50 ଟଙ୍କାରେ ମିଳୁଛି ଲକଡାଉନ ପାସ- ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଲକଡାଉନ ପୁଣି ଆରମ୍ଭ ହୋଇଯାଇଛି ଯାହାକି ମେ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏମିତିରେ ଲୋକମାନେ ଘରେ ରହୁଛନ୍ତି । କିନ୍ତୁ ଅନ୍ୟ ପଟେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ବାହାରେ ବୁଲୁଛନ୍ତି । ଏମିତିରେ ଏହି ଲୋକମାନଙ୍କୁ ଭୁବନେଶ୍ବରର ଜଣେ ବ୍ୟକ୍ତି ସାହାର୍ଯ୍ୟ କରୁଛି ।

କହିବାକୁ ଗଲେ ଭୁବନେଶ୍ଵରର କମିଶନରେଟ ପୋଲିସ ମଙ୍ଗଳବାର ଦିନ ଜଣକଙ୍କୁ ଗିରଫ କରିଛନ୍ତି, ଯିଏକି କଥିତ ରୂପରେ ନକଲି ପାସ ତିଆରି କରୁଥିଲା ଓ ତାକୁ ସାଧାରଣ ଲୋକମାନଙ୍କୁ ବିକ୍ରି କରି ଦେଉଥିଲା । ଏହା ସେହି ଲୋକମାନଙ୍କୁ ସାହାର୍ଯ୍ୟ କରୁଥିଲା ଯେଉଁମାନେ ବିନା କୌଣସି ଅସୁବିଧାରେ ସହରରେ ବୁଲି ପାରିବେ । ପୋଲିସର କହିବା ଅଟେ କି ଏହି ବ୍ୟକ୍ତି ଜଣକ ଡମଣା ଅଞ୍ଚଳରେ ନିଜ ଦୋକାନରେ ଜାଲି ପାସ ତିଆରି କରୁଥିଲା । ଏହା ସହିତ ସେ ନିଜ ଘରେ ବି ଏହି ଅବୈଧ ଗତିବିଧିକୁ ଅଞ୍ଜାମ ଦେଉଥିଲା ।

ଚନ୍ଦ୍ରଶେଖରପୁର ଥାନାର ଅଧିକାରୀଙ୍କ ଗୋଟିଏ ଟିମ ଗୁପ୍ତ ସୂଚନା ଉପରେ କାର୍ଯ୍ୟକାରୀ କରି ସେହି ବ୍ୟକ୍ତିର ଘରେ ଛାପାମାରୀ କରି ଆରୋପିକୁ ସେହି ସମୟରେ ଧରିଛି ଯେତେବେଳେ ସେ ବିଭିନ୍ନ କମ୍ପାନୀର ଅନୁମତି ବିନା ଲୋଗ ଓ ଗ୍ରାଫିକ୍ସକୁ ଉପଯୋଗ କରି ଜାଲି ପାସ ତିଆରି କରୁଥିଲା । ପୋଲିସ ଟିମ ତାକୁ ଗିରଫତାର କରି ନେଇଛି ଓ ଥାନାରେ ଜେରା ଚାଲିଛି । ଆରୋପି ବି ସ୍ଵୀକାର କରିଛି କି ସେ କିଛି ପାସ ତିଆରି କରିଛି ଓ ତାକୁ ଲୋକମାନଙ୍କୁ ୫୦ ଟଙ୍କାରେ ବିକ୍ରି କରି ଦେଇଛି ।

ପୋଲିସ କହିଲା ଏମିତି ଏହିଭଳି ବହୁତ ଫର୍ଜି ପାସ ବି ଜବତ କରାଯାଇଛି । ପୋଲିସ ଆଜି ରିମାଣ୍ଡକୁ ନେଇ ସ୍ଥାନୀୟ ଅଦାଲତରେ ସେହି ବ୍ୟକ୍ତିକୁ ପେଶ କରିଛି । କହିଦେଉଛୁ କି ପ୍ରଶାସନ ତରଫରୁ ପ୍ରଥମେ କିଛି ସଂଗଠନର କର୍ମଚାରୀଙ୍କୁ ଯିବା ଆସିବା କରିବା ପାଇଁ ପରିଚିୟ ପତ୍ର ପ୍ରସ୍ତୁତ କରିବା ପାଇଁ ଅନୁମତି ଦେଇଥିଲା । ଏହା ପରେ କିନ୍ତୁ କିଛି ବ୍ୟକ୍ତି ନିଜ କମ୍ପାନୀର ଆଇ କାର୍ଡର ଦୂରପଯୋଗ କରୁଥିବାର ନଜର ଆସିଲେ ଓ ଏମାନେ ବିନା କୌଣସି କାମରେ ସହରରେ ବୁଲୁଥିଲେ ।

ଏହା ପରେ ପୋଲିସ ବିଭିନ୍ନ ସଂଗଠନର କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ଓ କମ୍ପାନୀଙ୍କ ପରିଚୟର ଦୁରପଯୋଗର ଯାଞ୍ଚ ପାଇଁ ଆପତ୍କାଳୀନ ପାସ ଜାରି କରିଲା । ପୋଲିସ କିଛି ସାମାଜିକ ଓ ସାଂସ୍କୃତିକ ଗତିବିଧି ଭଳି ବିବାହ, ମୃତୁ ଅନୁଷ୍ଠାନ ଓ ଇତ୍ୟାଦି ସମାରୋହକୁ ସୂଚାରୁ ରୂପରେ ସଞ୍ଚାଳ କରିବା ପାଇଁ ବି ଗୋଟିଏ ପାସ ପ୍ରଣାଳୀ ବି ଆରମ୍ଭ କରିଥିଛି ।

ଅନ୍ୟ ପଟେ ସରକାର ପୋଲିସକୁ କଡା ଚେତାବନୀ ବି ଦେଇଛନ୍ତି କି କୋବିଡ ସଂ-କ୍ର-ମ-ଣଙ୍କ ସଂଖ୍ୟା ବଢୁଛି, ସେଥିପାଇଁ ଲକଡାଉନର ନିୟମକୁ ଓ କଡାକାଡି ରୂପରେ ପାଳନ କରାଯାଉ ଓ କଠୋରତାର ସହ ଯାଞ୍ଚ କରାଯାଉ । କିନ୍ତୁ କିଛି ବ୍ୟକ୍ତି ଏହିଭଳି ପାସ ତିଆରି କରି ନିଜ ସହିତ ସମସ୍ତଙ୍କୁ ଅସୁବିଧାରେ ପକାଉଛନ୍ତି । ଏମିତିରେ ଏହାକୁ ରୋକିବା ବହୁତ ଜରୁରୀ ଅଟେ ।

Leave a Reply

Your email address will not be published. Required fields are marked *