ପଣା ସଂକ୍ରାନ୍ତି (14 April ) କରନ୍ତୁ ଏହି 8ଟି ଚମତ୍କାରି ଉପାୟ, ସବୁ ସମସ୍ୟା ଦୂର କରିବେ ବଜରଙ୍ଗବଲି

ବନ୍ଧୁଗଣ ଏପ୍ରିଲ 14ରେ ପଡୁଅଛି ପଣା ସଂକ୍ରାନ୍ତି । ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ପ୍ରଭୁ ହନୁମାନ ତାଙ୍କ ଭକ୍ତଙ୍କର ଦୁଖ କଷ୍ଟ ଶୁଣିଥାନ୍ତି ଏବଂ ସେହି ଦୁଖ କଷ୍ଟକୁ ମୋଚନ କରିବାକୁ ପ୍ରୟାସ କରିଥାନ୍ତି । ଯଦି ଆପଣ ପାପ କାମ କରି ହନୁମାନ ଜୀ ଙ୍କୁ କ୍ଷମା ମାଗୁଛନ୍ତି ତେବେ ନିରର୍ଥକ ଅଟେ । କାରଣ ପ୍ରଭୁ ହନୁମାନ ମଧ୍ୟ ସାମୁହିକ ଭାବେ ସୃଷ୍ଟିର ନିୟମରେ ବନ୍ଧା ଅଟନ୍ତି ।

ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ସବୁ ସମସ୍ୟାର ସମାଧାନ ହୋଇଥାଏ । ୧- ପଣା ସଂକ୍ରାନ୍ତି ଦିନ ଯଦି ଆପଣ ହନୁମାନ ଜୀଙ୍କୁ ପୂଜା କରୁଛନ୍ତି ତେବେ ସୀତାରାମ ଙ୍କ ଆରାଧନା ସ୍ମରଣ କରିବା ଉଚିତ । ଏହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ । ଏହି ଦିନ ହନୁମାନ ଜୀଙ୍କୁ ଦର୍ଶନ କରିବାକୁ ଯାଉକନ୍ତି ତେବେ ସାଥିରେ ସିନ୍ଦୁର ନିଶ୍ଚୟ ନିଅନ୍ତୁ । ହନୁମାନ ଯୀଙ୍କୁ ସିନ୍ଦୁର ଅର୍ପଣ କରିଲେ ଦୁଖ କଷ୍ଟ ଦୂର ହୋଇଥାଏ ।

୨- ହନୁମାନ ଜୀଙ୍କ ଆରତୀ ସରିବା ପରେ ପଜେଟିଭ ଶକ୍ତି ଘେରି ରହିଥାଏ । ଏଣୁ ତାଙ୍କ ଚାରିପଟେ ମାତ୍ର ୩ ଥର ବୁଲି ଆସନ୍ତୁ । ଏହା ଦ୍ଵାରା ଜୀବନରେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ ।

୩- ସକାଳୁ ଉଠିବା ପରେ ବା ରାତିରେ ଶୋଇବା ପୂର୍ବରୁ ହନୁମାନ ଚାଳିଶା ପାଠ କରିବା ଲାଭଦାୟକ ଓ ଚମତ୍କାରୀ ହୋଇଥାଏ ନ। ଦିନକୁ ମାତ୍ର ହନୁମାନ ଚାଳିଶାର ଭାବାର୍ଥକ ବୁଝିବା ଉଚିତ ।

୪- ଯଦି ଆପଣ ହନୁମାନ ଜୀ ଙ୍କ ପ୍ରକୃତ ଭକ୍ତ ହେବାକୁ ଚାହୁଁ ଛନ୍ତି ତେବେ ମଦ୍ୟ, ମାଂସ ତ୍ୟାଗ କରନ୍ତୁ । ସାତ୍ଵିକ ଭୋଜନ କରିବା ଦ୍ଵାରା ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୫- ପଣା ସଂକ୍ରାନ୍ତି ଦିନ ହନୁମାନ ଜୀଙ୍କୁ କଦଳୀ ଅର୍ପଣ କରନ୍ତୁ । ଏହି ଦିନ ବାନର ସେନାଙ୍କୁ କଦଳୀ ଓ କାକୁଡି ଖାଇବାକୁ ନିଶ୍ଚୟ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହେବା ସହ ଆର୍ଥିକ ସମସ୍ଯା ଦୂର ହେବ ।

୬- ଘରେ କେହି ସଦସ୍ୟ ଭାରି ମାତ୍ରାରେ ଚିଡିଚିଡା ହେଉଛନ୍ତି ବା ସ୍ୱାସ୍ଥ୍ୟ ଖରାପ ଅଛି ବା ଶିଶୁଙ୍କ ଉପରେ କାହାର ନଜର ଲାଗିଛି ତେବେ ପଣା ସଂକ୍ରାନ୍ତି ଦିନ ହନୁମାନ ଜୀଙ୍କ କାଣ୍ଡରୁ ସିନ୍ଦୁର ଆଣି ସେହି ବ୍ୟକ୍ତିଙ୍କ ଉପରେ ଲଗାନ୍ତୁ । ଏହା ଦ୍ଵାରା ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

୭- ପଣା ସଂକ୍ରାନ୍ତି ଦିନ ହନୁମାନ ମନ୍ଦିରକୁ ଯାଇ ଶୁଦ୍ଧ ଘିଅ ଓ ସୋରିଷ ତେଲର ଦୀପ ଜଳାନ୍ତୁ । ସେଠାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଦ୍ଵାରା ସବୁ ମନସ୍କାମନା ପୁରଣ ହୋଇଥାଏ ।

୮- ଯଦି ଖରାପ କି ଭୟଙ୍କର ସ୍ଵପ୍ନ ଆସୁଛି ତେବେ ପଣା ସଂକ୍ରାନ୍ତି ଦିନ ଫିଟିକାଟି ଖଣ୍ଡରଖି ତକିଆ ତଳେ ରଖନ୍ତୁ । ସମ୍ଭବତଃ ଖରାପ ସ୍ଵପ୍ନ ନ ଆସିପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *