ଭଗବାନଙ୍କ ଭୋଗରେ କାହିଁକି ହୁଏ ନାହିଁ ପିଆଜ ରଶୁଣର ପ୍ରୟୋଗ, କାରଣ ଜାଣିଲେ ଚମକି ପଡିବେ ଆପଣ

ଫ୍ରେଣ୍ଡସ୍ ଭାରତ ଗୋଟିଏ ଏମତି ଦେଶ ଯେଉଁଠାରେ ବିଭିନ୍ନ ଧର୍ମ ରହିଛି । ଭାରତୀୟ ସଂସ୍କୃତି ପୂର ବିଶ୍ବରେ ପ୍ରସିଦ୍ଧ । ଭାରତରେ ଥିବା ଧର୍ମ ମଧ୍ୟରେ ହିନ୍ଦୁ ଧର୍ମ ଅନ୍ୟତମ । ହିନ୍ଦୁ ଧର୍ମରେ କୈଣସି କାର୍ଯ୍ୟ ବିନା ପରମ୍ପରା ରେ ହୋଇ ନଥାଏ । ତେଣୁ ସମସ୍ତେ ହିନ୍ଦୁ ଧର୍ମ ପ୍ରତି ଆକର୍ଷିତ ହୋଇଥାନ୍ତି । ହିନ୍ଦୁ ଧର୍ମରେ ବିଭିନ୍ନ ଜାତି ଓ ଉପଜାତି ମଧ୍ଯ ରହିଛି । ସବୁ ଜାତିର ଅଲଗା ଅଲଗା ମହତ୍ତ୍ବ ଓ ଜାତି ମଧ୍ୟ ରହିଛି । ସେଥିମଧ୍ୟରୁ ବ୍ରାହ୍ମଣ ଅନ୍ୟତମ ।

ଆପଣ ଦେଖିଥିବେ ଆମ ସମାଜ ରେ ବ୍ରାହ୍ମଣ ମାନେ ପିଆଜ ରସୁଣ ଖାଆନ୍ତି ନାହିଁ । ଚାଲନ୍ତୁ ଜାଣିବା ବ୍ରାହ୍ମଣ କାହିଁକି ପିଆଜ ରସୁଣ ଖାଆନ୍ତି ନାହିଁ । ଠାକୁରଙ୍କ ପାଖରେ ମଧ୍ୟ ଭୋଗ ଲଗାନ୍ତି ନାହିଁ । ପୁରାଣରେ କୁହାଯାଇଛି ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଅମୃତ ବାହାରିଲା ଭଗବାନ ବିଷ୍ଣୁ ସେହି ଅମୃତକୁ ସବୁ ଦେବତାଙ୍କୁ ବାଣ୍ଟି ଥିଲେ । ସେତେବେଳେ ରାହୁ ଓ କେତୁ ଦୁଇ ରାକ୍ଷାସ ଆସି ବସଯାଇ ଥିଲେ । ସେତେବେଳେ ବିଷ୍ଣୁ ତାଙ୍କୁ ବି ଭଗବାନ ଭାବି ଦେଇଦେଇ ଥିଲେ ।

ସେତେବେଳେ ସୂର୍ଯ୍ୟ ଦେବ ଓ ଚନ୍ଦ୍ର ଦେବ ବିଷ୍ଣୁ ଙ୍କୁ କହିଲେ ସେ ଦୁହିଁ ଜଣ ଅଶୁର ଅଟନ୍ତି । ଏହା ଶୁଣି ଭଗବାନ ବିଷ୍ଣୁ ରାଗି ତାଙ୍କ ସୁଦର୍ଶନ ଚକ୍ର ରେ ତାଙ୍କ ଦୁହିଁଙ୍କ ବେକ କାଟିଦେଲେ ବେକ କରିବା ସମୟରେ ଅମୃତ ତାଙ୍କ ଟଣ୍ଟି ପାଖକୁ ଜାଇଥିଲା କିନ୍ତୁ ତାଙ୍କ ପେଟକୁ ଯାଇନଥିଲା ।ସେଥିଲାଗି ତାଙ୍କ ଶରୀର ନଷ୍ଟ ହୋଈଯାଇ ।

ଭଗବାନ ଯେତେବେଳେ ତାଙ୍କ ମୁଣ୍ଡ କାଟୁଥିଲେ ସେତେବେଳେ ଅମୃତର ଦୁଇ ତିନି ଟୋପା ମାଟିରେ ପଡିଥିଲା ସେଥିରେ ପିଆଜ ଓ ରସୁଣ ଗଛ ଉଠିଥିଲା । ଅମୃତ ଟୋପା ରୁ ଏହି ଗଛ ଉଠିଥିବାରୁ ଏହା ପାଖରେ ବହୁତ ଔଷଧିୟ ଗୁଣ ରହିଛି । ରାକ୍ଷସ ପାଟିରୁ ଏହା ପଡିଥିବାରୁ ଏହାର ବାସନା ପୂରା ତୀବ୍ର ଅଟେ । ରାକ୍ଷାସ ପାଟିରୁ ବାହାରି ଥିବାରୁ ଏହା ଠାକୁରଙ୍କ ପାଖରେ ଭୋଗ ଲାଗେ ନାହିଁ ।

Leave a Reply

Your email address will not be published. Required fields are marked *