କଣ ଆପଣଙ୍କର ପତଳା ଓ ଦୁର୍ବଳ ଶରୀର ଅଟେ? ତେବେ କରନ୍ତୁ ଏହି ଗୋଟେ ଉପାୟ, ଗୋଟେ ମାସରେ 14 କେଜି ଓଜନ ବୃଦ୍ଧି କରି ଆପଣଙ୍କୁ ସୁନ୍ଦର କରିବ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ଆପଣ ନିଜର ଓଜନ କେମିତି ବଢେଇବେ ଓ ନିଜକୁ ସୁନ୍ଦର କରି ପାରିବେ । ଯେମିତି କି ଆପଣ ଦେଖିଥିବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅତି ପତଳା ଦେଖିବାକୁ, ବା ତାଙ୍କ ଶରୀର ଅତି ଦୁର୍ବଳ ଅଟେ । ଯେଉଁମାନଙ୍କୁ ଦେଖିଲେ ଏମିତି ଲାଗେ କି ଯେମିତି ଏମାନଙ୍କୁ କିଛି ଖାଇବାକୁ ହିଁ ମିଳୁ ନାହିଁ । ସେମାନେ ନିଜ ବୟସ ଅନୁସାରେ ଓ ଉଚ୍ଚତା ଅନୁସାରେ ଅତି ପତଳା ଦେଖା ଯାଆନ୍ତି ।

ସେହି କାରଣରୁ କିଛି ଲୋକଙ୍କ ମଧ୍ୟରେ ଏମିତି ବି ଦେଖା ଯାଏ ଯେ ସେମାନେ ଏତେ ଦୁର୍ବଳ ଥାନ୍ତି କି ଅଳ୍ପ କାମ କାଲେ ମଧ୍ୟ ଥକି ଯାଆନ୍ତି, କିଛି କରିଲେ ଦୀର୍ଘ ନିଶ୍ଵାସ ନେବା ଆଦି ରୋଗ ଦେଖା ଦିଏ । କାହିଁକି ନା ଓଜନ କମ ଥିବାରୁ ସେମାନଙ୍କ ମଧ୍ୟରେ ବେଶୀ ଶକ୍ତି ନ ଥାଏ ଅଧିକ କାମ କରିବା ପାଇଁ । ସେମାନେ ଶାରୀରିକ ପକ୍ଷରୁ ଅତି ଦୁର୍ବଳ ହୋଇଥାନ୍ତି ।

କିଛି ଲୋକମାନେ ନିଜର ଓଜନ ବଢାଇବା ପାଇଁ ବହୁତ କିଛି ଉପାୟ କରି ମଧ୍ୟ ଅସଫଳ ହୋଇଛନ୍ତି, କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ଏହା ଅତ୍ୟନ୍ତ ସହଜ ସରଳ ଓ ଫଳପ୍ରଦ ମଧ୍ୟ ଅଟେ । ଏହା ବହୁତ ସହଜରେ ବଜାରରେ ମିଳିଯିବ । ଏହାର କୌଣସି ଖରାପ ପ୍ରଭାବ ମଧ୍ୟ ଶରୀର ଉପରେ ପଡିବ ନାହିଁ । ଏହା ବହୁତ ଶସ୍ତା ମଧ୍ୟ ଅଟେ । ଏହା ଆପଣଙ୍କୁ 100% ରେଜଲ୍ଟ ଦେବ । ଯାହାପାଇଁ ଆପଣ ବହୁତ ଖୁସି ମଧ୍ୟ ହେବେ । ଆପଣ ଅଧିକ ସ୍ମାର୍ଟ ମଧ୍ୟ ଦେଖାଯିବେ ।

ଓଜନ ବଢାଇବାର ଉପାୟ

ଆମେ ଆପଣଙ୍କୁ ଦୁଇ ରୁ ତିନିଟି ଜିନ୍ସ କହିବୁ ଯାହାକୁ ଆପଣଙ୍କୁ ଅନୁସରଣ କରିବାକୁ ପଡିବ । ତେବେ ଚାଳନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ଏହି ଉପାୟ ପାଇଁ ଆମକୁ ଆବଶ୍ୟକ ହେବା ସାମଗ୍ରୀ

ପ୍ରଥମେ ଗୋଟେ ଖାଲି ଗିନା ନିଅନ୍ତୁ, ସେଥିରେ ଅଧ କପ କ୍ଷୀର ଢାଳନ୍ତୁ, ଏହା ପରେ ଯେଉଁ ସାମଗ୍ରୀ ଦରକାର ସେ ହେଉଛି ସାଗୁ । ସେହି କ୍ଷୀରରେ ଆପଣଙ୍କୁ ଅଧ କପ ରୁ ଗୋଟେ କପ ସାଗୁ ପକାନ୍ତୁ, ପକାଇ ତାକୁ ଭଲ ଭାବେ ମିଶାଇ ନିଅନ୍ତୁ । ଏବେ ଏହି କ୍ଷୀର ଓ ସାଗୁ ର ଖିରୀ ପ୍ରସ୍ତୁତ କରନ୍ତୁ ।

ଖିରୀ ପ୍ରସ୍ତୁତ କରିବାର ପ୍ରଣାଳୀ

ଗୋଟେ କଡେଇ ନିଅନ୍ତୁ ଏବଂ ଗ୍ଯାସ ଲଗାଇ ସେଥିରେ ରଖନ୍ତୁ । ସେଥିରେ ସେହି କ୍ଷୀର ଓ ସାଗୁର ମିଶ୍ରଣକୁ ପକାଇ କିଛି ସମୟ ଫୁଟାଇ ତାହାର ଖିରୀ ପ୍ରସ୍ତୁତ କରନ୍ତୁ । ସ୍ଵାଦ ଅନୁସାରେ ଚିନି ପକାଇ ପାରନ୍ତି ।

ଏହାକୁ ଖାଇବେ କେମିତି


ପ୍ରତ୍ୟକ ଦିନ ଆପଣଙ୍କୁ ଯେବେବ ବି ସମୟ ମିଳିବ, ସକାଳେ ଖାରବେଳେ କି ରାତିରେ ଦିନକୁ ଥରେ ଆପଣଙ୍କୁ ଏହି ଭଳି ଖିରୀ ପ୍ରସ୍ତୁତ କରି ଖାଇବାକୁ ପଡିବ । ଏହି କ୍ଷୀରୀରେ ବହୁତ ଅଧିକ ମାତ୍ରାରେ କାର୍ବୋହାୟିଡ୍ରେଟ ମିଳିଥାଏ, ଏହା ସହ ଭିଟାମିନ ଓ ପ୍ରୋଟିନ ମଧ୍ୟ ପ୍ରଚୁର ମାତ୍ରାରେ ଥାଏ । ଯାହାକି ଆପଣଙ୍କ ଓଜନକୁ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସହ ମାଂସପେଶୀ ରେ ମଧ୍ୟ ବୃଦ୍ଧି କରେ ।

ଏହାକୁ ଆପଣଙ୍କୁ ପ୍ରତ୍ୟକ ଦିନ ଖାଇବାକୁ ପଡିବ । ଏହା ଦ୍ଵାରା ନିଶ୍ଚୟ ଆପଣଙ୍କର ଓଜନ ବଢିବା ସହ ମୁହଁରେ ଗ୍ଲୋ ମଧ୍ୟ ଆସିବ । ଏହା ସହ ଯଦି ଆପଣ ପ୍ରତ୍ୟକ ଦିନ ରାତିରେ ଶୋଇବା ଆଗରୁ କିମ୍ବା ସକାଳୁ ସିଝା ଆଳୁ ଗୋଟେ ଖାଆନ୍ତି ତେବେ ତାହା ମଧ୍ୟ ଆପଣଙ୍କୁ ଓଜନ ବଢାଇବାରେ ସାହାଯ୍ୟ କରିବ ।

ଆମର ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପାୟ ଆପଣଙ୍କୁ କିପରି ଲାଗିଲା, କମେଣ୍ଟ କରି ନିଜର ମହତ୍ଵ ପୂର୍ଣ୍ଣ ରାୟ ନିଶ୍ଚୟ ଦେବେ, ଓ ଶେୟାର କରି ସାଙ୍ଗ ମାନଙ୍କୁ ଜଣାଇବେ ।

Leave a Reply

Your email address will not be published. Required fields are marked *