ୨୦୧୯ ରେ ଏକ ସଡକ ଦୁର୍ଘଟଣାରେ ଆଖି ବୁଜିଦେଇଥିଲେ ।

ଅନିତା ଦାସ

ଓଡିଆ ସିନେମା ଜଗତର ମା’ ବୋଲି କୁହା ଯାଉଥିବା ଏହି ଅଭିନେତ୍ରୀ ୧୧ ମଇ ୨୦୧୮ରେ ସବୁଦିନ ପାଇଁ ନିଜର ଆଖି ବୁଜିଥିଲେ । ସେ ପ୍ରଥମେ ନାୟିକା ଭାବେ ନିଜର କ୍ଯାରିୟର ଆରମ୍ଭ କରିଥିଲେ କିନ୍ତୁ ଧୀରେ ଧୀରେ ସେ ମା ରୋଲରେ ଅଭିନୟ କରି ସମସ୍ତଙ୍କ ମନରେ ନିଜ ପାଇଁ ଜାଗା ବନେଇଥିଲେ ।

Image Courtesy: Google

ହର ପଟ୍ଟନାୟକ

ଏହି ନାମକୁ କିଏ ବା ନଜାଣେ । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ନା ହେଉଛି ହର ପଟ୍ଟନାୟକ । ସେ ଯେତିକି ଫିଲ୍ମରେ ଅଭିନୟ କରିଛନ୍ତି ତାଠୁ ଅଧିକ ଫିଲ୍ମ ନିର୍ମାଣ କରିଛନ୍ତି । ସେ ଓଡିଆ ଇଣ୍ଡଷ୍ଟ୍ରିରେ କେତେ ନୂଆ ଚେହେରାଙ୍କୁ ରତାରାତି ଷ୍ଟାର ବନେଇଛନ୍ତି । ସେମାନଙ୍କ ପ୍ରତିଭାକୁ ଲୋକଙ୍କ ସମ୍ମୁଖକୁ ଆଣିଛନ୍ତି । ସେ ଥିଲେ ଅନେକ ଅଭିନେତା ଅଭିନେତ୍ରୀଙ୍କର ଗଡଫାଦର । ତାଙ୍କର ଗୋଟେ ଡାଇଲଗ ଆଜି ବି ବହୁତ ଫେମସ ‘ ନାଇଁ ନାଇଁ ନାଇଁମ’ । ତେବେ ୧୩ ଜାନୁଆରୀ ୨୦୧୫ ମସିହାରେ ସେ ଏ ଦୁନିଆ ଛାଡି ଚାଲିଗଲେ । ସେ କ୍ୟାନ୍ସରରେ ପୀଡିତ ଥିଲେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *