ପଛକୁ ପଛ ମାଡି ଆସୁଛି ଆହୁରି 3ଟି ଲଘୁଚାପ, ଏହି ସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ…. ଦେଖନ୍ତୁ ଆପଣଙ୍କ ଜିଲ୍ଲା ଅଛି କି ?

ନମସ୍କାର ବନ୍ଧୁଗଣ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅଗଷ୍ଟ ମାସରେ ରହିଛି ୩ଟି ଲଘୁଚାପ । ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ଗୋଟିଏ, ଦ୍ଵିତୀୟ ସପ୍ତାହରେ ଆଉ ଗୋଟିଏ ପୁଣି ଆଉ ଗୋଟେ ସମ୍ଭାବ୍ୟ ଲଘୁଚାପ ହେବାର ଅଛି । ୧୯ ତାରିଖ ବେଳକୁ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର । ୧୮ ତାରିଖ ବେଳକୁ ଘୂର୍ଣ୍ଣୀ ବଳୟ ଓ ୧୯ରେ ଲଘୁଚାପ ସୃଷ୍ଟି ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ମୌସୁମୀ ସକ୍ରିୟ ରହୁଥିବାରୁ ଘୂର୍ଣ୍ଣୀବଳୟ ପାଇଁ ଅନୁକୂଳ ହେଉଛି ।

ଉତ୍ତର ଛତିଶଗଡ ସଲଗ୍ନ କ୍ଷେତ୍ରରେ ରହୁଥିବା ଅବପାତ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଗାମୀ ୧୨ ଘଣ୍ଟାରେ କ୍ରମଶ ଦୁର୍ବଳ ହେବ ବୋଲି ସୂଚନା ରହିଛି । ଆଗାମୀ ୨୪ ଘଣ୍ଟାରେ ବର୍ଷାର ପରିମାଣ ହ୍ରାସ ପାଇବ । ଏହା ସହ ପ୍ରବଳ ବର୍ଷା ପାଇଁ ୫ଟି ଜିଲା ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଆଭ୍ୟନ୍ତରଣୀୟ ଓ ଓଡିଶା ଉପକୂଳବର୍ତ୍ତୀ ରେ ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଏହାର ପ୍ରଭବରେ ସମୁଦ୍ର ଅଶାନ୍ତ ରହୁଛି ।

ଆଗାମୀ ୨୪ ଘଣ୍ଟା ପାଇଁ ସମୁଦ୍ରକୁ ନ ଯିବାକୁ ମଶ୍ଚ୍ୟଜୀବି ମାନଙ୍କୁ ଚେତବନୀ ଦିଆଯାଇଛି । ବନ୍ଦର ଗୁଡିକ ପାଇଁ ୩ ନମ୍ବର ସଂକେତ ଜାରି ରହିଛି । ଜୁନ ୧ରୁ ଅଗଷ୍ଟ ୧୫ ଯାଏଁ ୮୦୪.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ଵାଭାବିକ ବର୍ଷା ୭୩୭.୧ ମିଲିମିଟର ତୁଳନାରେ ୧୪% ଅଧିକ ରହିଛି । ୧୮ ତାରିଖ ବେଳକୁ ଘୂର୍ଣ୍ଣୀ ବଳୟ ସୃଷ୍ଟି ହୋଇ ୧୯ ତାରିଖ ଅପରାହ୍ନ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ରୁ ସୂଚନା ମିଳିଛି । ୨୦ ତାରିଖ ବେଳକୁ ଲଘୁଚାପ ଉତ୍ତର-ପଶ୍ଚିମ ଦେଇ ଝାଡଖଣ୍ଡ, ଛତିଶଗଡ ଆଡେ ମୁହାଁଇବ ।

୧୭ରୁ ୨୧ ତାରିଖ ଯାଏଁ ସଂପୂର୍ଣ୍ଣ ଉତ୍ତର ଓଡିଶା, ପଶ୍ଚିମ ଓଡିଶା, ଉପକୂଳ ବର୍ତ୍ତୀ ଓଡିଶା ରେ ପ୍ରବଳ ବର୍ଷା ହେବାର ଆକଳନ କର ଯାଇଛି । କିନ୍ତୁ ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ କମ ରହିପାରେ । ଅଗଷ୍ଟ ୨୨ ତାରିଖ ଦିନ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏମିତି ଭାବେ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହ ଯାଏଁ ଲଘୁଚାପ ସୃଷ୍ଟି ହେବାର ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର । ୨୨ରୁ ୨୬ ଯାଏଁ ବର୍ଷା ର ପରିମାଣ ଅଧିକ ରହିପାରେ । ଏହା ବ୍ଯତୀତ ସେପ୍ଟେମ୍ବର ୨ରୁ ୪ ତାରିଖ ମଧ୍ୟରେ ଆଉ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଏମିତି ବି ହୋଇପାରେ ସେପ୍ଟେମେବେ ୯ରୁ ୧୧ ଯାଏଁ ବଡ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ତେବେ ଗୋଟିଏ ପରେ ଗୋଟିଏ ଲଘୁଚାପ ଆଗକୁ ଆଗ ଦେଖିବାକୁ ମିଳିପାରେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *