50 ବର୍ଷ ବୟସରେ ବି ଦେଖାଯିବେ 20 ଭଳି ସୁନ୍ଦର ଓ Fit! ବାସ କରନ୍ତୁ ଏହି କାମ- Acharya Balkrishna

କଥାରେ ଅଛି କର୍ମ ନେଇ ଫଳ । ଏହି କଥାଟି ଶରୀର ପାଇଁ ମଧ୍ୟ ଲାଗୁ ହେଇଥାଏ । ହୃତପିଣ୍ଡର ଧମନୀରେ ରୋଗ ସାଧାରଣତଃ ୫୦-୬୦ ବୟସରେ କିମ୍ବା ତା ଠାରୁ ଅଧିକ ବୟସରେ ପ୍ରକଟ ହେଇଯାଏ । ଅଧିଙ୍କାଂସ ସମୟରେ ବର୍ଷ ବର୍ଷ ଧରି ଶରୀର ପ୍ରତି ଅବହେଳା ଏପରି ରୋଗର କାରଣ ହେଇଥାଏ ।

ଯଦି ଆପଣଙ୍କର ବୟସ ୨୦ ବର୍ଷ ଏବଂ ଆପଣ ଚାହୁଁଛନ୍ତି ୫୦ ବର୍ଷ ବୟସରେ ଆପଣଙ୍କ ହୃତପିଣ୍ଡ ସୁସ୍ଥ ରହୁ ତେବେ ଆପଣଙ୍କୁ ଏବେଠାରୁ ସତର୍କ ହେବାକୁ ପଡିବ । ହୃତପିଣ୍ଡରେ ରୋଗ ଅନେକ କାରଣରୁ ହେଇଥାଏ, ଯାହା ଅନେକ ବର୍ଷ ପୂର୍ବରୁ ଆରମ୍ଭ ହେଇ ଯାଇଥାଏ ।

Image Courtesy: Google

ଏହି ସମସ୍ତ କାରଣ ମଧ୍ୟରୁ ମଧୁମେହ, ଉଚ ରକ୍ତଚାପ, ଧୂମ୍ରପାନ, ମୋଟାପା, ଶାରୀରିକ ବ୍ୟାୟାମର ଅଭାବ, ବାୟୁ ପ୍ରଦ୍ଯୁଷଣ ଇତ୍ୟାଦି ଅନ୍ଯତମ । ଏମାନଙ୍କ ମଧ୍ୟରୁ ଅନେକ ଗୁଡିଏ ସମସ୍ୟାର ସମାଧାନ କରାଯାଇ ପାରିବ । କିନ୍ତୁ ଯଦି କୌଣସି ବ୍ୟକ୍ତି ବିଶେଷଙ୍କର ଶରୀରେ ଏହି ସବୁ ସମସ୍ଯା ବର୍ଷ ବର୍ଷ ଧରି ରହିଥିବା ତେବେ ତାଙ୍କ ହୃତପିଣ୍ଡର ଧମନୀରେ କୋଲେଷ୍ଟିରଲର ମାତ୍ରା ବୃଦ୍ଧି ପାଇଥାଏ । ଏହି ପ୍ରକ୍ରିୟା କିଛି ସମୟ ପରେ ଗମ୍ଭୀର ସମସ୍ୟାର ରୂପ ନେଇଥାଏ । ମଣିଷ ଠକାପଣ ଅନୁଭବ କଲେ ହୃଦୟରେ ଯନ୍ତ୍ରଣା ଅନୁଭବ ହେଇଥାଏ ।

Image Courtesy: Google

ଭବିଷ୍ୟତରେ ସାଧାରଣ ଅବସ୍ଥାରେ ମଧ୍ୟ ହୃଦୟରେ ଯନ୍ତ୍ରଣା ଅନୁଭବ ହେଇଥାଏ । ଭବିଷ୍ୟତରେ ଏହି ସବୁ କାରଣ ହୃଦଘାତର ରୂପ ନେଇଥାନ୍ତି । ତେଣୁ ୨୦ ବର୍ଷ ବଯସରୁ ମଣିଷକୁ ଏଠି ପ୍ରତି ସତର୍କ ରହିବା ଉଚିତ । ମୁଖ୍ଯତଃ ପ୍ରଥମରୁ ହିଁ ଧୃମପାନରୁ ଦୂରେଇ ରହିବା ଆବଶ୍ୟକ ଅଟେ । ଧୃମପାନ ହୃଦଘାତର ପ୍ରମୁଖ କାରଣ ହେଇଥାଏ । ଯଦି ନିୟମିତ ଧୃମପାନ କରୁଥିବା ବ୍ୟକ୍ତି ଏହା କରିବା ବନ୍ଦ କରିଦିଏ ତେବେ ହୃଦଘାତର ଆଶଙ୍କା ବହୁ ମାତ୍ରାରେ କମିଯାଇଥାଏ । ଧୂମ୍ରପାନ କରିବା ଛାଡିବାର ଏକ ବର୍ଷ ପରେ ହୃଦଘାତର ଆଶଙ୍କା ୫୦ ପ୍ରତିଶତ କମିଯାଇଥାଏ ।

Image Courtesy: Google

ନିୟମିତ ଶାରୀରିକ ବ୍ୟାୟାମ ଓ ସ୍ଵାସ୍ଥ୍ୟକର ଖାଦ୍ଯ ଗ୍ରହଣ କରିବା ଦ୍ଵାରା ହୃଦଘାତର ଅନେକ କାରକ ଯେମିତିକି ମୋଟାପା, ଉଚ ରକ୍ତଚାପ ଓ ମଧୁମେହ ପରି ଆନେକ ରୋଗକୁ ଶରୀର ଠାରୁ ରୁରେଇ ରଖିବାରେ ସହାୟକ ହେଇଥାଏ । ସ୍ଵାସ୍ଥ୍ୟକର ଭୋଜନାରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଭିଟାମିନର ମାତ୍ରା ରହିଥାଏ ।

ସ୍ଵାସ୍ଥ୍ୟକର ଆହାରରେ ଫଳ, ପନିପରିବା, ଦୁଗ୍ଧ, ଚିକେନ, ମାଛ, ଅଣ୍ଡା ଇତ୍ୟାଦି ନିହିତ ଥାଏ । ନିୟମିତ ବ୍ୟାୟାମ ଓ ସ୍ଵାସ୍ଥ୍ୟକର ଆହାର ଗ୍ରହଣ କରିବାପରେ ମଧ୍ୟ ଯଦି କୌଣସି ବ୍ୟକ୍ତି ବିଶେଷ ଉଚ ରକ୍ତଚାପ, ମଧୁମେହ ଇତ୍ୟାଦି ରୋଗରେ ପୀଡିତ ହୁଅନ୍ତି ତେବେ ଉପଯୁକ୍ତ ଉପଚାର ଦ୍ଵାରା ଏହି ରୋଗର ନିରାକରଣ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *