ଭାରତୀୟ ବାୟୁସେନାର ପାକିସ୍ତାନ ଉପରେ ଆଟାକ୍ : ଜୈସ ଏବଂ ଅନ୍ୟ ଆତଙ୍କୀ ଶିବିର ଉପରେ ବୋମାବର୍ଷା, ଫଟୋରେ ଦେଖନ୍ତୁ ଆକ୍ରମଣର ପୂରା ଚିତ୍ର

ପୁଲବାମା ଆକ୍ରମଣ ପରଠୁ ହିଁ ଭାରତ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନର ସଂକେତ ଦିଆଯାଉଥିଲା । ତେବେ ଭାରତର ୧୨ ମିରାଜ୍ ୨୦୦୦ ଜେଟ୍ ପାକିସ୍ତାନରେ ୧୦୦୦ କିଲୋର ବୋମା ପକାଇଥିବା ସୂଚନା ମିଳିଛି । ସୂତ୍ରକୁ ଆଧାର କରି କୁହାଯାଇପାରିବ କି, ମିରାଜ୍ ଫାଇଟର ଜେଟ ପାକିସ୍ତାନର ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରିପକାଇଛି । ପାକିସ୍ତାନର ସେନା ନିଜେ ଏହାକୁ ସ୍ୱୀକାର କରିଛି ଏବଂ ଭାରତର ବିମାନ ସୀମାପାର କରି ପାକିସ୍ତାନ ସୀମାରେ ପ୍ରବେଶ କରିଛି ବୋଲି ଅଭିଯୋଗ ଆଣିଛି ।  ପାକିସ୍ତାନରେ ଆତଙ୍କୀ ଶିବିର ଉପରକୁ ଭାରତୀୟ ସେନାର ଆକ୍ରମଣ ନେଇ ଏଯାବତ୍ ଭାରତୀୟ ବାୟୁସେନା ତରଫରୁ ସେଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହି ।

ଜୈସ ଏବଂ ଅନ୍ୟ ଆତଙ୍କୀ ସଂଗଠନ ମାନଙ୍କର ଲଂଚ ପ୍ୟାଡକୁ ଟାର୍ଗେଟ କରାଯାଇଥିଲା । ସୂଚନା ମୁତାବକ, ରାତି ପାଖାପାଖି ସାଢେ ୩ ଟା ବେଳେ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ଆକ୍ରମଣ କରିଛି ।

କାଶ୍ମୀରର ଏଲଓସିରେ ମଧ୍ୟ ଏହାକୁ ନେଇ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏୟାରଫୋର୍ସର ବେସରେ ହାଇ ଏକ୍ଟିଭିଟି ଦେଖିବାକୁ ମିଳୁଛି । ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ଦ୍ୱାରା ବହୁ କ୍ଷୟ କ୍ଷତି ହୋଇଛି ମାତ୍ର ଏହାର କୌଣସି ସଠିକ୍ ଆକଳନ ମିଳିପାରିନାହିଁ ।

 

ଟୁଇଟରେ  ପାକିସ୍ତାନୀ ସେନା ମୁଖପାତ୍ର ଜେନେରାଲ ଆସିଫ ଗଫୁର ଭାରତ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ଭାରତୀୟ ବାୟୁସେନା ମୁଜଫରାପୁର ସେକ୍ଟରରେ ପ୍ରବେଶ କରିବାକୁ ଉଦ୍ୟମ କରିଛି । ଏହା ପରେ ପାକିସ୍ତାନୀ ସେନା ମଧ୍ୟ ଠିକ ସମୟରେ ଜବାବ ଦେଇଛି କିନ୍ତୁ ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ ।

Leave a Reply

Your email address will not be published. Required fields are marked *