ଓଡିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ବର୍ତ୍ତମାନର ବଡ ଖବର ଯାହା ସାମ୍ନାକୁ ଆସିଛି ତାହା ଏହା ଅଟେ କି ଆସନ୍ତା କିଛି ଦିନ ମଧ୍ୟରେ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ ଓ ଏହା କା-ଳବୈଶାଖୀ ରୂପ ମଧ୍ୟ ନେଇ ସାରିଛି । ଏମିତିରେ ଏହା ଭୟଙ୍କର ପ୍ରମାଣିତ ହୋଇପାରେ । ଏଥିପାଇଁ ଓଡିଶାର ସମସ୍ତ ଜିଲ୍ଲାକୁ ୟେଲୋ ୱାରିଙ୍ଗ ଓ ଅରେଞ୍ଜ ୱାରିଙ୍ଗ ମଧ୍ୟ ଜାରି କରାଯାଇଛି । ଏମିତିରେ ଆମେ ଆପଣଙ୍କୁ କହିବୁ କି କେଉଁ କେଉଁ ସ୍ଥାନରେ ପ୍ରବଳ ମାତ୍ରରେ ବର୍ଷା ହେବ ଓ କେଉଁ ସ୍ଥାନରେ ଅଳ୍ପ ପରିମାଣରେ ବର୍ଷା ହେବ ।

ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଜାରି କରାଯାଇଛି । ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ଓଡିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ଵର ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

କେବଳ ବର୍ଷା ନୁହେଁ କା-ଳବୈଶାଖୀ ବର୍ଷା, କୁଆ ପଥର ମାଡ ଓ ୪୦ରୁ ଅଧିକ ବେଗରେ ପବନ ବି ବହିବ । ଏଥିପାଇଁ ପାଣିପାଗ ବିଭାଗ ସତର୍କତା ସୂଚନା ଜାରି କରିଛନ୍ତି । କେତେକ ଜିଲ୍ଲାକୁ ୟେଲୋ ୱାରିଙ୍ଗ ବି ଜାରି କରାଯାଇଛି । କହିଦେଉଛୁ କି ଆଜି ୮.୩୦ ପର୍ଯ୍ୟନ୍ତ ଉପକୂଳ ଓଡିଶା ସହ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଲାହାଣ୍ଡି, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କୋରାପୁଟ ଓ ଅନ୍ୟ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।

ଏହା ସହିତ କା-ଳବୈଶାଖୀ ବର୍ଷାର ସତର୍କ ସୂଚନା ସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା ଓ ନୟାଗଡ ଇତ୍ୟାଦି କେତେକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାରିଙ୍ଗ ଜାରି କରାଯାଇଛି । ଏହା ସହିତ ଆସନ୍ତା କାଲି ଓ ମଙ୍ଗଳବାର ପାଇଁ ବି କେତେକ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ଯାଜପୁର, ଭଦ୍ରକ ଓ ବାଲେଶ୍ଵରରେ କୁଆ ପଥର ମାଡ ହୋଇ ପାରେ ବୋଲି ବି ସତର୍କ ସୂଚନା ଜାରି କରାଯାଇଛି ।

ଭୁବନେଶର ପାଣିପାଗ କେନ୍ଦ୍ରର ଅଧିକାରୀଙ୍କ ଅନୁସାରେ ଆସନ୍ତା ୫ ଦିନ ମଧ୍ୟରେ ୩ ଦିନ ଓଡିଶାରେ କା-ଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି । ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା, ବିଜୁଲ ମାରିବା ଓ ଅତ୍ୟଧିକ ବେଗରେ ପବନ ହୋଇପାରେ । କିନ୍ତୁ ୧୧ ଓ ୧୨ ତାରିଖରେ ଏହି କା-ଳବୈଶାଖୀ ବର୍ଷା ପ୍ରଭାବ ଧୀରେ ଧୀରେ କମ ହୋଇ ହୋଇ ଯିବ । କିନ୍ତୁ କିଛି କିଛି ସ୍ଥାନରେ ଏହାର ପ୍ରଭାବ ରହିବ ।

କିନ୍ତୁ ଏହା ପୂର୍ବରୁ ଗତକାଲି କଟକ ଜିଲ୍ଲାର ନିଆଲି ବ୍ଲଗ ଏକବେରୁଆ ପଞ୍ଚାୟତରେ ଗତକାଲି କା-ଳବୈଶାଖୀ ନିଜର ପ୍ରଭାବ ପକାଇ ସାରିଛି । କା-ଳବୈଶାଖୀ ପ୍ରଭାବରେ ସେହି ଅଞ୍ଚଳର କେତେକ ସ୍ଥାନରେ ଗଛ ଭାଙ୍ଗି ଯାଇଛି। ଏହା ସହିତ ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗି ରାସ୍ତାରେ ପଡିଛି । କେତେକ ଘରର ଛପର ଓ ଟିଣ ବି ଉଡି ଯାଇଛି । ରାସ୍ତାରେ ଗଛ ଗୁଡିକ ଭାଙ୍ଗି ପଡିଥିବା କାରଣରୁ ଲୋକମାନେ ଯିବା ଆସିବାରେ ଅସୁବିଧାର ସାମ୍ମୁଖୀନ ହେଉଛନ୍ତି । ଚାଷ ଜମି ଗୁଡିକରେ ବି ପାଣି ଜମି ଯାଇଛି ।

Leave a Reply

Your email address will not be published. Required fields are marked *