ଭିଟାମିନ ଡ଼ି ଅଭାବ ହେଲେ ଦେଖା ଦେଏ ଏହି ବଡ ସମସ୍ୟା, ଏହି ୫ଟି ସଂକେତରୁ ଜାଣନ୍ତୁ

ଭିଟାମିନ ଡି ଯାହାକୁ ସନସାଇନ ଭିଟାମିନ ମଧ୍ୟ କୁହାଯାଏ । ଏହାର ସବୁଠୁ ବଡ଼ ଉତ୍ସ ସୂର୍ଯ୍ୟ କିରଣ ହୋଇଥାଏ । ଅନ୍ୟ ଭିଟାମିନ ଓ ପୋଷାକ ତତ୍ୱ ପରି ଭିଟାମିନ ଡି ମଧ୍ୟ ଆମ ଶରୀର ପାଇଁ ବହୁତ ଜରୁରୀ । ଏହା ହାଡ଼, ଦାନ୍ତ ଓ ମାଂସପେଶୀକୁ ସୁସ୍ଥ ଓ ଟାଣ ରଖିବାରେ ସାହାଯ୍ୟ କରେ । ଏତେ ଉପକାର ଥାଇ ମଧ୍ୟ ଲୋକ ଏସବୁକୁ ଅଣଦେଖା କରନ୍ତି । ଭାରତରେ 70 ରୁ 90 ପ୍ରତିଶତ ଲୋକ ଭିଟାମିନ ଡି ର ଅଭାବ ଭୋଗୁଛନ୍ତି । ଆସନ୍ତୁ ଜାଣିବା କିଛି ସଂକେତ ଯାହା ଦ୍ଵାରା ଜାଣିପାରିବେକି ଆପଣଙ୍କ ଶରୀରରେ କମ ହେଇଯାଇନି ତ ଭିଟାମିନ ଡି ।

ସବୁବେଳେ ଥକ୍କା ଅନୁଭବ ହେବା

ଭିଟାମିନ ଡି ଅଭାବରୁ ସବୁବେଳେ ଥକ୍କା ଅନୁଭବ ହୋଇଥାଏ । ଯଦି ଠିକ୍ ରେ ଖାଇବା ପିଇବା, ରାତିରେ 7 ରୁ 8 ଘଣ୍ଟା ଶୋଇବା ପରେ ମଧ୍ୟ ଥକ୍କା ଅନୁଭବ ହେଉଛି, ତ ଏହା ଭିଟାମିନ ଡି ଅଭାବର ସଂକେତ ହୋଇଥାଏ । ସବୁଦିନ ଏମିତି ହେଲେ ବ୍ଲଡ଼ ଟେଷ୍ଟ କରନ୍ତୁ ।

ପିଠି ଓ ହାଡ଼ରେ ସବୁବେଳେ ଯନ୍ତ୍ରଣା ହେବା

ଏହା ଶରୀର କୁ କ୍ୟାଲସିୟମ ଯୋଗାଏ । ଏହା ହାଡ଼, ଦାନ୍ତ ଓ ମାଂସପେଶୀ କୁ ଶକ୍ତ କରିଥାଏ ।ଯଦି ସବୁବେଳେ ପିଠି ଓ ହାଡ଼ରେ ଯନ୍ତ୍ରଣା ହୁଏ ତ ଏହା ଭିଟାମିନ ଡି ଅଭାବର ସଂକେତ ।

କ୍ଷତ ଜଲଦି ନଶୁଖିବା

ଭିଟାମିନ ଡି ଅଭାବ ରୁ କ୍ଷତ ହେଲେ ଜଲଦି ଶୁଖିନଥାଏ । ଇମ୍ଫେକ୍ସନ୍ ରୋକିବାରେ ଏହା ସାହାଯ୍ୟ କରେ । ଏହାର ଅଭାବ ହେଲେ ଶରୀର ର ଘା ଜଲଦି ଶୁଖିନଥାଏ ।

ଡିପ୍ରେସନ୍ ବା ମୁଡ୍ ଖରାପ

ଡିପ୍ରେସନ୍ ଫିଲ ହେବା ଓ କଥା କଥାରେ ମୁଡ୍ ଖରାପ ହୋଇଯିବା, ରକ୍ତରେ ଏହା ଭିଟାମିନ ଡି ଅଭାବର ସଂକେତ । ସକାଳେ କଁଅଳିଆ ଖରାରେ ଖୋଲିକି ନିଶ୍ବାସ ନିଅନ୍ତୁ ।

କେଶ ଝଡ଼ିବା

କେଶ ଝଡ଼ିବା ରୁପି ବା କେମିକାଲ ପ୍ରଡକ୍ଟ ୟୁଜ୍ ପାଇଁ ହୋଇ ନଥାଏ, ଏହା ଭିଟାମିନ ଡି ଅଭାବ ରୁ ହୋଇଥାଏ । ସମୟ ମଧ୍ୟରେ ଉପଚାର ନକଲେ ଅଧିକ କେଶ ଝଡିଥାଏ ।

ଏହି ଜିନିଷରେ ଭିଟାମିନ ଡି ଅଭାବ ଦୂର ହେବ

ସାଲମନ୍ ମାଛ

ଏହା 3 ଫ୍ୟାଟି ଏସିଡ ରେ ଭରପୁର ମାଛ ।100 ଗ୍ରାମ ସାଲମନ୍ ମାଛ ରେ 60 ପ୍ରତିଶତ ଭିଟାମିନ ଡି ରହିଥାଏ ।

ଅଣ୍ଡା କେଶର

ଅଣ୍ଡା କେଶର ରେ ଫ୍ୟାଟ, ଭିଟାମିନ ଓ ମିନେରାଲ ମିଳିଥାଏ । ଏଥିରେ 5 ପ୍ରତିଶତ ଭିଟାମିନ ଡି ରହିଛି ।

ଅରେଞ୍ଜ ଜୁସ୍

ଏଥିରେ ଭିଟାମିନ ସି ରହିବା ସହିତ ଭିଟାମିନ ଡି ର ଅଭାବ ମଧ୍ୟ ଦୂର କରେ । ଘରେ ଫ୍ରେସ୍ ଜୁସ୍ କରି ପ୍ରତିଦିନ ପିଅନ୍ତୁ ।

ଗାଈ କ୍ଷୀର ଓ ଦହି

ଗାଈ କ୍ଷୀର ରେ ଭିଟାମିନ ଡି ଓ କ୍ୟାଲସିୟମ ଅଧିକ ମାତ୍ରାରେ ଥାଏ ।ଓ ଦହି ରେ ମଧ୍ୟ ଭରପୁର ଭିଟାମିନ ଡି ରହିଛି । ସବୁବେଳେ ଦହି ନଖାଇପାରିଲେ, ଲସି ମଧ୍ୟ କରି ପି ପାରିବେ ।

Leave a Reply

Your email address will not be published. Required fields are marked *