ପଇସା କୁ ପଇସା ଟାଣି ଥାଏ, ଜାଣନ୍ତୁ ପଇସାରୁ କେମିତି ପଇସା ବନେଇ ପାରିବେ…. ଗୋଟେ ଉପାୟ ଯାହା ଆପଣଙ୍କୁ କରିଦେବ ଧନୀ

ଆଜିର ଦୁନିଆରେ ପଇସା ହେଉଛି ଧରା ପୃଷ୍ଠର ଦ୍ଵିତୀୟ ଭଗବାନ ବୋଲି କୁହାଗଲାଣି ।  ପ୍ରତେକ ବ୍ୟକ୍ତି ଚାହିଁଥାଏ କି ସେ ମଧ୍ୟ ଧନ ବାନ ହେବ । କିନ୍ତୁ ଏହା ସମ୍ଭଭ ହୋଇ ନ ଥାଏ । ଆମେ ଦେଖିଛୁ ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ କମ ବୟସ ରୁ ହିଁ ଅର୍ଥ ରୋଜଗାର କରିଥାନ୍ତି । ବହୁତ ନାମ ଅର୍ଜନ କରିଥାନ୍ତି । ଧନବାନ ମଧ୍ୟ ହୋଇଥାନ୍ତି । ତେବେ ତାଙ୍କୁ ଦେଖିକି ଆମେ ଭାବିଥାଉ ଯେ କିପରି ସେ ଲୋକ ଏତେ କମ ବୟସରେ ବା ଏତେ କମ ସମୟରେ ଏତେ ଅର୍ଥ ଉପାର୍ଜନ କରୁଛନ୍ତି ।

ତେବେ ସମସ୍ତଙ୍କ ମନରେ ଧନୀ ହେବାର ଆଶା ରହିଥାଏ । କିନ୍ତୁ ଶାସ୍ତ୍ରରେ କୁହାଯାଏ କି ମଣିଷ ନିଜର ଵର୍ତମାନ ଓ ପୂର୍ବଜନ୍ମର କର୍ମ ଉପରେ ହିଁ ନିର୍ଭର କରେ କି ସେ ଧନୀ ହେବ ବା ଗରିବ ।  ତେବେ ଭାଗ୍ୟକୁ ବଡ଼ଲାଇବାର ଚେଷ୍ଟା କରି ହେବ । ଭାଗ୍ୟକୁ ବଦଳାଇବା ପାଇଁ ଶାସ୍ତ୍ରରେ କିଛି ଉପଚାର ଅଛି । ଯେଉଁ ଉପଚାର ବଳରେ ଆର୍ଥିକ ରୂପେ ଦୁର୍ବଳ ଥିବା ମଣିଷ ମା ଲଷ୍ମୀଙ୍କ ଅର୍ଚ୍ଚନା କରି ମଧ୍ୟ ଧନୀ ହୋଇ ପାରିବେ ।

ତେବେ ସେହି ଉପାୟ ବିଷୟରେ ଆମେ ଜାଣିବା। ପଇସା ହିଁ ପଇସାକୁ ଟାଣିଥାଏ । ଆଜି କାଲି ଆମେ ସମସ୍ତେ ପଇସାକୁ ଅନଲାଇନ ଦେବାନେବା କରୁଛେ। ଏହା ଛଡା atm ରୁ ମଧ୍ୟ ଆଣୁଛେ। ତେବେ ଧନ କେବେବି ଆମ ଘରକୁ ଆସୁ ନାହିଁ  । ଧନ ହିଁ ଧନ କୁ ଆକର୍ଷଣ କରିଥାଏ ତେଣୁ ଧନ ସର୍ବଦା ଘରେ ରଖିବା ଉଚିତ ଅଳ୍ପ ବି ହେଉ ନା କାହିଁକି ।

ଚୋରିର ଭୟ ରଖନ୍ତୁ ନାହିଁ । ଏହା ଛଡା ଆପଣ ଘରେ କଇଁଛ ମଧ୍ୟ ରଖି ପାରିବେ । ଛୋଟ କଇଁଛ ବା ଏହା ମୂର୍ତି ଆଣି ରଖିପାରିବେ। ପଇସା କୁ ଆପଣ ନିଜର ପୂଜା ଘରେ ବା ରୋଷେଇ ଘରେ କୌଣସି ଡବାରେ ଲୁଚେଇ ରଖିବେ। କଏନ ବା ନୋଟ ରଖିପାରିବେ। ଏହା ଧ୍ୟାନ ରଖିବେ ଯେ ଯେଉଁ ପଇସା ରଖିଥିବେ ତାହା ଯେମିତି ଖାଦ୍ୟରେ ନ ଯାଉ। ଚାଉଳ ଡବାରେ ଆପଣ ଚାନ୍ଦିର ପଇସା ରଖିପାରିବେ ।

ଏହି ଭଳି ଆପଣ ଘରେ ପଇସା ରଖିଲେ ଘରେ ଧନର ଅଭାବ ରହେ ନାହିଁ। ବହୁତ ଲୋକ କୁହନ୍ତି କି ମଣିଷ ନିଜର କର୍ମଫଳ ବା ଭାଗ୍ୟବଳରେ ଧନୀ ହୋଇଥାଏ। ଯେତେବେଳେ ମଣିଷ ପାଖେ ଏହି ଦୁଇଟି ବଳ ସରିଯାଏ ସେତେବେଳେ କୁହାଯାଏ ନିର୍ବଳ ର ବଳ ହେଉଛନ୍ତି ପ୍ରଭୁ ଶ୍ରୀ ରାମ ।

ଧର୍ମର  କାର୍ଯ୍ୟ କରନ୍ତୁ।  ଜୀବନରେ ସଫଳତା ହାସଲ କରିବାକୁ ହେଲେ ମଧ୍ୟ ଆପଣ ଗୋଟିଏ ମନ୍ତ୍ରର ଜପ କରନ୍ତୁ। ସକାଳୁ ଉଠିବା ପରେ ନିଜର ନିତ୍ୟ କର୍ମ ସାରି ଆପଣ ଏହି ମନ୍ତ୍ରର ଜପ କରନ୍ତୁ ।  ଏହି ମନ୍ତ୍ର ଟି ହେଉଛି ” ଗଙ୍ଗେ ଚ ୟମୁନେ ଚୈବ ଗୋଦାବରୀ ସରସ୍ୱତୀ” ।

ନର୍ମେଦ ସିନ୍ଧୁ କାବେରୀ ଜଲେ ଅସ୍ମିନ ସନ୍ନିଧିମ କୁରୁ। ” ଏହା ଏକାଦଶୀ ଦିନ ମଧ୍ୟ ଆପଣ କରିପାରିବେ”  ।   ବିଷ୍ଣୁ ପୁରାଣ ରେ କୁହାଯାଇଛି ଯେଉଁ ବ୍ୟକ୍ତି ଏହି ଉପାୟ କରିବେ ସେ କେବେବି ଗରିବ ରହିବେ ନାହିଁ ।  ଏହି ଏକାଦଶୀ ଦିନ ଆପଣ ମା ଲଷ୍ମୀଙ୍କ ସହ ବିଷ୍ଣୁଙ୍କ ପୂଜା ମଧ୍ୟ କରିବେ ।  ମା ଲଷ୍ମୀ ପ୍ରସନ୍ନ ହେବେ ।  ମା ଲଷ୍ମୀଙ୍କ ସହସ୍ର ନାମ ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *