ଘାତକ Online Game, ମୋବାଇଲ ଛଡାଇ ନେବାରୁ କିଛି ଏମିତି କଲା 9ମ ଶ୍ରେଣୀ ଛାତ୍ର

ଯେଉଁ ସମୟରୁ କ-ରୋ-ନା ଆରମ୍ଭ ହୋଇଛି ସେହି ସମୟରୁ ହିଁ ସମସ୍ତେ ଅନ୍ଲାଇନରେ ପାଠ ପଢୁଛନ୍ତି । ଏଥିପାଇଁ ପିତା ମାତା ନିଜର ପିଲାମାନଙ୍କୁ ଏକ ସ୍ମାର୍ଟ ଫୋନ ମଧ୍ୟ ଦେଇଛନ୍ତି । କିନ୍ତୁ କେତେକ ପିଲା ଏମିତି ଅଛନ୍ତି ଯେଉଁମାନେ ଫୋନରେ ପଢୁଛନ୍ତି କିନ୍ତୁ ଅନ୍ୟ ପଟେ ଏମିତି ବି କିଛି ପିଲା ଅଛନ୍ତି ଯେଉଁମାନେ ଫୋନରେ ପାଠ ପଢିବା ପରିବର୍ତ୍ତେ ଗେମ ଖେଳୁଛନ୍ତି । ବର୍ତ୍ତମାନ ଖବର ଆସୁଛି କି ଜଣେ ଅନ୍ଲାଇନ ଗେମ ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ର ନିଜର ଜୀ-ବ-ନ -ଦେ-ଇ ଦେଇଛି ।

ମା ପୁଅ ହାତରୁ ମୋବାଇଲ ଛଡାଇ ନେବା କାରଣରୁ ପୁଅ ସଙ୍ଗେ ସଙ୍ଗେ ଏକ ବଡ ପଦକ୍ଷେପ ନେଇ ଗଲା । ନବମ ଶ୍ରେଣୀ ଛାତ୍ରର ଅକାଳ ବି-ୟୋ-ଗ ହୋଇଗଲା । ବର୍ତ୍ତମାନ ହସ୍ପିଟାଲରେ ମା ପୁଅକୁ ବଞ୍ଚାଇ ଦିଅ ବୋଲି କହି କାନ୍ଦି କାନ୍ଦି ଗଡି ଯାଉଛି ।

ଅନ୍ୟ ପଟେ ଭଉଣୀ ଭାଇକୁ ହଲେଇ ହଲେଇ ଉଠେଇବାକୁ ଚେଷ୍ଟା କରୁଛି । ଏହିଭଳି କିଛି ଦୃଶ୍ୟ କେନ୍ଦୁଝର ଡାକ୍ତରଖାନାରେ ଦେଖିବାକୁ ମିଳୁଛି । କହିବାକୁ ଗଲେ ଅନ୍ଲାଇନ ଗେମ ଏହି ଛାତ୍ରର ଜୀବନ ନେଇ ଗଲା । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଭସୀପୁର ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଚଗୁଳୁ ଜେନାଙ୍କ ପୁଅ ସୌମ୍ୟ ରଞ୍ଜନ ସଲପଡାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲା ।

ଅନ୍ଲାଇନ କ୍ଳାସ ପାଇଁ ମା ପୁଅକୁ ଏକ ମୋବାଇଲ କିଣି ଦେଇ ଥିଲା । ସେଥିପାଇଁ ସବୁବେଳେ ସୌମ୍ୟ ହାତରେ ମୋବାଇଲ ରହୁଥିଲା । କିନ୍ତୁ ବର୍ତ୍ତମାନ ଯେଉଁଠି ସ୍କୁଲ ଖୋଲି ଯାଇଛି ଓ ଗତକାଲି ସ୍କୁଲରୁ ଫେରିବା ପରେ ସୌମ୍ୟ ମୋବାଇଲ ଧରି ଫ୍ରି ଫାୟାର ଗେମ ଖେଳୁ ଥିଲା ।

କିନ୍ତୁ ଏହା ପରେ ମା ତାକୁ ଗେମ ଖେଳିବା ପାଇଁ ମନା କରିଥିଲେ ଓ କହିଥିଲେ କି କାଲି ପରୀକ୍ଷା ତୁ ଗେମ ଖେଳିବା ବ-ନ୍ଦ କରି ପାଠ ପାଢ । ଏହା ପରେ ମା ପୁଅ ହାତରୁ ମୋବାଇଲକୁ ଛଡାଇ ଆଣିଲେ ଓ ମା ପୁଅର ସାରଙ୍କୁ ଫୋନ କରିଥିଲେ ।

ଏତିକି କଥାରେ ସୌମ୍ୟ ମୁଣ୍ଡକୁ କଣ ପସିଲା କେ ଜାଣି ସେ ସଙ୍ଗେ ସଙ୍ଗେ ରା-ଗି ଯାଇ ଓ ଅ-ଭି-ମା-ନ କରି ଛାତ ଉପରକୁ ଚାଲି ଗଲା ଓ ସେଠି ବେକରେ ଗାମୁଛା ଲଗାଇ ଆ-ତ୍ମ-ହ-ତ୍ୟା କରି ନେଲା । ମା’ ର କହିବା ଅଟେ କି ଫ୍ରୀଫାୟର ଗେମ ମୋ ପୁଅର ଜୀବନ ନେଇ ଗଲା । କହିବାକୁ ଗଲେ କେବଳ ସୌମ୍ୟ ନୁହନ୍ତି ଅନ୍ୟ ବହୁତ ପିଲାମାନେ ଅନ୍ଲାଇନ ଗେମ ନି-ଶା-ରେ ଫ-ସି ଯାଇଛନ୍ତି । ଯେଉଁମାନେ ଦିନ ରାତି କେବଳ ଗେମ ଖେଳୁଛନ୍ତି ଓ ଗେମ ଖେଳିବା ପାଇଁ ମନା କରିଲେ ରା-ଗି ଯାଉଛନ୍ତି । ଏମିତିରେ ପ୍ରତ୍ୟକ ପିଲାମାନଙ୍କର ମାତା ପିତା ଏଥି ପ୍ରତି ସଜାଗ ହେବା ଉଚିତ ।

Leave a Reply

Your email address will not be published. Required fields are marked *